Home ଓଡ଼ିଶା ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ପରେ ଜିଲ୍ଲା ପ୍ରଶାସନର ଚେତା ପଶିଲା ;ଅଧିକାରୀମାନଙ୍କ କୋଟିଆ ଗସ୍ତ ;...

ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ପରେ ଜିଲ୍ଲା ପ୍ରଶାସନର ଚେତା ପଶିଲା ;ଅଧିକାରୀମାନଙ୍କ କୋଟିଆ ଗସ୍ତ ; ୭ ରେ ଆନ୍ଧ୍ରର ଜନ୍ମଭୂମି କାର୍ଯ୍ୟକ୍ରମ ଧୂଳିପଦରରେ

405

କୋରାପୁଟ ;ତା୦୫-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ବିାବଦୀୟ କୋଟିଆର ଗ୍ରାମପୁଞରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରି ଜନ୍ମଭୂମି କାର୍ଯ୍ୟକ୍ରମ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ଚେତା ପଶି କେତେଜଣ ଅଧିକାରୀ ଗତକାଲି ଅପାରହ୍ନରେ କୋଟିଆ ଗସ୍ତ କରି କାର୍ଯ୍ୟକ୍ରମ ତଦାରଖ କରିଥିବା ଜଣାପଡିଛି ।କୋରାପୁ

ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ପରେ ଜିଲ୍ଲା ପ୍ରଶାସନର ଚେତା ପଶିଲା ; ଅଧିକାରୀମାନଙ୍କ କୋଟିଆ ଗସ୍ତ ; ୭ ରେ ଆନ୍ଧ୍ରର ଜନ୍ମଭୂମି କାର୍ଯ୍ୟକ୍ରମ ଧୂଳିପଦରରେ

କୋରାପୁଟ ;ତା୦୫-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ବିାବଦୀୟ କୋଟିଆର ଗ୍ରାମପୁଞ୍ଜରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରି ଜନ୍ମଭୂମି କାର୍ଯ୍ୟକ୍ରମ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ଚେତା ପଶି କେତେଜଣ ଅଧିକାରୀ ଗତକାଲି ଅପାରହ୍ନରେ କୋଟିଆ ଗସ୍ତ କରି କାର୍ଯ୍ୟକ୍ରମ ତଦାରଖ କରିଥିବା ଜଣାପଡିଛି। କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ଉପର ଗଞ୍ଜେଇ ପଦର ଗ୍ରାମରେ ପହଞ୍ଚି ଆନ୍ଧ୍ରର ଅଧିକାରୀଙ୍କୁ ଭେଟିଥିଲେ ଓ କଣ କରୁଛ ବୋଲି ଉପଜିଲ୍ଲାପାଳ ପ୍ରଶ୍ନ କରିଥିଲେ। ସେଠାରେ ଜନ୍ମଭୂମି କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀମାନଙ୍କୁ ଭତ୍ତା ଓ ରାସନ କାର୍ଡ ପ୍ରଦାନ କରିଥିବା ଉପ ଜିଲ୍ଲାପାଳ ଶ୍ରୀ କହଁର ଜାଣିବାକୁ ପାଇଥିଲେ। ଆସନ୍ତା ୭ ତାରିଖ ଦିନ ବିବାଦୀୟ ଧୂଳିପଦର ଗ୍ରାମଠାରେ ଆନ୍ଧ୍ରର ଜନ୍ମଭୂମି କାର୍ଯ୍ୟକ୍ରମ କରାଯିବ ବୋଲି ଆନ୍ଧ୍ରର ସାଲୁର ମଣ୍ଡଳର ଭିଆରଓ ପି .କ୍ରୀଷ୍ଣାମୂର୍ତ୍ତି ସୂଚନା ଦେବାପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢେଇ ଦେଇଥିଲା। ପଟ୍ଟାଙ୍ଗୀ ବିଡିଓ କେ .କେ. ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ସୁନାବେଡା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଏ .କେ.ପଟନାୟକ, ସହକାରୀ ଯନ୍ତ୍ରୀ ବିଜୟ କୁମାର ନନ୍ଦ, ଏପିଓ ସୌମେନ୍ଦ୍ର ନାୟକ. ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯୁଗ୍ମ ସଂପାଦକ ଜଗବନ୍ଧୁ ସାମଲ ପ୍ରମୁଖ କୋଟିଆରେ ଉପସ୍ଥିତ ଥିଲେ। ତଳ ଗଞ୍ଜେଇ ପଦରେ ସ୍ୱତନ୍ତ୍ର ବିଜୁ ପକ୍କାଘର ନିର୍ମାଣ କାର୍ଯ୍ୟକୁ ବିଡିଓ ପରିଦର୍ଶନ କରିଥିବା ବେଳେ ଅନ୍ୟ ଅଧିକାରୀମାନେ କୋଟିଆଠାରୁ ନାରାଡିବାଲସା ପର୍ଯ୍ୟନ୍ତ ଚାଲୁଥିବା ରାସ୍ତା କାମର ତଦାରଖ କରିଥିଲେ। କୋଟିଆ ପଂଚାୟତରେ ଚାଷୀ ସହାୟତା ଯୋଜନା କାଳିଆର କାର୍ଯ୍ୟକ୍ରମକୁ ଅଧିକାରୀମାନେ ତଦାରଖ କରିଥିଲେ। ଅଧିକାରୀମାନେ ଧୂଲିପଦର, ନାରାଡିବାଲସା ଓ ଉପରସେମ୍ବି ଯାଇ କାଳିଆ ଯୋଜନାର ବ୍ୟାନର ଗୁଡିକ ଲଗେଇଥିବା ଜଣାପଡିଛି।

