Home ଜିଲ୍ଲା ପରିକ୍ରମା ମାଲ୍ୟବନ୍ତ ମହୋତ୍ସବ ନାମକରଣ ପରିବର୍ତନକୁ ନେଇ ବିବାଦୀୟ ପରିସ୍ଥିତି,ଜିଲ୍ଲାପ୍ରଶାସନ ମତାମତ ସଂଗ୍ରହ ପାଇଁ ଡାକିଲେ ପ୍ରସ୍ତୁତି...

ମାଲ୍ୟବନ୍ତ ମହୋତ୍ସବ ନାମକରଣ ପରିବର୍ତନକୁ ନେଇ ବିବାଦୀୟ ପରିସ୍ଥିତି,ଜିଲ୍ଲାପ୍ରଶାସନ ମତାମତ ସଂଗ୍ରହ ପାଇଁ ଡାକିଲେ ପ୍ରସ୍ତୁତି ବୈଠକ

150

ମାଲକାନଗିରି,୧୩ା୧୧ (ଓଡିଆ ପୁଅ )  ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ ର ନାମ ପରିବର୍ତନ କୁ ନେଇ ବିବାଦିୟ ପରିସ୍ଥିତି ସୃଷ୍ଟି ହୋଇଛି । ମାଲ୍ୟବନ୍ତ ମହୋତ୍ସବ ବଦଳରେ ଏହାକୁ ପାଣ୍ଡୁମ ନାମରେ ନାମକରଣ କରିବା ପାଇଁ  ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ଜିଲ୍ଲା ସଂସ୍କୃତିପରିଷଦ କୁ ଏକ ଚିଠି ଦେଇଥିଲେ । ସେହି ଚିଠି ଅନୁସାରେ ମାଲ୍ୟବନ୍ତ ମହୋତ୍ସବ ପରିବର୍ତନ  କରି ତା ବଦଳରେ ପାଣ୍ଡୁମ ନାମକରଣ କରିବା କେତେଦୁର ସମୁଚିନ ସେନେଇ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଜିଲ୍ଲାବାସୀଙ୍କ ମତାମତ ସଂଗ୍ରହ କରିବା ପାଇଁ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରିଥିଲେ ।  ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ସତପଥି ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଟିତ ହୋଇ ଜିଲ୍ଲାବାସୀ ମାନଙ୍କ ମତାମତ ସଂଗ୍ରହ କରାଯାଇଥିଲା । ବାଦ ବିବାଦ ମଧ୍ୟରେ ଏହି ପ୍ରସ୍ତୁତି ବୈଠକରେ ସଠିକ ନାମକରଣ କଣ ହେବ କିଛି ନିସ୍ପତି ନିଆଯାଇ ପାରିନଥିଲା । ଜିଲ୍ଲାଆଦିବାସୀ ସମାଜ ମହାସଂଘ ଆଦିବାସୀଙ୍କ ପରମ୍ପରା ଅନୁସାରେ ପାଣ୍ଡୁମ ନାମକରଣ କରିବା ପାଇଁ ଅଡି ବସିଥିବା ବେଳେ ବିଭିନ୍ନ ଅଚଂଳରୁ ଆସିଥିବା ବ୍ୟକ୍ତି ବିଶେଷ ଓ ବୁଦ୍ଧିଜିବୀ ମାନେ ଏହା ହେଉଛି ମାଲ୍ୟବନ୍ତଗିରି ତେଣୁ ପୁରୁଣା ନାମ ମାଲ୍ୟବନ୍ତ ମହୋତ୍ସବ ରହୁବୋଲି ମତ ଦେଇଥିଲେ । ଏହି ପରି କଥା କଠାକଟି ବାଦବିବାଦ ପରିସ୍ଥିତି ଯୋଗୁଁ  ମାଲ୍ୟବନ୍ତ ମହୋତ୍ସବର ନାମକରଣ କଣ ହେବ ସଠିକ ଭାବେ ଜିଲ୍ଲାପ୍ରଶାସନ କିଛି ନିସ୍ପତି ନେଇ ପାରିନହାଁନ୍ତି । ଏହି ବୈଠକରେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଭାବେ ପାଣ୍ଡୁମ ର ଆୟୋଜନ କରାଯାଉ ବୋଲି ମତ ଦେଇଥିବାବେଳେ, ଆଉ କିଏ ମାଲ୍ୟବନ୍ତ ପାଣ୍ଡୁମ ରଖା ଯାଉ ତ ଆଉକିଏ ପଥଉତ୍ସବ କୁ ପଥ ପାଣ୍ଡୁମ କରାଯାଉ ନଚେତ ମାଲ୍ୟବନ୍ତ ମହୋତ୍ସବ ପାଣ୍ଡୁମ ରହୁ ବୋଲି ମତାମତ ଦେଇଥିଲେ,ମାଲ୍ୟବନ୍ତ ମହୋତ୍ସବ ପରୁଣା ନାମକରଣ ରହୁ ବୋଲି ଅଧିକ ସଂଖ୍ୟକ ମତାପ୍ରକାଶ ପାଇ ଜିଲ୍ଲାର କିଛି ବୁଦ୍ଧିଜିବୀ ଅତିରିକ୍ତ ଜିଲ୍ଲାପାଳ ଓ ବିଧାୟକଙ୍କୁ ଏକ ଦରଖାସ୍ତ ଦେଇ ଥିଲେ । ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ମାଲକାନଗିରି ବିଧାୟକ ମାନସ ମାଡକାମି,ଉପଜିଲ୍ଲାପାଳ ରାମେଶ୍ୱରପ୍ରଧାନ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ମାନସ ମିଶ୍ର,ଜିଲ୍ଲାଆଦିବାସୀ ସମାଜ ମହାସଂଘର ସଭାପତି ଘେନୁମୁଦୁଲି,ଉପଦେଷ୍ଟା ଘନସ୍ୟାମ ମାଡକାମି,ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,କୋୟା ସମାଜ. ପରଜା ସମାଜ. ଦୁରୁଆ ସମାଜ,ବଣ୍ଡା ସମାଜ,କନ୍ଧ ସମାଜ,ଦିଦାୟୀ ସମାଜ,ଭୁମିୟା ସମାଜ, ବିଭିନ୍ନ ଆଦିବାସୀ ସଂପ୍ରଦାୟର ସଭାପତି, ସଂପାଦକ,ବଙ୍ଗୀୟ ସମାଜ ଓ ଜିଲ୍ଲାସଦର ମହକୁମା ଠାରେ ଥିବା ବିଶିଷ୍ଟ ବ୍ୟକ୍ତି ବିଶେଷ,ମାଲକାନଗିରି ବିଡିଓ,ପୌରପରିଷଦ ନିର୍ବାହି ଅଧିକାରୀ,ଉପକୃଷିନିର୍ଦ୍ଦେଶକ,ତହସିଲଦାର ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି.ସ୍ୱେଚ୍ଛାସେବୀ ଅନୁଷ୍ଟାର କର୍ମକର୍ତା ମାନେ ଯୋଗଦେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଏହି ବୈଠକରେ କୌଣସି ନିସ୍ପତି ନିଆ ଯାଇପାରିନଥିବାରୁ ସମସ୍ଥଙ୍କ ମତାମତକୁ ସଂଗ୍ରହକରାଯାଇ ଜିଲ୍ଲାପାଳଙ୍କ ନିକଟକୁ ପଠା ଯାଇଥିଲା, ଜିଲ୍ଲାପାଳ ଏହି ମତାମତକୁ ରାଜ୍ୟସଂସ୍କୃତି ବିଭାଗକୁ ପଠାଇ ସେମାନଙ୍କ ନିସ୍ପତି ଅନୁସାରେ ମାଲ୍ୟବନ୍ତ ମହୋଉତ୍ସବ ର ନାମକରଣ ପରିବର୍ତନ ହେବାକି ନାହିଁ ଜଣାପଡିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସତପଥୀ କହିଛନ୍ତି । ସୁଚନା ଯୋଗ୍ୟ ଯେ ଗତ ୨୦୦୩ ମସିହାରେ ତତ୍କାଳିନ ଜିଲ୍ଲାପାଳ ମୁନୀଷ ମୁଦୁଗିଲ୍,ସ୍ଥାନୀୟ ଆଦିବାସୀ ନେତା ଓ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ମାନଙ୍କ ଉଦ୍ୟମରେ ଜିଲ୍ଲାର ସାଂସ୍କୃତିକ ମୂର୍ଚ୍ଚନାର ଅନୁଭବ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭ କରାଯାଇଥିଲା । ଏହି ଉତ୍ସବ ଶାନ୍ତିଶୃଙ୍ଖଳାର ସହିତ ଦୀର୍ଘ୧୫ବର୍ଷରେ ପଦାର୍ପଣ କରିଥିବାବେଳେ ତାର ନାମକରଣ ପରିବର୍ତନ କରିବା କେତେଦୁର ସମୁଚିନ ଏହା ସମଗ୍ର ଜିଲ୍ଲାବାସୀଙ୍କ ପାଇଁ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟିକରିଛି ବୋଲି ଜିଲ୍ଲାର ସଂସ୍କୃିତି ପ୍ରେମୀ ଓ ବୁଦ୍ଧିଜିବୀ ମାନେ ମତପ୍ରକାଶ କରିଛନ୍ତି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.