Home ଓଡ଼ିଶା ମାଓଗଡରେ ଅପରେସନ ସବୁଜ ଜହର, ୮ କୋଟି ୨୪ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ପୋଡି

ମାଓଗଡରେ ଅପରେସନ ସବୁଜ ଜହର, ୮ କୋଟି ୨୪ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ପୋଡି

418

ମାଲକାନଗିରି, ୪ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ମାଓଗଡରେ ଅପରେସନ ସବୁଜ ଜହର ଆରମ୍ଭ କରି ଗତ ଦୁଇଦିନ ମଧ୍ୟରେ ୮ କୋଟି ୨୪ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ପୋଡି ନଷ୍ଟ କରିଛନ୍ତି। ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସ.ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରେସନ ସବୁଜ ଜହର ଯୋରଦାର ଚାଲିଛି। ଆଜି ସକାଳେ ଜିଲ୍ଲା ଅବକାରି ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ବିମ୍ବାଧରପଣ୍ଡା, ସବ୍ଇନସ୍ପେକ୍ଟର ଏଚ.ଜଗାରାଓ, ଦିଲୀପ ନାୟକ, ରାଜୁ ଖିତି, ଦିନେଶ କୁମାର, ସି.ଏଚ.ଖରା, ଜେମସ ସାହୁ, ଅମର ମହାପାତ୍ର, ଆର.ସି. ହନ୍ତାଳ, ପି.ନାଗେଶ, ଏସ. ମହାନ୍ତି, ଏସ. ମାଝି, ପି. ନାୟକ, କର୍ମଚାରି ମାନେ ସ୍ୱାଭିମାନ ଅଚଂଳର ମାଓଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ଥାନାସ୍ଥ ଡାଇକ୨, ଖଡିକାଜୋଡି, ରାଇପୁର, ଭୁତଝୋଲା ଜଙ୍ଗଲରେ ବେଆଇନ ଭାବେ ଚାଷକରା ଯାଇଥିବା ୨୯ ଏକର ଜମିରୁ ୪୦,୬୦୦ ଟି ଗଞ୍ଜେଇ ଗଛ ଗୁଡିକୁ କାଟି ପୋଡି ନଷ୍ଟ କରିଦେଇଛନ୍ତି। ଏହି ଗଞ୍ଜେଇ ଗଛର ସରକାରି ମୂଲ୍ୟ ୪ କୋଟି ୬୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଠିକ ସେହିପରି ଗତକାଲି ଚିତ୍ରକୋଣ୍ଡା ଥାନାସ୍ଥ ମାଓପ୍ରବଣ ବଡପୁଟ, କମାରଗୁଡା, ଆରଏସି-୫ ଗ୍ରାମ ଜଙ୍ଗଲରୁ ୨୬ଏକର ଜମିରେ ବେଆଇନ ଭାବେ ହୋଇଥିବା ୩୬୪୦୦ଟି ଗଞ୍ଜେଇ ଗଛ କାଟି ପୋଡି ନଷ୍ଟକରିଦେଇ ଛନ୍ତି। ଏହାର ସରକାରି ମୂଲ୍ୟ ୩କୋଟି ୬୪ଲକ୍ଷ ଟଙ୍କାର ହେବ ବୋଲି ଜଣାପଡିଛି, ଗତ ଦୁଇଦିନ ମଧ୍ୟରେ ମାଓପ୍ରବଣ ଚିତ୍ରକୋଣ୍ଡା ଅଚଂଳର ୭ଟି ସ୍ଥାନରୁ ୮କୋଟି ୨୪ ଲକ୍ଷ ଟଙ୍କାର ବେଆନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷର ଭୁସ୍ୱର୍ଗ। ଦୁର୍ଗମ ବିଛିନ୍ନାଞ୍ଚଳର ଯେଉଁଠି ଦେଖିବ ଶତାଧିକ ହେକ୍ଟର ଜମିରେ ଗଞ୍ଜେଇଗଛର ସବୁଜବିଷବଳୟ ଚାରିଦିଗକୁ ଘେରି ରହିଛି। ବାହର ରାଜ୍ୟର ଚୋରା ଗଞ୍ଜେଇ ମାଫିଆ ମାନେ ନିରିହ ଆଦିବାସୀଙ୍କୁ କମ ପରିଶ୍ରମରେ ଅଧିକ ରୋଜଗାର କରିବାର ପ୍ରଲୋଭନ ଦେଖାଇ ଏହି ଗଞ୍ଜେଇଚାଷରେ ସେମାନଙ୍କୁ ସାମିଲ କରୁଛନ୍ତି। ଉନ୍ନତ ମାନର ଶିଳାବତୀ ଗଞ୍ଜେଇ ବିହନ ସାର ଚାଷର ଉପକରଣ ସେମାନଙ୍କୁ ଦେଇ ଜଙ୍ଗଲଜମି ଓ ପାହଡ ଉପରେ ବେଆଇନ ଭାବେ ଗଞ୍ଜେଇଚାଷ କରୁଛନ୍ତି। ଜିଲ୍ଲାର ଯେଉଁ ଆଡକୁ ଦେଖିବ ସବୁଜଜହର ବଳୟ, ସ୍ୱଳ୍ପ କର୍ମଚାରୀ ଙ୍କୁ ନେଇ ଜିଲ୍ଲାଅବକାରୀ ବିଭାଗ ଧିରେ ଧିରେ ଏହି ଗଞ୍ଜେଇ ଚାଷକୁ ନଷ୍ଟକରିବାକୁ ଲାଗିପଡିଛନ୍ତି। ନୁଆବର୍ଷରେ ଦୁଇଦିନ ମଧ୍ୟରେ ୫୫ ଏକର ଜମିରୁ ୭୭ହଜାରରୁ ଉର୍ଦ୍ଦ ଗଞ୍ଜେଇ ଗଛ କାଟି ପୋଡି ନଷ୍ଟକରାଯାଇଛି, ଏହାର ମୂଲ୍ୟ ୮କୋଟି ୨୪ଲକ୍ଷଟଙ୍କା ହେବ, ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ନିୟମିତ ଭାବେ ଅପରେସନ ଗ୍ରୀନ ହେମ୍ପ ଚାଲୁରହିଛି, ୨୦୧୯ ମସିହା ଶେଷ ସୁଦ୍ଧା ଜିଲ୍ଲାକୁ ସବୁଜ ଜହର ମୁକ୍ତ କରାଯିବ ବୋଲି ଜିଲ୍ଲାଅବକାରୀ ବିଭାଗ ସୁପରି ଟେଣ୍ଡେଟଂ ଶ୍ରୀ ଏ.କେ. ସେଠ୍ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.