Home ଜିଲ୍ଲା ପରିକ୍ରମା ଆଜାଦ୍ ହିନ୍ଦ ସାମାଜିକ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ଆଜାଦ୍ ହିନ୍ଦ ସାମାଜିକ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

30

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନର ଲକ୍ଷ୍ୟ ନେଇ ୨୦୧୫ ମସିହାରୁ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍‌ରେ ଗଢିଉଠିଥିଲା ଆଜାଦ୍ ହିନ୍ଦ ସାମାଜିକ ସଂଗଠନ । ସାମାଜିକ ସେବା ଓ ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ, ବୃକ୍ଷରୋପଣ , ଯୋଗ ଶିବିର ଏବଂ କ୍ରୀଡାକୁ ଗୁରୁତ୍ୱ ଦେଇ ବାସୁଦେବପୁର ଅଂଚଳରେ ସଂଗଠନ ନିଜର ପରିଚୟ ସୃଷ୍ଟି କରିଛି । ଆଜି ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ରାଜଘରପୋଖରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୯୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ସଂଗଠନର ସଭାପତି ରଂଜନ ନାୟକ ଓ ସଂପାଦକ ବିଭୁଦତ୍ତ ନାୟକ, ରକ୍ତଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସଂଗଠନର ଅଜୟ ନାୟକ, ରାଜେଶ ନାୟକ, ଅରୁଣ ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତି, ଶେଷଦ୍ରୀ ନାୟକ, ଅଜିତ ନାୟକ, ପ୍ରକାଶ ରାଉତ, ସଂଜୟ ମାହୁନ୍ତ, ମହେଶ୍ୱର ବାରିକ, ଉମେଶ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.