କୋଟିଆରେ ଦୀର୍ଘସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା କୋରାପୁଟ ଉପଜିଲ୍ଲାପାଳ ଶ୍ରୀ କହଁର ପ୍ରକାଶ କରିଥିଲେ।ଆଶ୍ରମ ବିଦ୍ୟାଳୟ ଆଦିବାସୀ ଅଂଚଳରେ ମହତ୍ୱ ରଖିଥାଏ ତେଣୁ ଏ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଶିକ୍ଷା ବର୍ଷରେ କୋଟିଆ ଆଶ୍ରମ ବିଦ୍ୟାଳୟରେ ପ୍ରାଥମିକତା ଦିଆଯାଇ ୧ ମ ଶ୍ରେଣୀରେ ନାମ ଲେଖାଯିବ ବୋଲି ସେ ସୂଚନା ଦେଇଥିଲେ।

ଆନ୍ଧ୍ର ସରକାର ଯୋଜନାବଦ୍ଧ ଭାବରେ କୋଟିଆ ବିବାଦୀୟ ଗ୍ରାମପୁଞ୍ଜକୁ ଗସ୍ତ କରୁଥିବା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଅଭିଯୋଗ କରିଥିଲେ। ମାତୃଭୂମିକୁ ବିଶ୍ୱାସକୁ ନେଇ କାମ କରନ୍ତୁ ସେ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏ ଭଳି ହେଉଛି ବୋଲି ସେ ସୂଚନା ଦେଇଥିଲେ।ଆମ ସରକାର ୩୦୦ ଟଙ୍କା ଭତ୍ତା ଦେଉଥିବା ବେଲେ ଆନ୍ଧ୍ର ସରକାର ୧ ହଜାର ଟଙ୍କା ଭତ୍ତା ଦେଉଥିବାରୁ ବିବାଦୀୟ କୋଟିଆବାସି କାହା ପ୍ରତି ଦୁର୍ବଳତା ଦେଖାଇବେ ବୋଲି ପ୍ରଶ୍ନ କରିଥିଲେ। ରାଜ୍ୟ ସରକାର କାହିଁକି ନିୟମ ପରିବର୍ତ୍ତନ କରି ଭତ୍ତା ବୃଦ୍ଧି କରୁନାହାନ୍ତି ବୋଲି ସେ ଆହୁରୀ ପ୍ରଶ୍ନ କରିଥିଲେ। ଆନ୍ଧ୍ର ୭ ରେ ଧୂଲିପଦରଠାରେ ଜନ୍ମଭୂମି କାର୍ଯ୍ୟକ୍ରମ କରିବା ପୂର୍ବରୁ କୋରୋପୁଟ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଗ୍ରାମସଭା କରି ସେଠାର ଗ୍ରାମବାସୀମାନଙ୍କୁ ଜଙ୍ଗଳ ଜମି ପଟ୍ଟା ପ୍ରଦାନ କରିବାକୁ ସେ ଦାବି କରିଥିଲେ।

