Home ଜିଲ୍ଲା ପରିକ୍ରମା କେବେ କାର୍ଯ୍ୟକ୍ଷମ ହେବ ଧାମରା ମତ୍ସ୍ୟ ପ୍ରକ୍ରିୟାକରଣ ଗୃହ, ପାଣିରେ ପଡିବ ୯ କୋଟି ଟଙ୍କା

କେବେ କାର୍ଯ୍ୟକ୍ଷମ ହେବ ଧାମରା ମତ୍ସ୍ୟ ପ୍ରକ୍ରିୟାକରଣ ଗୃହ, ପାଣିରେ ପଡିବ ୯ କୋଟି ଟଙ୍କା

112

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଶା ଓ ଆଶଙ୍କାରେ ୬ ଶହ ଲକ୍ଷ ଟଙ୍କାର ନିର୍ମିତ ଗୃହ ଓ ୩ ଶହ ଲକ୍ଷ ଟଙ୍କାର ସରକାରୀ ଯନ୍ତ୍ରପାତି ଖତ ଖାଉଛି । ଗୃହ ନିର୍ମାଣ ହେବାକୁ ୨୦୨୮ ଦିନ ଅତିକ୍ରାନ୍ତ ହୋଇଗଲାଣି । ଅଦ୍ୟାବଧି ଧାମରାରେ ମତ୍ସ୍ୟ ପ୍ରକ୍ରିୟାକରଣ ଅତ୍ୟାଧୁନିକ ଗୃହ କାର୍ଯ୍ୟକ୍ଷମ ହୋଇପାରୁନି । ନିର୍ମାଣ ସରିବାର ୧୩ ଶହ ଦିନ ପରେ ୨୦୧୯ ମସିହାରେ ଚାନ୍ଦବାଲି ଦୁର୍ଗାପଡିଆରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ୯ ଶହ ଲକ୍ଷ ଟଙ୍କାର ମତ୍ସ୍ୟ ପ୍ରକ୍ରିୟାକରଣ ଗୃହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ କାର୍ଯ୍ୟରେ ଆସୁନି । ୨୦୨୮ ଦିନ ପରେ ବି ଏହାର ମୁଖ୍ୟ ଗେଟ୍ ଖୋଲା ବି ଯାଇପାରୁନି । ଗୃହ ନିର୍ମିତ ହୋଇଛି, କିନ୍ତୁ ଏହା ମଧ୍ୟରେ ଥିବା ୩ଟି ବରଫ କଳ ଓ ମତ୍ସ୍ୟଜୀବୀଙ୍କ ସଭାଗୃହ ନିର୍ମିତ ହୋଇପାରିନି । ୨୦୧୫ ଡିସେମ୍ବର ୯ ରେ ଏହି ଅତ୍ୟାଧୁନିକ ଗୃହ ମତ୍ସ୍ୟ ବିଭାଗର ମନ୍ତ୍ରୀଙ୍କ ହାତରେ ଉଦ୍‌ଘାଟନ ହେବାର ଥିଲା, ତାହା ପଡିରହିଲା । ୨୦୧୯ ଫେବୃୟାରୀରେ ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ୬୦ କିଲୋମିଟର ଦୂରରୁ ଉଦ୍‌ଘାଟନ ହେଲା । ମୁଖ୍ୟମନ୍ତ୍ରୀଙ୍କ ହାତରେ ଉଦ୍‌ଘାଟନ ହେବାର ଏହା ମଧ୍ୟରେ ୪୮୫ ଦିନ ବିତିଗଲାଣି । ତଥାପି ମଧ୍ୟ ଏହି ଗୃହ ଧାମରା ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରାଯାଇନାହିଁ କି କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏହି ଗୃହ ନିର୍ମାଣ ପରେ ପ୍ରାଥମିକ ବିବାଦ ଦେଖାଦେଇଥିଲା । ଏହି ଅତ୍ୟାଧୁନିକ ଗୃହକୁ ରାଜ୍ୟରେ ଥିବା ୯ ଟି ମାଛ ଏକ୍ସପୋର୍ଟ କଂପାନୀ ମାସିକ ୧ ଲକ୍ଷ ଟଙ୍କା ଭଡାସୂତ୍ରରେ ନେଇଥିଳେ । କିନ୍ତୁ ତାହା ଫସର ଫାଟିଗଲା । ମତ୍ସ୍ୟଜୀବୀ ଓ ଏକ୍ସପୋର୍ଟ କଂପାନୀ ବିବାଦ ଯୋଗୁଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ସେ ସମୟରେ ଚିନ୍ତାରେ ପଡିଥିଲା । ରାଜ୍ୟ ମତ୍ସ୍ୟ ବିଭାଗ ୟୁରୋପ, ଆମେରିକା, ଜାପାନ ଭଳି ରାଷ୍ଟ୍ରକୁ ଧାମରା ଅଂଚଳରୁ ସାମୁଦ୍ରିକ ଚିଙ୍ଗୁଡି ରପ୍ତାନୀ କରିବା ପାଇଁ ଯେଉଁ ଚୁକ୍ତି କରିଛି, ତାହା ଧାମରା ଧୀବରଙ୍କ ହାତରେ ଲଟକି ଯାଇଥିଲା ।

