Home ଜିଲ୍ଲା ପରିକ୍ରମା ଆଗରପଡ଼ା ପୁଲିସର ବର୍ବରତା, ମାଡ଼ ମାରି ଯୁବକଙ୍କୁ କଲେ ଲହୁଲୁହାଣ,ଛଡ଼ାଇ ନେଲେ ମୋବାଇଲ୍‌

ଆଗରପଡ଼ା ପୁଲିସର ବର୍ବରତା, ମାଡ଼ ମାରି ଯୁବକଙ୍କୁ କଲେ ଲହୁଲୁହାଣ,ଛଡ଼ାଇ ନେଲେ ମୋବାଇଲ୍‌

12

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ସଂପୃକ୍ତ ଅଞ୍ଚଳରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଛି । ଗତ ରାତିରେ କାଗଜପତ୍ର ଯାଞ୍ଚ ଆଳରେ ଜନୈକ ମଞ୍ଚ କଳାକାରଙ୍କୁ କାଗଜପତ୍ର ଯାଞ୍ଚ ଆଳରେ ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଦେବା ପରେ ମୋବାଇଲ୍ ଛଡ଼ାଇ ନେବା ପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଘଟଣା ପ୍ରଚାରିତ ହେବା ପରେ ପୋଲିସର ଏପରି ବର୍ବର କାଣ୍ଡକୁ ଦୃଢ ନିନ୍ଦା କରାଯିବା ସହ ସଂପୃକ୍ତ ଥାନା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ । ଅଭିଯୋଗରୁ ପ୍ରକାଶ ଯେ ଏହି ଥାନା ଅଧିନ ତେଲନଟି ଗ୍ରାମର ଗୋପିନାଥ ନାୟକ ଭଦ୍ରକରୁ ମେଲୋଡ଼ି ପ୍ରୋଗ୍ରାମ ସାରି ରାତ୍ର ୧୧ ଘଟିକା ସମୟରେ ଘରକୁ ଫେରୁଥିଲେ । ଉକ୍ତ ସମୟରେ ଥାନାର ଶେଷ ସୀମା କାଣ୍ଡବା ରାମପୁର (ବିୟରବାର) ଠାରେ ୪ଜଣ ପୋଲିସ କର୍ମଚାରୀ ଗୋପିନାଥଙ୍କ ବାଇକ୍‌କୁ ଅଟକାଇ କାଗଜପତ୍ର ମାଗିଥିଲେ । ସେ କାଗଜପତ୍ର ଦେଖାଇବା ପରେ ତାଙ୍କୁ ଟଙ୍କା ମାଗିଥିଲେ । ସେ ପାଖରେ ଟଙ୍କା ନାହିଁ ଫୋନ ପେ ରେ ଦେବାକୁ କହିବା ପରେ ବାଇକ୍‌ରୁ ଘୋଷାଡ଼ି ଆଣି ବାଡି ସାହାଯ୍ୟରେ ପ୍ରବଳ ମାଡ଼ ମାରି ପାଖରେ ଥିବା ମୋବାଇଲ୍ ଓ ସୁନା ଚେନ ଛଡ଼ାଇ ନେଇଥିଲେ ।

ପୋଲିସର ମାତ୍ରାଧିକ ମାଡ଼ରେ ଗୋପିନାଥଙ୍କ ଶରୀରର ଅଧିକାଂଶ ଅଂଙ୍ଗ କ୍ଷତାକ୍ତ ହୋଇଥିଲା । ସେ ପିନ୍ଧିଥିବା ଟିସାର୍ଟ ଓ ଗଞ୍ଜିକୁ ଚିରି ଦେଇଥିଲେ ପୋଲିସ କର୍ମଚାରୀ । ଆହତ ଗୋପିନାଥ ଅନତି ଦୂରରେ ଥିବା ଏକ ପଲ୍ଲିରେ ରାତି ସାରା ପଡ଼ି ରହିବା ପରେ ସକାଳେ ଘରକୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚି ପ୍ରଥମେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋପିନାଥଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଏବେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଏନେଇ ଗୋପିନାଥଙ୍କ ସ୍ତ୍ରୀ ମଧୁସ୍ମିତା ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରି ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନ୍ୟପକ୍ଷରେ ସଂପୃକ୍ତ ଅଞ୍ଚଳର କଳାକାର ସଂଘ ପକ୍ଷରୁ ନୃତ୍ୟ ଶିଳ୍ପୀ ସୁଭେନ୍ଦୁ ଲେଙ୍କା, ଗୁରୁ ହେମନ୍ତ ସିଂହ, ବାଦ୍ୟକାର ଦୁଃଖନ ପେଡି଼, ସଂଗୀତ ଶିଳ୍ପୀ ଗଙ୍ଗାଧର ଦାସଙ୍କ ସମେତ ବିଜେପି ନେତା ଗୋପାଳ କୃଷ୍ଣ ଦାଶ, ଅଶୋକ ପରିଡ଼ା ଓ ଅମୂଲ୍ୟ ରତ୍ନ ନନ୍ଦ ପ୍ରମୁଖ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଉପରୋକ୍ତ ଘଟଣା ନେଇ ଆଗରପଡ଼ା ଥାନାଧିକାରୀ ଅମିତ କୁମାର ଭୂୟାଁଙ୍କୁ ଯୋଗା ଯୋଗ କରାଯାଇଥିବା ବେଳେ ସେ ତଦନ୍ତ ଚଳାଇଥିବା ବେଳେ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ଏହି ପ୍ରତିନିଧିଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.