ଗତ ୨ ଦିନ ମଧ୍ୟରେ ଉପର ଓ ତଳ ଗଞ୍ଜେଇପଦରେ ୭୬ ହିତାଧିକାରିମାନଙ୍କୁ ଭତା ପ୍ରଦାନ କାରଯିବା ସହ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିଲା ବୋଲି ଭିଆରଓ ପି .କ୍ରୀଷ୍ଣାମୂର୍ତ୍ତି ପ୍ରକାଶ କରିଥିଲେ। ଆସନ୍ତା ୭ ତାରିଖ ଜନ୍ମଭୂମି କାର୍ଯ୍ୟକ୍ରମରେ ତହସିଲଦାର, ବିଡିଓ, ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ବୋଲି ସେ ସୂଚନା ଦେଇଥିଲେ। ଆନ୍ଧ୍ରର କର୍ମୀମାନେ ୮ ମାସରେ ଆସି ଅଣ୍ଡା, କ୍ଷୀର, ଚାଉଳ ପ୍ରଦାନ କରିଥାନ୍ତି ବୋଲି ବାସିନ୍ଧା ଆସୀ ଗେମେଲ ସୂଚନା ଦେଇଥିଲେ।ଓଡିଶା ସରକାରଙ୍କ ସମସ୍ତ ଅଗଂନବାଡିରେ ପ୍ରତ୍ୟେକ ଦିନ ସମସ୍ତ ଖାଦ୍ୟ ପଦାର୍ଥ ପ୍ରଦାନ କରାଯାଉଥିବା ସେ ପ୍ରକାଶ କରିଥିଲେ।କୋଟିଆ ପାଇଁ ରାଜ୍ୟ ସରକାର ସମସ୍ତ ଯୋଜନା କରିଥିବା ବେଳେ ସେଗୁଡିକର କାର୍ଯ୍ୟକାରୀତାକୁ ତଦାରଖ କରାଯାଉଛି ବୋଲି ବିଡିଓ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।ତଲ ଗଞ୍ଜେଇପଦରେ ୨୫ ଜଣଙ୍କୁ ସ୍ୱତନ୍ତ୍ର ବିଜ୍ଜୁ ପକ୍କା ଘର ଯୋଜନାରେ ସାମିଲ କରାଯାଇଥିବା ବେଳେ ହିତାଧିକାରୀମାନେ କାମ ଆରମ୍ଭ କରିଦେଇଥିବା ସେ ପ୍ରକାଶ କରିଥିଲେ। ୭ ତାରିଖ ଧୂଲିପଦରଟାରେ ହେବାକୁ ଥିବା ଜନ୍ମଭୂମି କାର୍ଯ୍ୟକ୍ରମରେ ଆନ୍ଧ୍ର ସରକାର କଣ ଘୋଷଣା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ଓ ଆମ୍ଭର ଗୁଇନ୍ଦା କେତେ ତଥ୍ୟ ସଂଗ୍ରହ କରୁଛି ତାହା ସମୟ ହିଁ କହିବ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି। ରାଜ୍ୟ ପିଠା ଯୋଜନାକୁ ସରକାର ବିବାଦୀୟ କୋଟିଆ ଅଂଚଳର ପ୍ରତ୍ୟେକ ବିବାଦୀୟ ଗ୍ରାମପୁଞ୍ଜରେ ସଭା କରି ସଚେତନ କରିବା ସହ ଜନ୍ମଭୂମିକୁ ଏହା ନିଶ୍ଚିତଭାବେ ଟକ୍କର ଦେବ ବୋଲି ଆଲୋଚ୍ୟର ବିଷୟ ହୋଇପଡିଛି।

