Home ଜିଲ୍ଲା ପରିକ୍ରମା ଭଦ୍ରକ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ

ଭଦ୍ରକ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ

31

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ ତଥା କାର୍ଯ୍ୟକାରିଣୀର ଏକ ଜରୁରୀ ବୈଠକ ଆଜି କଲେଜ ପରିସରରେ ଥିବା ସ୍ଥାୟୀ କାର୍ଯ୍ୟାଳୟରେ ପୁରାତନ ଛାତ୍ର ସଂସଦର ସଭାପତି ଦେବେନ୍ଦ୍ରେ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କଲେଜ ପରିସରରେ ଅଧ୍ୟକ୍ଷଙ୍କ ପାଇଁ ଏକ ବାସଗୃହ, କଲେଜର ନୂତନ ଗେଟ, କଲେଜକୁ ବିଶ୍ୱିଦ୍ୟାଳୟ ମାନ୍ୟତା ଦବା ପାଇଁ ଆସୁଥିବା ‘ନାକ୍‌’ ଟିମ୍‌ର ପରିଦର୍ଶନ ପୂର୍ବରୁ ସମାପ୍ତ କରିବା ପାଇଁ ପ୍ରଶାସନିକ ଅଧିକାରୀ ସ୍ତରରେ ଶେଷ କରିବା ପାଇଁ ନିଷ୍ପତି ହୋଇଥିଲା । ସେହିପରି ପୂର୍ବ ବୈଠକରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ କରାଯାଇଥିବାରୁ ବିଧାୟକଙ୍କ ଅନୁରୋଧ କ୍ରମେ ଆସନ୍ତା ୫ ତାରିଖ ଅପରାହ୍ଣ ୪ଟା ବେଳେ ଏକ ଖୋଲା ପ୍ରସ୍ତୁତି ବୈଠକ ଆହ୍ୱାନ କରାଯାଇଛି । ଏହି ଐତିହ୍ୟ ସମ୍ପନ୍ନ କଲେଜର ହୀରକ ଜୟନ୍ତୀ ଧୂମ୍‌ଧାମ୍‌ରେ ପାଳନ ପାଇଁ କଲେଜର ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ସେମାନଙ୍କର ମତାମତ ଦେବା ପାଇଁ ପୁରାତନ ଛାତ୍ର ସଂସଦର ସମ୍ପାଦକ ଅଜୟ ନାୟକ ଅନୁରୋଧ କରିଛନ୍ତି । ଏହି ବୈଠକରେ ଯୋଗ ଦେବା ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବେ ଯଥାସାଦ୍ଧ ପ୍ରଚେଷ୍ଟା କରାଯାଇଛି । ଯଦି କୌଣସି ପୁରାତନ ଛାତ୍ରଛାତ୍ରଙ୍କ ସହ ଯୋଗାଯୋଗ ହୋଇ ନ ପାରିଲା, ସେମାନେ ଉକ୍ତ ବୈଠକରେ ଯୋଗ ଦେଇ ମତାମତ ରଖିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ପୁରାତନ ଛାତ୍ର ସଂସଦର ଯୁଗ୍ମ ସମ୍ପାଦକ ଅମରେନ୍ଦ୍ର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅଧିବକ୍ତା ନିତ୍ୟାନନ୍ଦ ଦାସ, ଡା. ଦୁର୍ଯ୍ୟୋଦନ ଦାସ, ଅଧିବକ୍ତା ସରୋଜ ତପନ ଦାସ, ପର୍ଶୁରାମ ଦ୍ୱିବେଦୀ, ଗଦାଧର ବଳ, ପଙ୍କଜ ବଳ, ରୂପକ ବିହାରୀ ରାୟ, ସୌରେଶ ମହାନ୍ତି, ଗୋବର୍ଦ୍ଧନ ସାମଲ, ସମୀରକାନ୍ତ ଦାସ, ଗୋକୁଳାନନ୍ଦ ମହାନ୍ତି, ବସନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଚାରୁଲତା ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ପରେ ବୈଠକର ସମାପ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.