Home ଜିଲ୍ଲା ପରିକ୍ରମା ମାଲକାନଗିରି ରେ ଆଦିବାସୀ ସାଂସ୍କୃତିକ ସନ୍ଧ୍ୟା,କୋଟପାଡ ଭତ୍ରା ଆଦିବାସୀ ନୃତ୍ୟ ଦର୍ଶକଙ୍କ ମନ ମୋହିଲା

ମାଲକାନଗିରି ରେ ଆଦିବାସୀ ସାଂସ୍କୃତିକ ସନ୍ଧ୍ୟା,କୋଟପାଡ ଭତ୍ରା ଆଦିବାସୀ ନୃତ୍ୟ ଦର୍ଶକଙ୍କ ମନ ମୋହିଲା

391

ମାଲକାନଗିରି,୨୦ା୨(ଓଡିଆ ପୁଅ )  ମାଲକାନଗିରି ଜିଲ୍ଲା ନିଜସ୍ୱ ସଂସ୍କୃତି ଆଦିବାସୀ ଜୀବନ ଧାରାରେ ରୁଢିମନ୍ତ ।ନୃତ୍ୟ ସଙ୍ଗୀତ ସେମାନଙ୍କ ସାମାଜିକ ଜୀବନର ଏକ ଅଙ୍ଗ ,ଜିଲ୍ଲାରେ କୋୟା ସିଙ୍ଗନାଟ,ବଣ୍ଡା ନୃତ୍ୟ,ପରଜା ନୃତ୍ୟ, ଦୁରୁଆ ନୃତ୍ୟ,ଢେମସା ନାଚ,ଆଦି ବିଭିନ୍ନ ନୃତ୍ୟ ଆଦିବାସୀ ସଭ୍ୟତା ସଂସ୍କୃତିକୁ ବଜାଇ ରଖିଛି । ସେମାନଙ୍କ ଭାଷା ସଂସ୍କୃତି, ସଙ୍ଗୀତ ନୃତ୍ୟକୁ ବିଶ୍ୱଦର ବାରରେ ପରିଚୟ କରିବା ପାଇଁ  ଆହୁରି ଆଗକୁ ଦୁଇପାଦ ଆଗେଇ ଆସିଛନ୍ତି ଅଲ ଓଡିଶା ଆଦିବାସୀ ଫୋରମ । ମାଲକାନଗିରି ବ୍ଲକ ପଡିଆ ଠାରେ ଅଲ ଓଡିଶା ଆଦିବାସୀ ଫୋରମ ପକ୍ଷରୁ  ଆୟୋଜିତ ଆଦିବାସୀ ସାଂସ୍କୃତି ସନ୍ଧ୍ୟା ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତିରେ ପୁସ୍ପମାଲ୍ୟଅର୍ପଣ ସହ ପ୍ରଦୀପ ପ୍ପଜ୍ଜଳନ କରି ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାଆଦିବାସୀ ସମାଜ ମହାସଂଘ ସଭାପତି ଘେନୁ ମୁଦୁଲି,ଉପଦେଷ୍ଟା ଘନଶ୍ୟାମ ମାଡକାମି,ସୁଧିର ମୁର୍ମୁ,କାଡେ ସୋରେନ,ରଘୁନାଥ ମାଢି, ମୁକୁନ୍ଦ ପଡିଆମି,ଅନାଦି କାଡା,ପ୍ରମୁଖ ଉପସ୍ଥିତ ରହି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କୌଣସି ଗୁଣରେ କମ ନୁହଁ, ଏହା ଆଦିବାସୀଙ୍କ କଳା ସଂସ୍କୃତି ର ଜିଲ୍ଲା,ସଙ୍ଗୀତ ନୃତ୍ୟ ମାଧ୍ୟମରେ ସଂପର୍କ ନିବିଡ ହେବାସହିତ ଏହା ସାରା ବିଶ୍ୱରେ ପରିଚିତ କରି ଆଦିବାସୀ ସଂସ୍କୃତିକୁ ଜୀବନ୍ତ ରଖିବା ର ଏକ ପ୍ରୟାସ ବୋଲି କହିଥିଲେ ।

