Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ବିଜେପି ପକ୍ଷରୁ ୩ ଥାନା ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ

ଭଦ୍ରକ ଜିଲା ବିଜେପି ପକ୍ଷରୁ ୩ ଥାନା ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ

40

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ଗିରଫ ଦାବି ଓ ବାରିପଦାରେ ବିଜେପି କର୍ମୀଙ୍କୁ ପୁଲିସ୍ ସମ୍ମୁଖରେ ମାଡକୁ ନେଇ ବିଜେପି ପକ୍ଷରୁ ଆଜି ଭଦ୍ରକ ଜିଲାର ସମସ୍ତ ଥାନା ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଂଜ ଜିଲ୍ଲା ବାରିପଦା ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ବିଜେପି ପକ୍ଷରୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ ପାଇଁ କଳା ପତାକା ଦେଖାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେଠାରେ ପୁଲିସ୍ ଉପସ୍ଥିତିରେ ବିଜେପି କର୍ମୀମାନଙ୍କୁ ମାଡ ମରାଯାଇଥିଲା । ତେବେ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ଗିରଫ ସହ ବାରିପଦାରେ ବିଜେପି କର୍ମୀଙ୍କୁ ମାଡ ମାରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ଦଳ ପକ୍ଷରୁ ବିଜେପି ନେତା ଅଭିମନ୍ୟୁ ସେଠୀ, ପ୍ରଦୀପ ନାୟକ, ଅନୁଶ୍ରୀ ମହାନ୍ତି ପ୍ରମୁଖ ସହରର ଭଦ୍ରକ ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ପୁରୁଣାବଜାର ଥାନାରେ ଦାବିପତ୍ର ପ୍ରଦାନ ସହ ଥାନା ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.