Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକ ତଥା ସମାଜସେବୀ ବାଇଧର ସ୍ୱାଇଁଙ୍କ ପରଲୋକ

ଆଦର୍ଶ ଶିକ୍ଷକ ତଥା ସମାଜସେବୀ ବାଇଧର ସ୍ୱାଇଁଙ୍କ ପରଲୋକ

9

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅଧିନସ୍ଥ ଖାନାବାରୀ ଗ୍ରାମର ଆଦର୍ଶ ଶିକ୍ଷକ, ସମାଜସେବୀ ତଥା ସଂଗଠକ ବାଇଧର ସ୍ୱାଇଁଙ୍କର ଆଜି ଭୋର ସମୟରେ ପରଲୋକ ହୋଇ ଯାଇଛି । ଆଦର୍ଶ ଶିକ୍ଷାଦାନ ସାଙ୍ଗକୁ ସମାଜସେବା କରିବା ତାଙ୍କର ଥିଲା ମୂଳ ଲକ୍ଷ୍ୟ । ତାଙ୍କ ଉଦ୍ୟମରେ ନୂଆକରି ଅଣ୍ଢାଇପଲ୍ଲୀ ଗ୍ରାମ ପଞ୍ଚାୟତ ଗଠନ ହେବା ସହିତ ଏହି ପଞ୍ଚାୟତରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ପୂର୍ବତନ ରାଜସ୍ୱ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ମନ୍ତ୍ରୀତ୍ୱ ସମୟରେ ବାଇଧରଙ୍କ ପ୍ରଚେଷ୍ଟାରେ ପଞ୍ଚାୟତର ବହୁବିଧ ଉନ୍ନତି ସାଧନ ହୋଇଥିଲା । ସେ ଜଣେ ସୁସଂଗଠକ ଭାବରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ମୃତ୍ୟୁ ଖବର ପାଇ ଅଣ୍ଢାଇପଲ୍ଲୀ ଗ୍ରାମ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଥିଲା । ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ବଡ଼ପୁଅ ଟୁଲୁ ବାବୁ ତାଙ୍କ ବାସ ଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ରାଜେନ୍ଦ୍ର, ବୋହୁ କଟି, ପୁଅ ଦେବାଶିଷ, ତପନ, ପୁତୁରା ଶଙ୍କର୍ଷଣ, ଧତାଲି, ନାତି ନାତୁଣୀ ଓ ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ । ସାନପୁଅ ତପନ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.