୬ କୋଟି ଟଙ୍କାର ଗୃହ ନିର୍ମାଣ ସହ କୋଟି କୋଟି ଟଙ୍କାର ଯନ୍ତ୍ରପାତି ବାହାର ରାଜ୍ୟରୁ କିଣି ମତ୍ସ୍ୟ ବିଭାଗ ଏହି ଗୃହରେ ବସାଇଛି । ସବୁ ଠିକ୍ ହେଲେ ମଧ୍ୟ ଧାମରା ମତ୍ସ୍ୟଜୀବୀ ମାଛ ବିକିବାକୁ ସେତେବେଳେ ନାରାଜ ହୋଇଥିଲେ । କାରଣ ସମୁଦ୍ରରୁ ଧାମରା ମତ୍ସ୍ୟଜୀବୀ ଧରୁଥିବା ସିମ୍ ଚିଙ୍ଗୁଡିଗୁଡିକୁ ଏକ୍ସପୋର୍ଟ କଂପାନୀ କିଣୁଥିବାବେଳେ ବ୍ରାଉନ୍‌, ହ୍ୱାଇଟ୍‌, ଟାଇଗର, ଏସ୍‌ଟି ଆଦି ମାଛକୁ ଏହି ଏକ୍ସପୋର୍ଟ କଂପାନୀ କିଣୁନାହାଁନ୍ତି । ଯେଉଁଥିପାଇଁ ଧାମରା ମତ୍ସ୍ୟଜୀବୀ ୧୦ ବର୍ଷ ହେଲା ପଶ୍ଚିମବଙ୍ଗର ଦୀଗା ମାଛ ରପ୍ତାନୀ କେନ୍ଦ୍ରକୁ ଧାମରା ମାଛ ପଠାଇ ବ୍ୟବସାୟ ଚଳାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାମରା ମତ୍ସ୍ୟଜୀବୀ ସଂଘର ୩୦୦ ଟ୍ରଲର ମଧ୍ୟରୁ ପାଖାପାଖି ୨୦୦ ଟ୍ରଲର ଧାମରା ମାଛଧରା ଜେଟିକୁ ନଆସି ଦୀଘା ମାଛଧରା ଜେଟିରେ ଓହ୍ଲାଇ ମାଛ ବିକିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ୧୦ ବର୍ଷ ହେଲା । ଏଥିରେ କ୍ଷୁବ୍ଧ ହୋଇ ଧାମରା ସଂଘ ଏହି ଏକ୍ସପୋର୍ଟ କଂପାନୀକୁ ଆଉ ମାଛ ନବିକିବା ପାଇଁ ଜିଦ୍ ଧରିଥିଲେ । ଧାମରା ମତ୍ସ୍ୟଜୀବୀଙ୍କ ଏହି ଜିଦ୍‌କୁ ମାନି ନେଇଥିଲେ ଏହି ଏକ୍ସପୋର୍ଟ କଂପାନୀମାନେ । ମତ୍ସ୍ୟଜୀବୀଙ୍କ ଦାବି ମାନିବା ପରେ ରାଜ୍ୟ ମତ୍ସ୍ୟ ବିଭାଗ ଦର ଖଣ୍ଡିଆ କରି ଘର ପକାଇ ଦେଲା । ଏଥିରେ ୩ଟି ବରଫ କଳ ଏଯାଏଁ ନିର୍ମାଣ ହୋଇନାହିଁ କି ଆହୁରି ଆନୁସଙ୍ଗିକ ଯଥା ସଭାଗୃହ, ଜଳ ନିଷ୍କାସନ, ବରଫ ଭଙ୍ଗା ଯନ୍ତ୍ର, ବିଦ୍ୟୁତ୍ ଆଦି ଏଯାଏଁ ସଂପୂର୍ଣ୍ଣ ହୋଇପାରୁନାହିଁ । ଏହି ଅତ୍ୟାଧୁନିକ ମାଛ କେନ୍ଦ୍ରରେ ବରଫ କଳ, ବରପ ଗୁଣ୍ଡ କରିବା ଯନ୍ତ୍ର, ଅତ୍ୟାଧୁନିକ ପ୍ୟାକିଂ ମେସିନ୍ ଏଯାଏଁ ଲାଗିପାରିନାହିଁ । ଏକ୍ସପୋର୍ଟ କଂପାନୀମାନେ ମାସିକ ୧ ଲକ୍ଷ ଟଙ୍କା ଭଡାରେ ସରକାରଙ୍କ ଠାରୁ ଏହି ଗୃହ ନେବା ପ୍ରସଙ୍ଗ ପଦ୍ମ ଘୁଞ୍ôଚ ଘୁଞ୍ôଚ ଯାଉôଥବାବେଳେ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘକୁ ମଧ୍ୟ ଏହା ହସ୍ତାନ୍ତର କରାଯାଇପାରୁନାହିଁ । ଏବେ ଏହା ଭୂତକୋଠିରେ ପରିଣତ ହୋଇଛି । ଧାମରା ମତ୍ସ୍ୟଜୀବୀ ସଂଘର ସଭାପତି ଅଶୋକ ଜେନା, ସଂପାଦକ ସୁଦର୍ଶନ ଲେଙ୍କା, ଅଭିମନ୍ୟୁ ରାଉତ, ନିତାଇ ବେହେରା ପ୍ରମୁଖ ଏହି ଘର କାହା ପାଇଁ ନିର୍ମାଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.