Home ଓଡ଼ିଶା ଦଣ୍ଡକାରଣ୍ୟ ପବ ର୍ତମାଳା ବିକାଶପରିଷଦ ସାଧାରଣ ବୈଠକ,କେନ୍ଦ୍ରଶାସିତ ଅଚଂଳ ଭାବେ ଘୋଷଣା କରାଯିବା ପାଇଁ ଦାବି...

ଦଣ୍ଡକାରଣ୍ୟ ପବ ର୍ତମାଳା ବିକାଶପରିଷଦ ସାଧାରଣ ବୈଠକ,କେନ୍ଦ୍ରଶାସିତ ଅଚଂଳ ଭାବେ ଘୋଷଣା କରାଯିବା ପାଇଁ ଦାବି ଉପସ୍ଥାପନ

31

ମାଲକାନଗିରି,୨୩ା୧୦ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନଠାରେ ଦଣ୍ଡକାରଣ୍ୟ ପବ ର୍ତ ମାଳା ବିକାଶପରିଷଦ ର ସାଧାରଣ ବୈଠକ ପୁବ ର୍ତନ ସାଂସଦ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲା,କନ୍ଧମାଳ ଜିଲ୍ଲା ସମତେ ଆନ୍ଦ୍ରପ୍ରଦେଶର ୪ଟି ଜିଲ୍ଲା ଓ ଛତିଶଗଡ ରାଜ୍ୟର୫ଟି ଜିଲ୍ଲାକୁ ନେଇ ଦଣ୍ଡକାରାଣ୍ୟ ପବ ର୍ତମାଳା ବିକାଶ ଗଠନ କରାଯାଇଛି, ଏହି ସବୁ ଅଚଂଳକୁ କେନ୍ଦ୍ରଶାସିତ ଅଚଂଳ ଭାବେ ଘୋଷଣା କରାଯିବା ପାଇଁ ଦାବିଉପସ୍ଥାପନ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ଓ ଯୋଜନା ର ସୁଫଳ ଗୁଡିକ କପରି ତୃଣମୁଳସ୍ତରେ ପହଁଚିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉ,କୃଷିଭିତିକ ଶିଳ୍ପର ବିକାଶ,ପୋଲାଭରମ ପ୍ରକଳ୍ପ ପାଇଁ ବିସ୍ତାପିତ ହେଉଥିବା ଗ୍ରାମବାସୀ ମାନଙ୍କୁ ଉପଯୁକ୍ତ କ୍ଷତି ପରୁଣ ସହ ଥଇଥାନର ବ୍ୟବସ୍ଥା କରାଯାଉ,ଅମର ସହିଦ ଲକ୍ଷମଣ ନାୟକ ଗାଁ ତେନ୍ତୁଳିଗୁମ୍ମା କୋରାପୁଟ ଜିଲ୍ଲାରେ ଥିଲେ ବି ସାବେରୀ ନଦୀ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ତୁରନ୍ତ ଏକ ପୋଲ ନିର୍ମାଣ କରାଯାଉ,ଦାଦନପ୍ରଥା ବନ୍ଦ କରାଯାଇ ବେକାରୀ ମାନଙ୍କୁ ରୋଜଗାରର ବାଟ ଦେଖାଇବାସହିତ ସେମାନଙ୍କୁ କାମ ଯୋଗାଇ ଦିଆ ଯାଉ,ଆଦିବାସୀ ଅଧ୍ୟୁଷିତ ଅଚଂଳରେ ପେସା ଆଇନ ଲାଗୁ କରାଯାଉ,ଓଡିଶା ସରକାର ତୁରନ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାର ସୀମା ପ୍ରପତି ଦଷ୍ଟି ଦେଇ ସୁର କ୍ଷିତ ବୋଲି ଘୋଷଣା କରନ୍ତୁ ଓ କି