ଉତ୍ସବ ଆରମ୍ଭ ପୁର୍ବରୁ ଜମ୍ମୁକାଶ୍ମୀରରେ ସହିଦ ଜବାନଙ୍କ ସ୍ମୃତିଉଦେଶ୍ୟରେ ସମସ୍ତେ ଦୁଇ ମିନିଟ ନିରବ ପାର୍ଥନା କରିଥିଲେ , ସର୍ବ ପ୍ରଥମେ ମାଲକାନଗିରିର ବାଣୀ ପଟନାୟକ ଓ ତାଙ୍କ ଝିଅ ଆଲିଶା ପଟନାୟକ ସହିଦ ଜବାନଙ୍କ ଉଦେଶ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ପରେ ଆଦିବାସୀ ସାଂସ୍କୃତିକ ସନ୍ଧ୍ୟା ଆରମ୍ଭ ହୋଇଥିଲା । ବାଲିମେଳା କଳା ଶ୍ରୀ ନିକେତନର ଛାତ୍ରୀ ମାନେ ଓଡଶୀ ନୃତ୍ୟ, ଖଇରପୁଟ ର ବଣ୍ଡାନୃତ୍ୟ, ନାମେଲଗୁଡାର କୋୟା ସିଙ୍ଗ ନାଟ,କୋରାପୁଟ ଜିଲ୍ଲା କୋଟପାଡର ଭତ୍ରା ନୃତ୍ୟ ଦଳ ଦର୍ଶକ ମାନଙ୍କ ମନ ମୋହିଥିଲା ,

ଏହା ବ୍ୟତିତ ମାଲକାନଗିରିର କୁନି କୁନି ପିଲାମାନେ ବିଶ୍ୱକବି ରବିନ୍ଦ୍ରନାଥ ଠାକୁରଙ୍କ ସଙ୍ଗୀତରେ ନୃତ୍ୟକରିଥିଲେ ,ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀର ଛାତ୍ର ମାନଙ୍କ ଦ୍ୱାରା ଆଫ୍ରୀକାନ ଡ୍ୟାନ୍ସ ,ପାଣ୍ଡୁ ନୃତ୍ୟଦଳର ମାଇକେଲ ଜଂକ୍ସନ ନୃତ୍ୟ,ଚାଲାଣଗୁଡା କସ୍ତୁରବା ବିଦ୍ୟାଳୟ,ସତିଗୁଡା କନ୍ୟା ଶ୍ରମ ବିଦ୍ୟାଳୟ ସହ ଅନ୍ୟାନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଢେମସା. କୋୟା ନୃତ୍ୟ,ଦୁରୁଆ ନୃତ୍ୟ,ଯୋଡି ଶଙ୍ଖ,କାଠି ନୃତ୍ୟ,ସହିତ ଜିଲ୍ଲା ଓ ଜିଲ୍ଲାବାହାରରୁ ପ୍ରାୟ୫୦ରୁ ଉର୍ଦ୍ଦ ନୃତ୍ୟଦଳ ଯୋଗଦେଇ ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନକରିଥିଲେ । ଏହି କାର୍ଯ୍ୟକ୍ରମରେ ବିନାଶ କୁମାର ମିଶ୍ର ମଚଂପରିଚାଳନା କରିଥିବା ବେଳେ ରମ୍ୟରଜଂନ ପରିଡା,ପ୍ରସାଦ ନାୟକ,କେ.ଦେଶୀରୁଜା ଆଚାରୀ,ଜୟନ୍ତି ବରୁଦା, ଓ ବିଜୁଯୁବ ବାହିନୀର ର କର୍ମକର୍ତା ମାନେ ଏହି କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.