Home ଜିଲ୍ଲା ପରିକ୍ରମା ଜଗନ୍ନାଥପ୍ରସାଦ ସୈରାତ; ଗଣଧାରଣା ଜାରି, ବାଲି ଲିଜ ଜମି ଚିହ୍ନଟ; ଅସନ୍ତୋଷ ପ୍ରକାଶ କଲେ ଲୋକେ

ଜଗନ୍ନାଥପ୍ରସାଦ ସୈରାତ; ଗଣଧାରଣା ଜାରି, ବାଲି ଲିଜ ଜମି ଚିହ୍ନଟ; ଅସନ୍ତୋଷ ପ୍ରକାଶ କଲେ ଲୋକେ

40

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲିପୋଖରୀ ଏସକେପ ସମ୍ମୁଖ ଜଗନ୍ନାଥପ୍ରସାଦ ସୈରାତ ନିଲାମ ବାତିଲ ଦାବିରେ ‘ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା ମଞ୍ଚ’ ପକ୍ଷରୁ ତହସିଲ ସମ୍ମୁଖରେ ଅନୁଷ୍ଠିତ ଗଣଧାରଣା ମଙ୍ଗଳବାର ଜାରି ରହିଛି । ଗତକାଲି ଜିଲ୍ଲାପାଳଙ୍କ ସହ ଆଲୋଚନା ସମୟରେ ହୋଇଥିବା ମିଳିତ ନିଷ୍ପତ୍ତି ଅନୁଯାୟୀ ତହସିଲ ପକ୍ଷରୁ ଲିଜ ଜମି ଚିହ୍ନଟ ପୁଲିସ ସୁରକ୍ଷା ବଳୟରେ କରାଯାଇଥିଲା । ମାତ୍ର ଗ୍ରାମବାସୀ, ଆନ୍ଦୋଳନକାରୀ କିମ୍ବା ଜିଲ୍ଲାପାଳଙ୍କ ସହ ଆଲୋଚନାକାରୀଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କୁ ଚିହ୍ନଟ ସ୍ଥାନକୁ ଛଡାଯାଇ ନଥିବାରୁ ଚିହ୍ନଟକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅଗ୍ରାହ୍ୟ କରାଯାଇଛି । ଏହି ଚିହ୍ନଟ ତୃଟିପୂର୍ଣ୍ଣ ଓ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ମଧ୍ୟ କୁହାଯାଇଛି । ଅନ୍ୟପକ୍ଷରେ ଆଇନ ଅନୁଯାୟୀ ବାଲିଉଠାଣ ପୂର୍ବରୁ ଚିହ୍ନଟ କରାଯିବା କଥା । ମାତ୍ର ବହୁ ବିଳମ୍ବରେ ଓ ବାଧ୍ୟବାଧ୍ୟକତାରେ ଚିହ୍ନଟ ଲୁଚାଛପାରେ କରାଯାଉଛି ବୋଲି ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ ଗ୍ରାମବାସୀ । ଆଜି ବାଲି ଉଠାଣ ବାଧାପ୍ରାପ୍ତ ହୋଇଛି । ତେବେ ବାଲିଉଠାଣକୁ ବନ୍ଦ କରାଯାଇ ନାହିଁ ବୋଲି ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି । ସରକାରୀ ଜମି ସରକାର ମାପଚୁପ କରୁଥିବା ବେଳେ ଅନ୍ୟ କାହାରି ଉପସ୍ଥିତି ଆବଶ୍ୟକ ନାହିଁ ବୋଲି ତହସିଲଦାର ଶ୍ରୀ ପଣ୍ଡା ମତ ରଖିଛନ୍ତି । ଚିହ୍ନଟ କାର୍ଯ୍ୟ ପକ୍ଷପାତ ଓ ମନମୁଖି କରାଯାଇଛି ବୋଲି ମଞ୍ଚର ଆବାହକ ଅକ୍ଷୟ ତ୍ରିପାଠୀ ମତ ଦେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହି ସୈରାତରୁ ବାଲି ପରିବହନ ପାଇଁ ‘ୱାଇ’ ଫର୍ମ ବିନା ତାରିଖରେ ବ୍ୟବହାର କରାଯାଉଥିବାରୁ ତହସିଲର ସ୍ୱଚ୍ଛତାକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ବାଲି ଉଠାଣକୁ ନେଇ ପ୍ରଶାସନ ଓ ସ୍ତାନୀୟ ଜନସାଧାରଣଙ୍କ ମଧ୍ୟରେ ଦୂରତା କ୍ରମେ ବୃଦ୍ଧିପାଉଥିôବା ଲକ୍ଷ୍ୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.