Home ଜିଲ୍ଲା ପରିକ୍ରମା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ୧୧ତମ ଶ୍ରାଦ୍ଧୋତ୍ସବ, ଓ ଭଦ୍ରକ ରେଳ ଷ୍ଟେସନରେ ଶୌଚାଳୟ...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ୧୧ତମ ଶ୍ରାଦ୍ଧୋତ୍ସବ, ଓ ଭଦ୍ରକ ରେଳ ଷ୍ଟେସନରେ ଶୌଚାଳୟ ନିମନ୍ତେ ଦାବୀ

19

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଯେତେବେଳେ ଏ ଦେଶ ଓ ବିଶ୍ୱରେ ନାରୀ ସୁରକ୍ଷାକୁ ନେଇ ଚିତ୍କାର ହେଉଛି, ନାରୀ ଆଜି ସବୁ କ୍ଷେତ୍ରରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ପ୍ରତି ମୁହୂର୍ତ୍ତରେ ତାର ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ନିଶା ଓ ନସାରେ ସମାଜ ଉନ୍ମତ୍ତ । ଦୀର୍ଘ ୯୦ ବର୍ଷ ତଳେ ଗାନ୍ଧିଜୀଙ୍କ କଥା ଓ କାମକୁ ଯେଉଁ ମହିୟସୀ ମହିଳା କାର୍ଯ୍ୟରେ ପ୍ରତିପାଦନ କରୁଥିଲେ, ସେହି ପୂଣ୍ୟାତ୍ମା ଅନ୍ନପୂର୍ଣ୍ଣା ମହାରଣାଙ୍କ ଏକାଦଶତମ ଶ୍ରାଦ୍ଧୋତ୍ସବ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ସକାଳ ୧୦ ଘଟିକାରେ ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ଗାନ୍ଧୀ ବାଳାଶ୍ରମ ସମ୍ପାଦକ ଓ ଉପସଭାପତି ଅଶୋକ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଉପସଭାପତି ନାରାୟଣ ପାଢ଼ୀ ଅତିଥି ପରିଚୟ ପ୍ରଦାନ, ସମ୍ପାଦକ ଗୟାଧର ପଣ୍ଡା ବିବରଣୀ ପାଠ କରିଥିଲେ । ପଣ୍ଡିତ ସୁରେନ୍ଦ୍ର ମହାପାତ୍ର ବେଦପାଠ ଓ ଇଂ ସୁଶ୍ରୀ ଶୁଭସ୍ମିତା ପାଣିଗ୍ରାହୀ ପ୍ରାରମ୍ଭିକ ଭଜନ ଗାନ କରିଥିଲେ । ବର୍ତ୍ତମାନ ମଧ୍ୟ ଜାତିପ୍ରଥା ନାମରେ ରାଜନୈତିକ ବାଦ ବିସମ୍ବାଦ ଓ ଭୋଟ ଭିକ୍ଷା ଚାଲୁଅଛି, ମାତ୍ର ୮୦ ବର୍ଷ ତଳେ ସେହି ପୂଣ୍ୟାତ୍ମା ଅସ୍ପୃଶ୍ୟତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ଓ ନିଜେ ବୈଶ୍ୟ ଜାତିରେ ବିବାହ କରିଥିଲେ ।

ସେ ବରୀର କଳାମାଟିଆରେ ଗୁଳିକାଣ୍ଡ ବିରୁଦ୍ଧରେ ସ୍ୱର ଉତ୍ତୋଳନ, ବରୀରେ ଆଶ୍ରମ ଜୀବନ ଯାପନ, ୧୯୩୪ ମସିହାରେ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ସହିତ ହରିଜନ ପଦଯାତ୍ରା, ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ୨ ବର୍ଷ ୩ ମାସ କାରାବାସ, ୧୯୪୨ରେ କୁଜଙ୍ଗରେ ଲବଣ ସତ୍ୟାଗ୍ରହ, ଜୟପ୍ରକାଶ ନାରାୟଣଙ୍କ ସହିତ ଭୂଦାନ ଆନ୍ଦୋଳନରେ ବିନୋବା ଭାବେଙ୍କ ସହିତ ସେବା ଓ ତ୍ୟାଗପୂତ ଜୀବନ ଯାପନ, ଚମ୍ବଲ ଦସ୍ୟୁମାନଙ୍କର ହୃଦୟ ପରିବର୍ତ୍ତନ, ୧୯୭୧ରେ ବାଂଲାଦେଶରେ ଶାନ୍ତି ସେନାରେ ସେବା ଇତ୍ୟାଦି ଉଲ୍ଲେଖନୀୟ ବୋଲି ସଭାପତି ଶ୍ରୀ ପାଣିଗ୍ରାହୀ, ଉପଦେଷ୍ଟା ଡା. ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଡ. ବ୍ରଜମୋହନ ମିଶ୍ର, ଅଧିବକ୍ତା ନିରାକାର ଜେନା, ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ, ସମ୍ମାନନୀୟ ଅତିଥି ବିଶ୍ୱନାଥ ଅଗ୍ରୱାଲ, ଶିକ୍ଷାବିତ୍‌୍ ଓ ଗାନ୍ଧୀ ବିଚାର ମଞ୍ଚର ସଭାପତି ଶାନ୍ତନୁ ରାଉତ, ତ୍ୟାଗଭୂମି ସଭାପ୍ତ ଅଜୟ ନାୟକ ମହୋଦୟ ନିଜ ନିଜର ଭାଷଣରେ ପ୍ରକାଶ କରିଥିଲେ । ଉପସଭାପତି ଆଦିତ୍ୟ ନାୟକ, ସଭ୍ୟ ସଂଯୁକ୍ତ ଯାଦବ, ଯୁବ ସମାଜସେବୀ ଦେବୀ ପାଣିଗ୍ରାହୀ, କାଶିନାଥ ପଣ୍ଡା, ଭବାନୀ ନାୟକ, ଅଧିବକ୍ତା ମାଧବାନନ୍ଦ ବେହେରା, ବିପ୍ଳବ ହୋତା, ଅଧ୍ୟାପକ ମାଧବାନନ୍ଦ ବେହେରା, ଅଧିବକ୍ତା ଇନ୍ଦ୍ରମଣି ପଣ୍ଡା, ଅଗନ ଜେନା, ଡାକ୍ତର ଅନିଲ ଦାଶ, ସୀତାକନ୍ତ ବେହେରା, ମଦନ ମୋହନ ମହାକୁଡ଼, ଯୁଧିଷ୍ଠିର ବାରିକ, ନାରାୟଣ ଚନ୍ଦ୍ର ସୂତାର ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଓ ନିଜନିଜର ମତାମତ ପ୍ରଦାନ କରିଥିଲେ । ଭଦ୍ରକ ରେଳ ଷ୍ଟେସନରେ ଏକ ଶୌଚାଳୟ ନ ଥିବାରୁ ଯାତ୍ରୀମାନଙ୍କର ଅସୁବିଧା ସମ୍ପର୍କରେ ସଭାପତି ଶ୍ରୀ ପାଣିଗ୍ରାହୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦାବୀପତ୍ର ପ୍ରଦାନ କରିବାକୁଚ ନିଷ୍ପତି ନିଆଗଲା । ସର୍ବ ଶେଷରେ ସହସମ୍ପାଦକ ବାବୁଲାଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.