Home ଜିଲ୍ଲା ପରିକ୍ରମା ଭିନ୍ନ ଏକ ଧାରାର ମଣିଷ ବିକାଶ ଦାଶ, ଅତିରିକ୍ତ ଏସ୍‌ପିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଭିନ୍ନ ଏକ ଧାରାର ମଣିଷ ବିକାଶ ଦାଶ, ଅତିରିକ୍ତ ଏସ୍‌ପିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

11

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଲିସ ବିଭାଗରେ ଚାକିରୀ କରିଥିଲେ ମଧ୍ୟ କଳା, ସାହିତ୍ୟ, ସଂସ୍କୃତିରେ ପୂର୍ଣ୍ଣ ରୁଚି ରଖିଥିବା ଏକ ଭିନ୍ନ ଧାରାର ମଣିଷ ହେଉଛନ୍ତି ଭଦ୍ରକର ଅତିରିକ୍ତ ଏସ୍‌ପି ବିକାଶ ଦାଶ । ଜଣେ କ୍ରୀଡାବିତ୍‌, ସଂଗୀତ ପ୍ରେମୀ ତଥା ମଣିଷଙ୍କୁ ଅତି ନିକଟରୁ ଚିହ୍ନି ପାରି ସହାୟତାର ହାତ ବଢାଉଥିବା ମଣିଷ ବିକାଶ ଦାଶ ବୋଲି ଆଜି ଭଦ୍ରକ ୱାନ୍ ଷ୍ଟପ୍ ସେଣ୍ଟରରେ ଅନୁଷ୍ଠିତ ତାଙ୍କ ବିଦାୟ ସମ୍ବର୍ଦ୍ଧନା ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକର ଅତିରିକ୍ତ ଏସ୍‌ପି ଥିବା ବିକାଶ ଦାଶଙ୍କର ଝାରସୁଗୁଡା ଏସ୍‌ପି ଭାବେ ପଦୋନ୍ନତି ହେବା ପରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫେଲୋସିପ୍ ଆନୁକୂଲ୍ୟରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଶ୍ରୀ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ଦାଶଙ୍କ ଫେଲୋସିପ୍ ସଂସ୍ଥା, ପରିବାର ପରାମର୍ଶ କେନ୍ଦ୍ର ଓ ୱାନ୍ ଷ୍ଟପ୍ ସେଣ୍ଟର ସହିତ ରହିଥିବା ସମ୍ପର୍କର ରୋମନ୍ଥନ କରିଥିଲେ । ଅନ୍ୟ ମଞ୍ଚାସିନ ଅତିଥିଙ୍କ ମଧ୍ୟରେ ଫେଲୋସିପ୍‌ର ସମ୍ପାଦକ ଏସ୍‌. ଏମ୍‌. ଫାରୁକ, ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଆବାହାକ ସେବକ ଶରତ ଚନ୍ଦ୍ର ସାହୁ ଶ୍ରୀ ଦାଶଙ୍କ କାର୍ଯ୍ୟ ଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ଦାଶଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଭଦ୍ରକ ଜିଲ୍ଳାର ରହଣି ସମୟରେ ଏକ ସ୍ୱତନ୍ତ୍ର ଅନୁଭୁତି ଆହରଣ କରିଥିବା ବେଳେ ଭଦ୍ରକ ସହିତ ତାଙ୍କର ସମ୍ପର୍କ ସବୁଦିନ ପାଇଁ ଅତୁଟ ରହିବ ବୋଲି ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଦାଶ ପ୍ରକାଶ କରିଥିଲେ । ଶେଷରେ ୱାନ୍ ଷ୍ଟପ୍ ସେଣ୍ଟରର ଆଡିମିନିଷ୍ଟ୍ରେଟିଭ୍ ଅଫିସର ସ୍ୱପ୍ନାରାଣି ବଳ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ଫେଲୋସିପ୍‌, ପରିବାର ପରାମର୍ଶ କେନ୍ଦ୍ର, ୱାନ୍ ଷ୍ଟପ୍ ସେଣ୍ଟରର ସମସ୍ତ କର୍ମକର୍ତ୍ତା, କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.