Home ଜିଲ୍ଲା ପରିକ୍ରମା ଭଦ୍ରକ ସାହିତ୍ୟ ପରିଷଦର ସମ୍ବର୍ଦ୍ଧନ ସଭା

ଭଦ୍ରକ ସାହିତ୍ୟ ପରିଷଦର ସମ୍ବର୍ଦ୍ଧନ ସଭା

26

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାହିତ୍ୟ ପରିଷଦର ଏକ ସମ୍ବର୍ଦ୍ଧନା ସଭା ସଭାପତି ଡଃ ରାଧାରାଣୀ ମହାପାତ୍ରଙ୍କ ସଭାପତିତ୍ୱରେ ସାବିତ୍ରୀ ସ୍ୱାଧ୍ୟାୟ ମନ୍ଦିର, ନୂଆବଜାର ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଲୋକନାଟକ ର ସ୍ରଷ୍ଟା ଓ କଳାକାର ନାଟ୍ୟଶ୍ରୀ ନିର୍ମଳ ରାଉତ ପୁରସ୍କୃତ ହୋଇଥିବାରୁ ମୁଖ୍ୟଅତିଥି ସାହିତ୍ୟ ଏକାଡେମୀ ସଦସ୍ୟ ତଥା କବି ଭରତଚନ୍ଦ୍ର ଦାସ ମୁଖ୍ୟଅତିଥି, ଝରଣା ପଟ୍ଟନାୟକ ମୁଖ୍ୟବକ୍ତା, ଗୋଲକ ସାହୁ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସମ୍ପାଦକ ବିଜୟ ବହଳି ସଂପାଦକୀୟ ବିବରଣୀ, ରତିକାନ୍ତ ବେହେରା ସ୍ୱାଗତ ଭାଷଣ ଓ ଡଃ ପ୍ରଭାତନଳିନୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶକୁନ୍ତଳା ନାୟକ ମାନପତ୍ର ପାଠ କରିଥିଲେ । ଭଦ୍ରକର ବୁଦ୍ଧିଜୀବି ଓ ସାହିତ୍ୟିକ ପ୍ରଭାତ କୁମାର ଜେନା, ବସନ୍ତ ମିଶ୍ର, ହରିଶ ଚନ୍ଦ୍ର ଦାସ, ଶାନ୍ତନୁ କୁମାର ରାଉତ, ବାବୁଲାଲ ଦାସ, ରମେଶ ଚନ୍ଦ୍ର ଦାସ, ଗୌରାଙ୍ଗ ଚନ୍ଦ୍ର ବାରିକ, ସରୋଜିନୀ ନାୟକ, କରୁଣାକର ବେହୁରିଆ, ଗୀତାରାଣୀ ଆଇଚ, ରମେଶ ଚନ୍ଦ୍ର ସ୍ୱାଇଁ, ଅବନୀ ପ୍ରଧାନ, ଶରତଚନ୍ଦ୍ର ନାୟକ, ମୁକ୍ତିକାନ୍ତ ମଲ୍ଲିକ, ଦିବ୍ୟସିଂହ ଦାସ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଗୁରୁତର ଅସୁସ୍ଥ ସାମ୍ବାଦିକ ବିଭୁ ପ୍ରସାଦ ବେହେରାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରି ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ସଭ୍ୟମାନେ ପ୍ରତିଜ୍ଞା କରିଥିଲେ । ସୁଶ୍ରୀ ପ୍ରୀତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.