Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାର ୧୯୨ଜଣ ଆଦିବାସୀ ଛାତ୍ର ଛାତ୍ରୀ ଭୁବନେଶ୍ୱର ଠାରେ ଜୀବନକୌଶଳ ଶିକ୍ଷାନେଲେ

ମାଲକାନଗିରି ଜିଲ୍ଲାର ୧୯୨ଜଣ ଆଦିବାସୀ ଛାତ୍ର ଛାତ୍ରୀ ଭୁବନେଶ୍ୱର ଠାରେ ଜୀବନକୌଶଳ ଶିକ୍ଷାନେଲେ

106

ମାଲକାନଗିରି,୨ା୧୧ (ଓଡିଆ ପୁଅ ) କେବଳ ପାଠପଢିଦେଲେ ଛାତ୍ର ଛାତ୍ରୀ ମାନେ ସବୁକିଛି ଜାଣି ନିଜର ଜୀବନ ଜିବୀକା ସହ ସ୍ୱାବଲମ୍ବୀ ହେବା ତାହା ଠିକ କଥା ହୋଇ ନଥିବାରୁ ରାଜ୍ୟସରକାରଙ୍କ ଆଦିବାସୀ ମଙ୍ଗଳବିଭାଗ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ  ନିଜେ କିପିରି ସ୍ୱାବଲମ୍ବୀ ହୋଇପାରିବେ  ସେ ନେଇ ଜୀବନ କୌଶଳ ଉପରେ ଶିକ୍ଷାଦେବା ଆରମ୍ଭ ହୋଇଯାଇଛି । ଆଦି ବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଏହା ଆରମ୍ଭ କରାଯାଇଛି । ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଓ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣଗଣ୍ଡଙ୍କ ଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦୀପ୍ତକୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲାରେ ଥିବା ୭୬ଟି ସେବାଆଶ୍ରମ,ଆଶ୍ରମ ବିଦ୍ୟାଳୟ ଓ ୪ଟି ଯୁକ୍ତଦୁଇ ମହାବିଦ୍ୟାଳୟର ୧୯୨ଜଣ ଛାତ୍ର ଛାତ୍ରୀଙ୍କୁ ଜୀବନ କୌଶଳ ଉପରେ ତାଲିମ ଦେବା ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୯୮ଜଣ ଛାତ୍ର ଛାତ୍ରୀ ଭୁବନେଶ୍ୱର ଠାରେ ତାଲିମ ନେଇ ଫେରିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ତାଲିମ ନେବାକୁ ୯୪ଜଣ ଛାତ ଛାତ୍ରୀ ଭୁବନେଶ୍ୱର ଅଭି ମୁଖେ ଯାତ୍ରାକରିଛନ୍ତି । ଏହି ଛାତ୍ର ଛାତ୍ରୀ ମାନଙ୍କ ସହିତ ମାର୍ଗଦର୍ଶକ ଶିକ୍ଷକ ଭାବେ ମୃତ୍ୟୁଜଂୟ ହାଲଦାର,ରଘୁନାଥ ନାୟକ,ବସନ୍ତ ବାଗଚି,ବୁଦ୍ରା କବାସୀ,ରବିନ୍ଦ୍ର ନାଥ ବେହେରା,ଶିକ୍ଷୟତ୍ରୀ ସରିତାରାଣି ଲେଙ୍କା,ସ୍ନେହାଶ୍ରୀ ସୋରେନ,  ମାଟୋ ର୍ନ ସ୍ୱେତାସ୍ମିତା ବାରିକ,ଭବାନୀ ସୁନାମୁଦି,ମହିଳା ସ୍ୱାସ୍ଥ୍ୟକର୍ମୀ ଅପର୍ନାଚକ୍ରବର୍ତି,ଅର୍ଚାନାରାଣି ସରକାର,ରଶିରେଖା ବିଶ୍ୱଳା ଏହି ଛାତ୍ର ଛାତ୍ରୀ ମାନଙ୍କ ସହିତ ଯାଇଛନ୍ତି । ଭୁବନେଶ୍ୱର ଠାରେ ଏମାନେ ତାଲିମ ନେବା ପରେ ଛାତ୍ର ଛାତ୍ରୀ ମାନେ ନିଜ ନିଜ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଜୀବନକୌଶଳ ଉପରେ ଶିକ୍ଷା ଦେବେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.