Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାର ୨୫ତାରିଖରୁ ଧାନ ମଣ୍ଡି ଆରମ୍ଭ,ପ୍ରଥମ ପର୍ଯ୍ୟାୟରେ୮ଲକ୍ଷ ୨୦ହାଜର କ୍ୱିଟାଂଲ ଧାନ କ୍ରୟହେବ

ମାଲକାନଗିରି ଜିଲ୍ଲାର ୨୫ତାରିଖରୁ ଧାନ ମଣ୍ଡି ଆରମ୍ଭ,ପ୍ରଥମ ପର୍ଯ୍ୟାୟରେ୮ଲକ୍ଷ ୨୦ହାଜର କ୍ୱିଟାଂଲ ଧାନ କ୍ରୟହେବ

106

ମାଲକାନଗିରି,୧୪ା୧୧ (ଓଡିଆ ପୁଅ )   ମାଲକାନଗିରି ଜିଲ୍ଲାରେ  ଖରିପଚାଷର ଧାନମଣ୍ଡି ଚଳିତ ମାସ ୨୫ତାରିଖ ଠାରୁ ଆରମ୍ଭ ହୋଇ ଚାଷୀମାନଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୨୦ହାଜର କ୍ୱିଟାଂଲ ଧାନ କ୍ରୟହେବ ବୋଲି ଆଜି ଡିଆରଡିଏ ସଭାଗୃହରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଜିଲ୍ଲାପ୍ରଶାସନ ପକ୍ଷରୁ ନିସ୍ପତି ନିଆଯାଇଛି ।  ଜିଲ୍ଲାରେ ସୁଚାରୁ ଭାବେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରି ଠିକ ସମୟରେ ଉପଯୁକ୍ତମୂଲ୍ୟ ଦେବାସହିତ ଚାଷୀମାନେ ଯେପରି ବାରମ୍ବାର ମଣ୍ଡିକୁ ଆସି ହଇରାଣ ନହୁଅନ୍ତି ସେଥିପ୍ରତି ଦୃଷ୍ଟିଦେବାପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୨୦ହଜାର କ୍ବିଟାଂଲ ଧାନ କ୍ରୟହେବା ପାଇଁ ନିସ୍ପତି ନିଆ ଯାଇଛି । ମାଲକାନଗିରି ଜିଲ୍ଲାରେ ଚଳିତବର୍ଷ ଖରିପ ଧାନସଂଗ୍ରହ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସାତଟି ଯାକ ବ୍ଲକରେ ମୋଟ ୬୨ଟି ମଣ୍ଡିଖୋଲା ଯାଇଛି,ଚାଷୀମାନଙ୍କ ଠାରୁ ଅଣଜଳସେଚିତ ଜମିରୁ ଏକର ପିଛା ୧୬କୁଇଁଟାଂଲ ଓ ଜଳସେଚିତ ଜମିରୁ ୧୯କୁଇଟାଂଲ ଧାନ କ୍ରୟକରାଯିବ,ଜିଲ୍ଲାର କାଲିମେଳା,ପଡିଆ, କୋରକୁଣ୍ଡା, ମାଲକାନଗିରି, ମାଥିଲି, ଗୁମ୍ମା, ଖଇରପୁଟ,ସାତଟି ଯାକ ବ୍ଲକରେ ୬୨ଟି ମଣ୍ଡିରେ ଧାନ କ୍ରୟ କରା ଯିବାପାଇଁ ନିସ୍ପତି ନିଆଯାଇ ଲ୍ୟାମ୍ପସମାନଙ୍କୁ ଦାଇତ୍ୱ ଦିଆଯାଇଛି ମାଲକାନଗିରି ଜିଲ୍ଲା ୮ଟି ଲ୍ୟାମ୍ପସ ରେ ଇତି ମଧ୍ୟରେ ୩୩୯୭ ଜଣ ଚାଷୀ ଙ୍କର ନାମପଜିଂକରଣ ହୋଇସାରିଲାଣି ,ଚଳିତବର୍ଷ ଖରିପରେ ସାଧାରଣ ଏଫ କ୍ୱିୟୁ କିସମ ଧାନ କୁଇଁଟାଂଲ ପିଛା ୧୭୫୦ଟଙ୍କା ଓ ଗ୍ରେଡ ଏ କିସମ ଧାନ ୧୭୭୦ ଟଙ୍କା ସରକାରି ଦର ଧାର୍ଯ୍ୟ କରାଯାଇଛି , ଏହି ବୈଠକରେ  ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ବିଧାୟକ ମାନସ ମାଡକାମି,ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁସିସା ,ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ସତପଥୀ,ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି,ଉପକୃଷି ନିର୍ଦ୍ଦେଶକ ରାମଚନ୍ଦ୍ର ପଟନାୟକ,ଡିଆରସିସି ଭକ୍ତବନ୍ଧୁ ସାହୁ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର,ଜିଲ୍ଲାର ନିୟନ୍ତ୍ରୀତ ବଜାରକମିଟି ସଂପାଦକ ଗୁରୁଚରଣ ନାୟକ,୮ଟି ଲ୍ୟାମ୍ପସ ଏମଡି, ୨୧ଟି ମିଲର ମାଲିକ ଙ୍କ ସହିତ ଚାଷୀ ପ୍ରତିନିଧିମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.