Home ଓଡ଼ିଶା ଚିତ୍ରକୋଣ୍ଡା ଥାନା ପକ୍ଷରୁ ଚଢଉ ୨ଟି କାର,୩ଟି ମଟରସାଇକେଲ ସହ ୩କୁଇଟାଂଲ୨୫ କେଜି ଗଜେଂଇ ଜବତ...

ଚିତ୍ରକୋଣ୍ଡା ଥାନା ପକ୍ଷରୁ ଚଢଉ ୨ଟି କାର,୩ଟି ମଟରସାଇକେଲ ସହ ୩କୁଇଟାଂଲ୨୫ କେଜି ଗଜେଂଇ ଜବତ ଓ ୩ଜଣ ଗିରଫ

91

ମାଲକାନଗିରି,୨୩ା୧୦(ଓଡିଆ ପୁଅ ) ପୁଲିସ ପେଟ୍ରୋଲିଂ ସମୟରେ ଗଜେଂଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ହାବୁଡରେ ପଡି ତିନିଜଣ ଚୋରାଚଲାଣ କାରି ଧରାପଡିଛି । ୨ଟି କାର,୩ଟି ମଟରସାଇକେଲ ସହିତ ୩କୁଇଟାଂଲ ୨୫କେଜି୩୯୦ ଗ୍ରାମ ଗଜେଂଇ ପୁଲିସ ଜବତ କରିଛି । ଚିତ୍ରକୋଣ୍ଡା ଏସଡପିଓ ଅଶୁଂମାନ ଦି୍ୱବେଦୀ ଗଜେଂଇ ଚଚୋରାଲଣ ସଂପର୍କରେ ସୁଚନା ଦେଇଛନ୍ତି । ଆଜି ଭୋର ରୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଧିକାରୀ ସତ୍ୟପ୍ରକାଶ ନାୟକ ଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ମାନେ ଚିତ୍ରକୋଣ୍ଡା ବାଲିମେଳା ର୍ସାତ ଡାଇକ ୧ ରାସ୍ତା ଠାରେ ପେଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତା ଦେଇ ୨ଟି କାର,୩ଟି ବାଇକ ଦୃତ ଗତିରେ ପଳାଇବା ଦେଖି ପୁଲିସ ଗୋଡାଇ ଧରିଥିଲେ । କାର ଜାଂଚ କରିବାରୁ ସେଥିରେ ୧୩ ଟି ପଲିଥିନ ବସ୍ତାରେ ଗଜେଂଇ କେକ ଥିବାର ଦେଖିବାକୁ ପାଇଥିଲେ । ଗଜେଂଇ ଚୋରାଚାଲାଣ କରିବା ଅଭି ଯୋଗରେ ଓରକେଲ ଥାନା ନୁଆଗୁଡା ଗ୍ରାମର ଝିନୁ ଖିଲ(୨୫),ପାଓ୍ୟାର ହାଉସ କଲୋନିର ଦୀପକ ଜେନା(୨୨),ଗଜାଂମ କୋଦାଳ ଥାନା ଅଚଂଳର ନିଳାଚଂଳ ପାଢୀ(୪୨) ଙ୍କୁ ପୁଲିସ ଗିରଫ କରି ଥାନାକୁନେଇ ପଚରା ଉଚାରା କରିବାରୁ ଜଣାପଡିଥିଲା । ଏହି ଗଜେଂଇ ଗୁଡିକୁ ଡାଇକ୨ ରାଜବନ୍ଧଗ୍ରାମରୁ ଗଜେଂଇ କ୍ରୟ କରି ଗଜାଂମ କୁ ନେଉଥିଲେ । ପୁଲିସ ଗଜେଂଇ ଗୁଡିକୁ ମାଜିଷ୍ଟ୍ରେଟ ସାମନାରେ ଓଜନ କରିଥିଲେ,୩କୁଇଟାଂଲ ୨୫କେଜି୩୯୦ ଗ୍ରାମ ଗଜେଂଇ ହୋଇଥିଲା । ସେମାନଙ୍କ ନିକଟରୁ ୭ଗୋଟିମୋବାଇଲ ଫୋନ,ଏଟିଏମ କାର୍ଡ ଓ ଗାଡିର କାଗଜପତ୍ର ଜବତ କରାଯାଇଛି । ଗଜେଂଇ ଚୋରାଚାଲାଣ କରିବା ଅଭିଯୋଗରେ ଗିରଫ ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.