Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାସ୍ତରୀୟ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହପାଳନ,କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ

ମାଲକାନଗିରି ଜିଲ୍ଲାସ୍ତରୀୟ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହପାଳନ,କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ

68

ମାଲକାନଗିରି,୨ା୧୧ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାସଦର ମହକୁମା ଡିଆରଡିଏ ସଭାଗୃହରେ ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଦୁର୍ନିତୀ ନିବାରଣ ଜନ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଟିତ ସଭାରେ ମୁଖ୍ୟଅତିଥିଭାବେ ମାଲକାନଗରି ବିଧାୟକ ମାନସ ମାଡକାମି,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଜିଲ୍ଲା ଆଦିବାସୀ ବିକାଶପରିଷଦ ଅଧ୍ୟକ୍ଷ ଆଡମା ରାବା,ଜିଲ୍ଲାବନଖଣ୍ଡିୟ ଅଧିକାରୀ ମିରେଶ ପ୍ରଦୀପ ଦେବିଦାସ,ଦୁର୍ନିତୀନିବାରଣ ଡିଏସପି ଶରତଚନ୍ଦ୍ର ସାହୁ ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର  ପ୍ରମୁଖ ଯୋଗଦେଇ ଦୁର୍ନିତୀ ନିବାରଣ ସଚେତନାତା କିପରି କରାଯାଇ ଜିଲ୍ଲାକୁ ଦୁର୍ନିତୀ ମୁକ୍ତରଖା ଯାଇପାରିବ ସେ ସଂପର୍କରେ କହିଥିଲେ ।ଏହି ଅବସରରେ ମାଲକାନଗିରି ପିଡି ଡିଆରଡିଏ ଶ୍ରୀ ପଣ୍ଡା ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଦୁର୍ନିତୀ ବିରୋଧରେ ସପଥପାଠ କରାଇଥିଲେ । ପୁର୍ବରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥରେରେ  ଦୁର୍ନିତୀ ନିବାରଣ ସଂପର୍କରେ ଅନୁଷ୍ଟିତ ବିଭିନ୍ନ ପ୍ରତି ଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସଭାରେ ବିଭିନ୍ନ ବିଭାଗୀୟ ଅଧିକାରୀ,ଯୋଗଦେଇଥିଲେ,ଶେଷରେ ସରୋଜକୁମାର ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଜନସଚେତନତା  ସୋଭାଯାତ୍ରା ସହରପରିକ୍ରମା କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.