ପଦକ୍ଷେପ ନିଆ ଯାଇଛି ସେନେଇ ଏକ ଶ୍ୱେତପତ୍ର ମାଧ୍ୟମରେ ସବ ର୍ସାଧାରଣଙ୍କୁ ଜଣାଇ ଦିଆ ଯାଉ,ରୋଗୀଙ୍କ ଚିକିତ୍ସା ପାଇଁ ସ୍ମାର୍ଟକାର୍ଡ ସହିତ ଆୟୁଷ୍ମାନ ଭାରତ ଯୋଜନାର ଅନ୍ତର୍ଭୁକ୍ତ କରାଯାଉ,ଆଦିବାସୀ ଅଚଂଳରେ ପର୍ଯ୍ୟଟନ ବିକାଶ,ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ,ରାସ୍ତାଘାଟ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉ ବୋଲି ୨୪ ଦଫା ଦାବି ନେଇ ବିକାଶପରିଷଦ ପକ୍ଷରୁ ମତ ରଖାଯାଇଛି । ଏହି ବୈଠକରେ ପୁବ ର୍ତନ କେନ୍ଦ୍ର ମନ୍ତ୍ରୀ ଅରବିନ୍ଦ ନେତାମ(ଛତିଶଗଡ ରାଜ୍ୟ), ବିକାଶପରିଷଦ ର କେନ୍ଦ୍ରୀୟ ସଂପାଦକ ତଥା କୋରାପୁଟ ର ପୁବ ର୍ତନ ଜିଲ୍ଲାପାଳ ଗଦାଧର ପରିଡା,ଆନ୍ଦ୍ରପ୍ରଦେଶ ଆର୍କୁ ର ବିଧାୟକ ଗଙ୍ଗାଧର ସନ୍ଥ ସେଠୀ,ବିଶାଖାପାଟନାମ ଜିଲ୍ଲାସଭାପତି ଇଂ.ମାଣିକମ ସମରେଡୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଆଦିବାସୀ ନେତା ଡ.କାମରାଜ କବାସୀ,ରାଷ୍ଟ୍ରୀୟ ଆଦିବାସୀ ସଂଘ ସଭାପତି ଘେନୁ ମୁଦୁଲି,ଆଦିବାସୀ ନେତା ଘନଶ୍ୟମମାଡକାମି, ଆଦିବାସୀ ଯୁବନେତା ଲଳିତ ମାଡକାମୀ,ବନବାସୀ ଗବେଷକ ରତ୍ନାକରଦାଶ,ଜିଲ୍ଲା ବିଡେଡି ଦଳ ଉପଦେଷ୍ଟା କେଶବ ନାୟକ,ପୁବ ର୍ତନ ଉପଜିଲ୍ଲାପାଳ ରଥିକୃଷ୍ଣ ପାତ୍ର,ଯୁବଆଦିବାସୀ ନେତା ହରିଗୋଲରୀ,ମତୁଆ ସଂଘ ର ରବିନ୍ଦ୍ର ବିଶ୍ୱାସ,ବଙ୍ଗାଳୀ ସମାଜର ଲକ୍ଷମଣ ଘରାମୀ,ମହିଳା ନେତ୍ରୀ ତାପଶି ବିଶ୍ୱାସ ପ୍ରମୁଖ ଙ୍କ ସହିତ ଅବିଭକ୍ତ କୋରାପୁଟ ଜିଲ୍ଲା,ଆନ୍ଦ୍ର ପ୍ରଦେଶ, ଛତିଶଗଡ ରାଜ୍ୟର ବହୁନେତା ଉପସ୍ଥିତ ରହି ଏହି ସବୁ ଅଚଂଳର ସାମଗ୍ରୀକ ବିକାଶ ପ୍ରତି କେନ୍ଦ୍ର ଓ ରାଜ୍ୟସରକାର ଗୁରୁତ୍ୱ ଦେବା ପାଇଁ ଦାବିକରିଥିଲେ । ଆଗାମୀ ଦିନରେ ଦଣ୍ଡକାରଣ୍ୟ ପାବ ର୍ତମାଳା ବିକାଶପରିଷଦ ସମସ୍ତ ଜିଲ୍ଲା ଓ ବ୍ଲକ ଅଚଂଳରେ ଗଠନ କରାଯିବା ପାଇଁ ନିସ୍ପତି ନିଆଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.