ଟ ଉପଜୁିଲ୍ଲାପାଳ ଲଲିତ କୁମାର କହଁର ଉପର ଗଞେଇପଦର ଗ୍ରାମରେ ପହଂଚି ଆନ୍ଧ୍ରର ଅଧିକାରୀଙ୍କୁ ଭେଟିଥିଲେ ଓ କଣ କରୁଛ ବୋଲି ଉପଜିଲ୍ଲାପାଳ ପ୍ରଶ୍ନ କରିଥିଲେ ।ସେଠାରେ ଜନ୍ମଭୂମି କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀମାନଙ୍କୁ ଭତା ଓ ରାସନ କାର୍ଡ ପ୍ରଦାନ କରିଥିବା ଉପଜିଲ୍ଲାପାଳ ଶ୍ରୀ କହଁର ଜାଣିବାକୁ ପାଇଥିଲେ ।ଆସନ୍ତା ୭ ତାରିଖ ଦିନ ବିବାଦୀୟ ଧୂଳିପଦର ଗ୍ରାମଠାରେ ଆନ୍ଧ୍ରର ଜନ୍ମଭୂମି କାର୍ଯ୍ୟକ୍ରମ କରାଯିବ ବୋଲି ଆନ୍ଧ୍ରର ସାଲୁର ମଣ୍ଡଳର ଭିଆରଓ ପି .କ୍ରୀଷ୍ଣାମୂର୍ତି ସୂଚନା ଦେବାପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢେଇଦେଇଥିଲା ।ପଟ୍ଟାଙ୍ଗୀ ବିଡିଓ କେ .କେ. ପ୍ରଧାନ , ଗ୍ରାମ୍ୟ ଉନ୍ନୟନ ସୁନାବେଡା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଏ .କେ.ପଟନାୟକ , ସହକାରୀ ଯନ୍ତ୍ରୀ ବିଜୟ କୁମାର ନନ୍ଦ , ଏପିଓ ସୈାମେନ୍ଦ୍ର ନାୟକ. ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା , ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯୁଗ୍ମ ସଂପାଦକ ଜଗବନ୍ଧୁ ସାମଲ ପ୍ରମୁଖ କୋଟିଆ ରେ ଉପସ୍ଥିତ ଥିଲେ ।ତଳଗଞେଇପଦରେ ସ୍ୱତନ୍ତ୍ର ବିଜୁ ପକ୍କାଘର ନିର୍ମାଣ କାର୍ଯ୍ୟକୁ ବିଡିଓ ପରିଦର୍ଶନ କରିଥିବା ବେଳେ ଅନ୍ୟ ଅଧିକାରୀମାନେ କୋଟିଆଠାରୁ ନାରାଡିବାଲସା ପର୍ଯ୍ୟନ୍ତ ଚାଲୁଥିବା ରାସ୍ତା କାମର ତଦାରଖ କରିଥିଲେ ।କୋଟିଆ ପଂଚାୟତରେ ଚାଷୀ ସହାୟତା ଯୋଜନା କାଳିାଆର କାର୍ଯ୍ୟକ୍ରମକୁ ଅଧିକାରୀମାନେ ତଦାରଖ କରିଥିଲେ ।ଅଧିକାରୀମାନେ ଧୂଲିପଦର , ନାରାଡିବାଲସା ଓ ଉପରସେମ୍ବି ଯାଇ କାଳିଆ ଯୋଜନାର ବ୍ୟାନର ଗୁଡିକ ଲଗେଇଥିବା ଜଣାପଡିଛି ।

