Home ଜିଲ୍ଲା ପରିକ୍ରମା ନାବାଳିକା ନାତୁଣୀ ମାଡରେ ଆଈ ମୃତ

ନାବାଳିକା ନାତୁଣୀ ମାଡରେ ଆଈ ମୃତ

28

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗ୍ରାମର ଦାସସାହିରେ ମାନସିକ ଅନଗ୍ରସର ଥିବା ନାବାଳିକା ନାତୁଣୀର ହେମଦସ୍ତା ମାଡରେ ଆଈର ମୃତ୍ୟୁ ହୋଇଛି । ଗ୍ରାମର ୬୫ ବର୍ଷୀୟ ଶଶୀ ଦାସଙ୍କୁ ଗତକାଲି ବିଳମ୍ବିତ ରାତ୍ରରେ ତାଙ୍କ ପାଖରେ ଶୋଇଥିବା ୧୬ ବର୍ଷୀୟ ନାତୁଣୀ ହେମଦସ୍ତା ବାଡିରେ ମୁଣ୍ଡକୁ ଆଘାତ ଦେବା ଯୋଗୁଁ ମୃତ୍ୟୁହୋଇଛି ବୋଲି ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସଂପୃକ୍ତ ନାବାଳିକା ମୃତ ମହିଳାଙ୍କ ଝିଅର ଝିଅ । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ଶ୍ୟାମସୁନ୍ଦରପୁର ଗ୍ରାମରେ । ନାବାଳିକା ଜଣକ ଗତ ଏକ ମାସ ଧରି ଆଈ ଘରକୁ ଆସି ରହୁଥିଲା । ମାନସିକ ଅନଗ୍ରସରତା ହେତୁ ତାଙ୍କ ଆଚରଣ ବିଭିନ୍ନ ସମୟରେ ଅସ୍ୱାଭାବିକ ଥିଲା । ଗତକାଲି ରାତ୍ର ପ୍ରାୟ ଦୁଇଟା ସମୟରେ ନାବାଳିକା ଚିତ୍କାର କରି କାନ୍ଦିବାରୁ ମାଇଁ ଉଠି କାରଣ ପଚାରିଥିଲେ । ନାବାଳିକା ଆଈ ସହ ଝଗଡା କରି ଏଭଳି କାଣ୍ଡ ଭିଆଇଛି ବୋଲି କହି ସମସ୍ତ ଘଟଣା ପ୍ରକାଶ କରିଥିଲା । ଶାଶୁ ମୃତ ଥିବା ଦେଖି ବୋହୂ ପୂଜାରାଣୀ ଗ୍ରାମବାସୀଙ୍କୁ ଜଣାଇଥିଲା । ସୂଚନା ପାଇ ପୁଲିସ ରାତ୍ରରେ ପହଞ୍ôଚ ନାବାଳିକାକୁ ହେପାଜତକୁ ନେବା ସହ ଶବ ଜବତ କରିଥିଲା । ଏଥିସହ ହେମଦସ୍ତା ପୁଆ ଓ ମୋବାଇଲ ଜବତ କରିଥିଲା । ମୃତକର ପୁଅ ଅନୁପସ୍ଥିତିରେ ବୋହୂ ପୂଜାରାଣୀ ଦାସ ଆଜି ସକାଳେ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ଆଧାରରେ ପୁଲିସ ୨୬୬/୨୦ନଂ ହତ୍ୟାମାମଲା ଋଜୁ କରି ଶବ ବ୍ୟବଚ୍ଛେଦ କରିଥିଲା । ପୁଲିସ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ଛାନଭିନ କରିଛି । ନାବାଳିକାକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.