Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ବିଦ୍ୟୁତ୍ ଆଘାତରେ ଯୁବକ ମୃତ

62

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ୍‌ର ନରସିଂହପୁର ପଂଚାୟତ ମଖଲପୁର ଅଂଚଳର ଜଣେ ୧୮ ବର୍ଷ ଯୁବକର ଅକାଳ ମୃତ୍ୟୁ । ମଖଲପୁର ଗ୍ରାମର ଅନାଦି ବେହେରାଙ୍କ ୧୮ ବର୍ଷର ପୁଅ ଜଗବନ୍ଧୁଙ୍କ ଦୁଃଖଦ ଅବସ୍ଥାରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଜଗବନ୍ଧୁ ଆଜି ସନ୍ଧ୍ୟାରେ ଘରେ ଏକ ଫ୍ୟାନ୍ ଲଗାଉଥିବା ବେଳେ ଅସାବଧାନତା ବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପଡିଯାଇଥିଲେ । ଘରଲୋକମାନେ ତାଙ୍କୁ ଅଚେତ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଜଗବନ୍ଧୁ ପିତା ମାତାଙ୍କର ଏକମାତ୍ର ପୁତ୍ର ହୋଇଥିବାବେଳେ ତାଙ୍କର ଦୁଇଜଣ ବିବାହିତା ଓ ଜଣେ ବିବାହ ଯୋଗ୍ୟ ଭଉଣୀ ରହିଛନ୍ତି । ଏବଂ ଆଜି ଦିନରେ ତାଙ୍କ ଘରର ଛାତ ପଡିଥିଲା । ଏପରି ଅବସ୍ଥାରେ ପରିବାରର ସଦସ୍ୟମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଘଟଣାଟି ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.