Home ଜିଲ୍ଲା ପରିକ୍ରମା ବାଳିକା ନିର୍ଯାତନା ଓ ଯୁବତୀ ଚାଲାଣ ସଚେତନତା ଶିବିର

ବାଳିକା ନିର୍ଯାତନା ଓ ଯୁବତୀ ଚାଲାଣ ସଚେତନତା ଶିବିର

41

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକର କୋଡବରୁଁଆ ଗ୍ରାମ ପଞ୍ଚାୟତ ସଂସ୍କୃତ ଟୋଲ ପରିସରରେ ସଖୀ, ୱାନ୍ ଷ୍ଟପ୍ ସେଣ୍ଟର, ଭଦ୍ରକ ଦ୍ୱାରା ବାଳିକା ନିର୍ଯାତନା ଓ ଯୁବତୀ ଚାଲାଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଚଣ୍ଡିଗାଁ ଏବଂ କୋଡବରୁଆଁ ଗ୍ରାମ ପଞ୍ଚାୟତର ପ୍ରାୟ ୨୦୦ ବାଳିକା ଯୋଗ ଦେଇଥିଲେ । ଉକ୍ତ ସଭାରେ ସଖୀ, ୱାନ ଷ୍ଟପ ସେଣ୍ଟର ତରଫରୁ କେସ୍ ୱାର୍କର ଜୟଶ୍ରୀ ନାୟକ ବାଲ୍ୟ ବିବାହ ଏବଂ ଯୁବତୀ ଚାଲାଣ ଏକ ଦଣ୍ଡନୀୟ ଅପରାଧ ବୋଲି ପ୍ରକାଶ କରିଥିଲେ । ତେଣୁ ଏହାର ମୂଳୋତ୍ପାଟନ କରିବା ଏବଂ ନାରୀ ନିର୍ଯାତନାର ନିରାକରଣ ପାଇଁ ୱାନ ଷ୍ଟପ ସେଣ୍ଟରରେ ପ୍ରଦାନ କରାଯାଉ ଥିବା ବିଭିନ୍ନ ସହାୟତା ଯଥା ପୁଲିସ ସହାୟତା, ଡାକ୍ତରି ସହାୟତା, ଆଇନ୍ ସହାୟତା ଓ ମନସ୍ତାତ୍ତ୍ୱିକ ସହାୟତା ବିଷୟରେ ଆଲୋଚନା କରିଥିଲେ । ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସର୍ବ ଶିକ୍ଷା ଅଭିଯାନର ଜିଲ୍ଳା ବାଳିକା ଶିକ୍ଷା ସଂଯୋଜିକା ଇପ୍‌ସିତା ଜେନା କିଶୋରୀ ଅବସ୍ଥାରେ ମନରେ ଆସୁଥିବା ବିଭିନ୍ନ ଅବାନ୍ତର ଚିନ୍ତାଧାରାକୁ କିଭଳି ଆତ୍ମ ସଂଯମ କରିବା ଉଚିତ୍ ପ୍ରକାଶ କରିଥିଲେ । ଡିଡିୟୁକେଜିର ଜିଲ୍ଲା ସଂଯୋଜକସୁନିଲ ନାୟକ ବାଳିକା ମାନଙ୍କ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ ପରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଦିଆ ଯାଉଥିବା ବିଭିନ୍ନ ପ୍ରଶିକ୍ଷଣ ଉପରେ ଆଲୋଚନା କରିଥିଲେ । ସର୍ବଶେଷରେ ସେକ୍ ସିରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.