Home ଜିଲ୍ଲା ପରିକ୍ରମା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ,୧ଆହତ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ,୧ଆହତ

19

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ରମାଛକ ଠାରେ ଏକ ମର୍ମନ୍‌ୁଦ ସଡକ ଦୁର୍ଘଟଣାରେ ବାଇକ ଚାଳକ ଙ୍କର ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ ବାଇକ ଆରୋହୀ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଆଜି ସକାଳ ୯.୩୦ସମୟରେ ଧାମରାରୁ ଏକ ବାଇକରେ ବାଂଶଡା ଥାନା ଅର୍ନ୍ତଗତ ତୋଟାପଡା ପଂଚାୟତର ପ୍ରଦୀପ ମହାଳିକ ବାଇକ ଚଳାଉଥିବା ବେଳେ ସେହି ବାଇକରେ ଧାମରା ମେରାଇନ ଥାନା ଅର୍ନ୍ତଗତ ଜାଗୁଳା ପଂଚାୟତର ଶାନ୍ତନୁ ଜେନା ବାସୁଦେବପୁର ଅଭିମୁଖେ ଯାତ୍ରା କରୁଥିଲେ । ରମାଛକ ନିକଟରେ ବାସୁଦେବପୁରରୁ ଧାମରା ଅଭିମୂଖେ ଆସୁଥିବା ବାଲି ବୋଝେଇ ହାଇଓା (ଓଡି୦୧ଜି-୧୧୭୨)ସଂପୃକ୍ତ ବାଇକ ଉପରେ ମାଡି ଯାଇଥିଲା ।ଘଟଣା ସ୍ଥଳରେ ବାଇକ ଆରୋହୀ ପ୍ରଦୀପ ମହାଳିକ ମୃତ୍ୟୁ ବରଣ କରିଥିବା ବେଳେ ବାଇକରେ ଥିବା ଶାନ୍ତନୁ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପଡିଯାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଂଚି ଶାନ୍ତନୁ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ବେପରୁଆ ଗାଡି ଚାଳନା କରି ଆସୁଥିବା ହାଇଓା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଜନସାଧାରଣ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ପ୍ରଦୀପ ମହାଳିକଙ୍କ ଶବକୁ ବାସୁଦେବପୁର- ଧାମରା ରାସ୍ତା ଉପରେ ରଖି ଉପଯୁକ୍ତ କ୍ଷତି ପୂରଣ ଦାବୀରେ ସକାଳ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରାସ୍ତା ରୋକ କରିଥିଲେ । ଖବର ପାଇ ବାଂଶଡା ଥାନା ଅଧିକାରୀ କରୁଣାକର ରାଉତ ଏବଂ କରଞ୍ଜମାଳ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରିବା ସହିତ ହାଇଓା ମାଲିକଙ୍କୁ ଡାକି ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ କହିଥିଲେ । ଜିଲ୍ଲା ରେଡକ୍ରସ ତରଫରୁ ମୃତକଙ୍କୁ ୧୦ହଜାର ଟଙ୍କା ସହିତ ଗାଡିବୀମା ଯାହା ମିଳିବ ତାହା ମୃତକଙ୍କ ପରିବାରକୁ ଦେବାକୁ ଥାନା ଅଧିକାରୀ ସଂପୃକ୍ତ ହାଇଓା ମାଲିକଙ୍କୁ ନିର୍ଦେଶ ଦେଇଥିଲେ । ଶୋକାକୂଳ ପରିବେଶ ମଧ୍ୟରେ ମୃତକଙ୍କ ପରିବାର ଆସି ଅପରାହ୍ଣ ୪ଟା ସମୟରେ ଶବକୁ ପୋଷ୍ଟମର୍ଟମ ପାଇ ନେଇଥିବା ଜଣାଯାଇଛି । ତେବେ ଏନେଇ ବାଂଶଡା ଥାନାରେ ଏକ ୨୩୫/୨୦ରେ କେସ ରୁଜୁ କରାଯାଇ ଅଧିକ ତଦନ୍ତ ଜାରୀ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.