କୋଟିଆରେ ଦିର୍ଘସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା କୋରାପୁଟ ଉପଜିଲ୍ଲାପାଳ ଶ୍ରୀ କହଁର ପ୍ରକାଶ କରିଥିଲେ ।ଆଶ୍ରମ ବିଦ୍ୟାଳୟ ଆଦିବାସୀ ଅଂଚଳରେ ମହତ୍ୱ ରଖିଥାଏ ତେଣୁ ଏ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଶିକ୍ଷା ବର୍ଷରେ କୋଟିଆ ଆଶ୍ରମ ବିଦ୍ୟାଳୟରେ ପ୍ରାଥମିକତା ଦିଆଯାଇ ୧ ମ ଶ୍ରେଣୀରେ ନାମ ଲେଖାଯିବ ବୋଲି ସେ ସୂଚନା ଦେଇଥିଲେ ।
ଆନ୍ଧ୍ର ସରକାର ଯୋଜନାବଦ୍ଧ ଭାବରେ କୋଟିଆ ବିବାଦୀୟ ଗ୍ରାମପୁଞକୁ ଗସ୍ତ କରୁଥିବା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଅଭିଯୋଗ କରିଥିଲେ । ମାତୃଭୂମିକୁ ବିଶ୍ୱାସକୁ ନେଇ କାମ କରନ୍ତୁ ସେ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏ ଭଳି ହେଉଛି ବୋଲି ସେ ସୂଚନା ଦେଇଥିଲେ ।ଆମ ସରକାର ୩୦୦ ଟଙ୍କା ଭତା ଦେଉଥିବା ବେଲେ ଆନ୍ଧ୍ର ସରକାର ୧ ହଜାର ଟଙ୍କା ଭତା ଦେଉଥିବାରୁ ବିବାଦୀୟ କୋଟିଆବାସି କାହା ପ୍ରତି ଦୁର୍ବଳତା ଦେଖାଇବେ ବୋଲି ପ୍ରଶ୍ନ କରିଥିଲେ ।ରାଜ୍ୟ ସରକାର କାହିଁକି ନିୟନ ପରିବର୍ତନ କରି ଭତା ବୃଦ୍ଧି କରୁନାହାନ୍ତି ବୋଲି ସେ ଆହୁରୀ ପ୍ରଶ୍ନ କରିଥିଲେ ।ଆନ୍ଧ୍ର ୭ ରେ ଧୂଲିପଦରଠାରେ ଜନ୍ମଭୂମି କାର୍ଯ୍ୟକ୍ରମ କରିବା ପୂର୍ବରୁ କୋରୋପୁଟ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଗ୍ରାମସଭା କରି ସେଠାର ଗ୍ରାମବାସୀମାନଙ୍କୁ ଜଙ୍ଗଳ ଜମି ପଟ୍ଟା ପ୍ରଦାନ କରିବାକୁ ସେ ଦାବି କରିଥିଲେ ।
ଗତ ୨ ଦିନ ମଧ୍ୟରେ ଉପର ଓ ତଳ ଗଞେଇପଦରେ ୭୬ ହିତାଧିକାରିମାନଙ୍କୁ ଭତା ପ୍ରଦାନ କାରଯିବା ସହ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିଲା ବୋଲି ଭିଆରଓ ପି .କ୍ରୀଷ୍ଣାମୂର୍ତି ପ୍ରକାଶ କରିଥିଲେ ।ଆସନ୍ତା ୭ ତାରିଖ ଜନ୍ମଭୂମି କାର୍ଯ୍ୟକ୍ରମରେ ତହସିଲଦାର , ବିଡିଓ , ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ବୋଲି ସେ ସୂଚନା ଦେଇଥିଲେ ।ଆନ୍ଧ୍ରର କର୍ମୀମାନେ ୮ ମାସରେ ଆସି ଅଣ୍ଡା , କ୍ଷୀର , ଚାଉଳ ପ୍ରଦାନ କରିଥାନ୍ତି ବୋଲି ବାସିନ୍ଧା ଆସୀ ଗେମେଲ ସୂଚନା ଦେଇଥିଲେ ।ଓଡିଶା ସରକାରଙ୍କ ସମସ୍ତ ଅଗଂନବାଡିରେ ପ୍ରତ୍ୟେକ ଦିନ ସମସ୍ତ ଖାଦ୍ୟ ପଦାର୍ଥ ପ୍ରଦାନ କରାଯାଉଥିବା ସେ ପ୍ରକାଶ କରିଥିଲେ ।କୋଟିଆ ପାଇଁ ରାଜ୍ୟ ସରକାର ସମସ୍ତ ଯୋଜନା କରିଥିବା ବେଳେ ସେଗୁଡିକର କାର୍ଯ୍ୟକାରୀତାକୁ ତଦାରଖ କରାଯାଉଛି ବୋଲି ବିଡିଓ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ।ତଲ ଗଞେଇପଦରେ ୨୫ ଜଣଙ୍କୁ ସ୍ୱତନ୍ତ୍ର ବିଜ୍ଜୁ ପକ୍କା ଘର ଯୋଜନାରେ ସାମିଲ କରାଯାଇଥିବା ବେଳେ ହିତାଧିକାରୀମାନେ କାମ ଆରମ୍ଣ କରିଦେଇଥିବା ସେ ପ୍ରକାଶ କରିଥିଲେ ।୭ ତାରିଖ ଧୂଲିପଦରଟାରେ ହେବାକୁ ଥିବା ଜନ୍ମଭୂମି କାର୍ଯ୍ୟକ୍ରମରେ ଆନ୍ଧ୍ର ସରକାର କଣ ଘୋଷଣା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ଓ ଆମ୍ଭର ଗୁଇନ୍ଦା କେତେ ତଥ୍ୟ ସଂଗ୍ରହ କରୁଛି ତାହା ସମୟ ହିଁ କହିବ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି ।ରାଜ୍ୟ ପିଠା ଯୋଜନାକୁ ସରକାର ବିାବଦୀୟ କୋଟିଆ ଅଂଚଳର ପ୍ରତ୍ୟେକ ବିବାଦୀୟ ଗ୍ରାମପୁଞରେ ସଭା କରି ସଚେତନ କରିବା ସହ ଜନ୍ମଭୂମିକୁ ଏହା ନିଶ୍ଚିତଭାବେ ଟକ୍କର ଦେବ ବୋଲି ଆଲୋଚ୍ୟର ବିଷୟ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.