Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରୁ ଜିଲା ବନ୍ୟପ୍ରାଣୀ ବିଭାଗ ସ୍ଥାନାନ୍ତର ପ୍ରତିବାଦରେ ଚାନ୍ଦବାଲିରେ ପ୍ରସ୍ତୁତି ବୈଠକ, କୌଣସି ପରିସ୍ଥିତିରେ କର...

ଚାନ୍ଦବାଲିରୁ ଜିଲା ବନ୍ୟପ୍ରାଣୀ ବିଭାଗ ସ୍ଥାନାନ୍ତର ପ୍ରତିବାଦରେ ଚାନ୍ଦବାଲିରେ ପ୍ରସ୍ତୁତି ବୈଠକ, କୌଣସି ପରିସ୍ଥିତିରେ କର ଅବ ମର ପରିସ୍ଥିତି ସୃଷ୍ଟି ହେଲେ ସରକାର ଦାୟୀ ବୋଲି ଚେତାବନୀ

27

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ରୁ କେନ୍ଦ୍ରାପଡା ଜିଲା ରାଜନଗରକୁ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବା ପ୍ରସଙ୍ଗକୁ ନେଇ ଚାନ୍ଦବାଲି ବାସୀଙ୍କ ପକ୍ଷରୁ ପ୍ରତିବାଦର ସ୍ୱର ଉଠିଛି । ଆଜି ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇ ଯାଇଛି । ଆଗାମୀ ଦିନରେ ଏହାର ପ୍ରତିବାଦ ସ୍ୱରୂପ କି ଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ଆଜିର ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ରବି ପଟ୍ଟନାୟକଙ୍କ ସଭାପତିତ୍ୱ କରିଥିବା ବେଳେ ପ୍ରଥମେ ଚାନ୍ଦବାଲି ବାସୀଙ୍କ ପକ୍ଷରୁ ଏକ କମିଟ ଗଠନ କରାଯିବା ସହ ପ୍ରତି ପଂଚାୟତ, ବ୍ଲକ ଓ ଜିଲ୍ଲା ପରିଷଦ ଅ୍ମକ୍ଷଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତାବ ଗୃହିତ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ମାନ୍ୟବର ଜଙ୍ଗଲ ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ପ୍ରସ୍ତାବ ଉପରେ ଆଗମୀ କାର୍ଯ୍ୟସୂଚି ପାଇଁ କମିଟି ସଜବାଜ ହେବ ବୋଲି ବୈଠକରେ କର୍ମକର୍ତା ମାନେ ନିଷ୍ପତି ନେଇଥିଲେ । ଏହି ବୈଠକର ଆବାହକ ସୁଧିର ମହାନ୍ତି, ପ୍ରଫୁଲ ସାହୁ, ଭାଗୀରଥି ସେଠୀ ଙ୍କ ସହ ଚାନ୍ଦବାଲିର ପ୍ରମୁଖ ଶ୍ରମନ୍ତ ଖୁଂଟିଆ,କମଳାକାନ୍ତ ସୁତାର,ପୁର୍ଣ୍ଣଚନ୍ଦ୍ର ପାଣୀ,ଉପେନ୍ଦ୍ର ରାଉଳ, ଶରତ ସାହୁ, ଖଗେଶ୍ୱର ବଳ, ରଘୁନାଥ ସାହୁ ,ସରୋଜ ବଳ, ଗୋପିରାମ ଅଗ୍ରୱାଲ,ଏସ କେ ଫିରୋଜ, ଚାନ୍ଦବାଲି ବାର ଆସୋସିଏସନର ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସହ ବହୁ ନେତୃବୃନ୍ଦ , ସମାଜସେବୀ ଏବଂ ସ୍ୱେଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।କୌଣସି ପରିସ୍ଥିତିରେ ଚାନ୍ଦବାଲି ଠାରେ ଥିବା ଏହି ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରିବାକୁ ଦିଆଯିବ ନାହିଁ ଏଥିପାଇଁ ଦରକାର ପଡିଲେ କର ଅବା ମର ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ମଧ୍ୟ ଆଜିର ଏହି ବୈଠକରେ ନିଷ୍ପତି ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.