Home ଜିଲ୍ଲା ପରିକ୍ରମା ଜିଲା ଯୁବ ଯାଦବ ମହାସଭା ଭଦ୍ରକ ପକ୍ଷରୁ ଜନ୍ମାଷ୍ଟମୀ ଏବଂ ନନ୍ଦଉତ୍ସବ ପାଳିତ

ଜିଲା ଯୁବ ଯାଦବ ମହାସଭା ଭଦ୍ରକ ପକ୍ଷରୁ ଜନ୍ମାଷ୍ଟମୀ ଏବଂ ନନ୍ଦଉତ୍ସବ ପାଳିତ

46

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଯୁବ ଯାଦବ ମହାସଭା ପକ୍ଷରୁ ଚୁନିଦା ସ୍ଥିତ ଜିଲ୍ଲା ଯାଦବ ଭବନରେ ଚଳିତ ବର୍ଷ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଛି । ଅନୁରୂପ ଭାବେ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଅଛି । ଜିଲ୍ଲା ଯୁବ ଯାଦବର ସଭାପତି ପ୍ରକାଶ ଜ୍ୟୋତି ମହାକୁଡ଼ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବନ୍ତ ବ୍ଲକ ବି.ଡ଼ି.ଓ. ଅଙ୍କିତା ବାରିକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ଭାନୁମତି ମାଟିଆ, ସମ୍ମାନିତ ଅତିଥିଭାବେ ଜିଲ୍ଲା ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ଅମର ବାରିକ୍‌, କାହ୍ନୁ ଚରଣ ବାରିକ, ରାମଚନ୍ଦ୍ର ବେହେରା ଏବଂ ରାଜେନ୍ଦ୍ର ଦାସ ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ଓ ଜୀବନୀ ସଂପର୍କରେ ଆଲୋକପାତ କରିବା ସହ ନନ୍ଦ ଉତ୍ସବର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ । ଏହି ଦ୍ୱି-ଦିବସୀୟ କାର୍ଯ୍ୟକ୍ରମରେ ଜନ୍ମାଷ୍ଟମୀ ଦିନ ସକାଳ ୯ ଘଟିକାରେ ଜିଲ୍ଲା ଯାଦବ ଭବନ ଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୂଜାରୀତି ନୀତ ଓ ପ୍ରସାଦ ସେବନ ହୋଇଥିଲା । ସେହିପରିଭାବେ ତା ପରଦିନ ନନ୍ଦ ଉତ୍ସବ ସକାଳ ୯ ଘଟିକାରେ ଜିଲ୍ଲା ଯାଦବ ଭବନ ଠାରେ ପୂଜାରୀତି ନୀତି ସହ ପ୍ରସାଦ ସେବନ ଓ ସଂନ୍ଧ୍ୟା ସମୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅଙ୍କିତା ବାରିକ୍ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରିିବା ପରେ ବାଲଗୋପାଳଙ୍କୁ ଝୁଲଣରେ ଝୁଲେଇବା ସହ ମଞ୍ଚ ଆରମ୍ଭ ହୋଇଥିଲା । ତଦ୍‌ପରେ କୁନି କୁନି ପିଲାମାନଙ୍କ ମଧ୍ୟରେ ରାଧାକୃଷ୍ଣ ଗୀତ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଉତ୍ସବ ଡ଼୍ୟାନ୍ସ ଇନ୍‌ଷ୍ଟିଚିୟୁଟ୍ ତରଫରୁ ବିଭିନ୍ନ ରାଧାକୃଷ୍ଣ ଗୀତ ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ବରିଷ୍ଠ ଯାଦବ କର୍ମକର୍ତ୍ତା ଓ ଉତ୍ସବ ଡ଼୍ୟାନ୍ସ ଇନ୍‌ଷ୍ଟିଚିୟୁଟ୍ ର ପିଲାମାନଙ୍କୁ ସମ୍ମାନିତ କରାଯିବା ସଂଗେ ସଂଗେ ପ୍ରତିଯୋଗିତାରେ କୁନି କୁନି ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଯାଦବ ମହାସଭାର ବରିଷ୍ଠ ଉପଦେଷ୍ଠା ଭଦ୍ରକ ସହରର ବିଶ୍ୱନାଥ ପଲେଇ, ବାସୁଦେବପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ନରହରି ବାରିକ୍‌, ଚାନ୍ଦବାଲି ବ୍ଲକର ବ୍ରଜକିଶୋର ବାରିକ୍‌, ରବିନ୍ଦ୍ର ନାଥ ପରିଡ଼ା, ତିହିଡ଼ି ବ୍ଲକର ଅଶୋକ ମହଲା ପ୍ରମୁଖ ଉପରୋକ୍ତ ଦ୍ୱି-ଦବସୀୟ ଉତ୍ସବ ଉପଲକ୍ଷେ ଶୁଭେଚ୍ଛାବର୍ତ୍ତାମାନ ପ୍ରେରଣ କରିଥିଲେ । ସେହିପରି ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ମନୋଜ ପାଣ୍ଡବ, ସୁଶାନ୍ତ ମହାକୁଡ଼, ବାଦଲ ଦାସ, ଅମିୟାନ୍ମୁ ସାହାଣୀ, ରଶ୍ମିରଞ୍ଜନ ମହାକୁଳ, ସୁଦର୍ଶନ ବାରିକ, ବାପୁଜୀ ପରିଡ଼ା, ପ୍ରଫୁଲ୍ଲ ପୃଷ୍ଟି, ଚଡ଼େଇ ବାରିକ୍‌, ସତ୍ୟବ୍ରତ ଦାସ, ଶରତ ମହାକୁଡ଼, ପରମେଶ୍ୱର ବାରିକ୍‌, ମାନସ ଦାସ, ଜ୍ଞାନରଞ୍ଜନ ବାରିକ୍‌, ସନାତନ ମହାକୁଡ଼, ପ୍ରଦୀପ ଦାସ ମହାପାତ୍ର, କାଳନ୍ଦୀ ବାରିକ, ବିରେନ୍ଦ୍ର ପରିଡ଼ା ଓ ବହୁ ଯାଦବ ପ୍ରେମୀ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.