Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଉଜ୍ଜ୍ୱଳା ଦିଦି ପ୍ରଶିକ୍ଷଣ । ୧ଲକ୍ଷ ୫୩ହଜାର ଘର ମଧ୍ୟରୁ ୮୧ହଜାର ଘରକୁ...

ମାଲକାନଗିରି ଜିଲ୍ଲାରେ ଉଜ୍ଜ୍ୱଳା ଦିଦି ପ୍ରଶିକ୍ଷଣ । ୧ଲକ୍ଷ ୫୩ହଜାର ଘର ମଧ୍ୟରୁ ୮୧ହଜାର ଘରକୁ ଇନ୍ଧନ ଗ୍ୟାସ ଯୋଗାଇଦିଆ ଯାଇଛି

382

ମାଲକାନଗିରି,୨୦ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ୧୧୧ଟି ପଚାଂୟତ ଓ ବାଲିମେଳା ବିଜ୍ଞାପିତ ଅଚଂଳପରିଷଦ, ମାଲକାନଗିରି ପୌରପରିଷଦ ଅଚଂଳର ୧୪୨ଟି ସ୍ଥାନରେ ଜାତୀୟ ଯୁବ କୋପରେଟିଭ ସଂସ୍ଥାପକ୍ଷରୁ ଉଜ୍ଜଳା ଦିଦି ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇ ଯାଇଛି , ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଏନଓ୍ୟାଇସିଏସ ଜିଲ୍ଲା ସଂଯୋଜକ ତୁଷାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଜ୍ଜଳା ଦିଦି ପ୍ରଶିକ୍ଷଣ ଶିବିରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଏସଡିପି ସ୍ତିତୀପ୍ରଜ୍ଞା ଦାସ,ମୁଖ୍ୟବକ୍ତା ଭାବେ ଆଦିବାସୀ ନେତା ଜଳନ୍ଧର ନାୟକ,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ରତ୍ନାକରଦାଶ ଯୋଗଦେଇ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରି ହେଲାପରେ ଗାଁର ଲୋକ ମାନଙ୍କୁ ଆଉ ଜଙ୍ଗଲକୁ କାଠ କାଟିବାକୁ ଯିବାକୁପଡୁନାହିଁ, ଏହା ଦ୍ୱାରା ଜଙ୍ଗଲ ଧ୍ୱସଂରୁ ରକ୍ଷାପାଇପାରିଛି । ଚୁଲି ଓ କାଠ ବାଉଁସ ଜାଳେଣିର ଧୁଆଁରେ ମହିଳା ମାନେ ବହୁପରିମାଣରେ ଫୁସଫୁସ୍ ରୋଗରେ ଆକା୍ରନ୍ତ ହୋଇଥାନ୍ତି । ଗାଁ ଗାଁରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରନ୍ଧନଗ୍ୟାସ ରିହାତି ମୂଲ୍ୟରେ ଯୋଗାଇ ଦିଆ ଯାଉଥିବାରୁ ମହିଳା ମାନେ ବହୁତ ଖୁସିରେ ଅଳ୍ପ ସମୟ ମଧ୍ୟରେ ରାନ୍ଧିପାରୁଛନ୍ତି । ଏÿହା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅଧିକମାତ୍ରାରେ କାର୍ଯ୍ୟକାରି ହେବାପାଇଁ ଚେଷ୍ଟା ଚାଲିଛି,ବିଶେଷ କରି ବଣ୍ଡାଘାଟିର ଆଦିମ ବଣ୍ଡା ଜନଜାତୀ ଓ ସ୍ୱାଭିମାନଚଂଳରେ ମଧ୍ୟ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରି ହୋଇ ସାରିଛି,ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ସ୍ୱଚ୍ଛରୋଷେଇ ଇନ୍ଧନର ଉପଲଦ୍ଧତା ସମସ୍ତଙ୍କ ପାଇଁ ସବୁବେଳେ ସବ ର୍ତ୍ର,ଏବେ ଘରେ ଘରେ ପହଁଚିଛି ଉଜ୍ଝଳା ଯୋଜନାର ରନ୍ଧନ ଗ୍ୟାସ,ଉଜ୍ଜଳା ଦିଦି ସମସ୍ତ ପଚାଂୟତରେ ରହି ଇନ୍ଧନ ଗ୍ୟାସ ସହିତ ନାପିକନ ଓ ଅନ୍ୟାନ ଉନ୍ନତି ମୁଳକର ବାର୍ତା ଦେଇପାରିଛନ୍ତି ବୋଲି କହିଥିଲେ ।  ଜିଲ୍ଲାରେ ୨୦୧୪ମସିହାରେ ଏଲପିଜି ଗ୍ରାହକ ସଂଖ୍ୟା ମାତ୍ର ୭ହଜାର ଥିଲା ,ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରି ହେବାପରେ ତାହା ବୃଦ୍ଧିପାଇ ୭୧.୦୨୫ ହଜାରରେ ପହଁଚି ପାରିଛି ।୨୦୧୬ ପରେ ଜିଲ୍ଲାରେ ୧ଲକ୍ଷ ୫୩ହଜାର ଘର ମଧ୍ୟରୁ ଇତିମଧ୍ୟରେ ୮୧ହଜାର ଘରକୁ  ଗ୍ୟାସ ଯୋଗାଇଦିଆ ଯାଇଛି ।  ଜିଲ୍ଲାରେ ସାତଟି ବ୍ଲକରେ ୮ଟି ସ୍ଥାନରେ ଏଲପିଜି ବିତରକ ରହିଛନ୍ତି । ଆଗକୁ ଆହୁରି ଅଧିକ ୨ଟି ବିତରକଙ୍କୁ ନିଯୁକ୍ତି କରାଯିବ,ଜିଲ୍ଲାରେ ୬.୧୪ଲକ୍ଷ ଜନସଂଖ୍ୟା ଓ ୧.୫୩ଲକ୍ଷ ଘର ରହିଛି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୭୧.୦୨୫ ଟି ଘରକୁ ସାମିଲ କରା ଯାଇ ସେମାନଙ୍କୁ ରନ୍ଧନ ଗ୍ୟାସ ଯୋଗାଇ ଦିଆ ଯାଇଛି  ବୋଲି ଏସଡିପି ସ୍ତିତିପ୍ରଜ୍ଞା ଦାସ କହିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ବୀପିନି ବିହାରୀ ସତପଥୀ,ରୀନା ରାଣୀ ପାଣିଗ୍ରାହୀ ଯୋଗଦେଇ ବିଭିନ୍ନ ପଚାଂୟତରୁ ଆସିଥିବା ଶତାଧିକ ମହିଳାମାନଙ୍କୁ ତାଲିମ ଦେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.