Home ଜିଲ୍ଲା ପରିକ୍ରମା ଧାମରା ରେ କ୍ଷୟକ୍ଷତି ର ଆକଳନ ପାଇଁ ୫ଜଣିଆ କେନ୍ଦ୍ରୀୟ ଟିମ : କରୋନା ଭୟରେ...

ଧାମରା ରେ କ୍ଷୟକ୍ଷତି ର ଆକଳନ ପାଇଁ ୫ଜଣିଆ କେନ୍ଦ୍ରୀୟ ଟିମ : କରୋନା ଭୟରେ କ୍ଷତିଗ୍ରସ୍ଥ ଲୋକଙ୍କୁ ଦେଖା ନକରି ଫେରିବାକୁ ନେଇ ସାଧାରଣରେ ଚର୍ଚ୍ଚା

69

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଅମ୍ଫାନ ଧାମରା ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ସେହି କ୍ଷୟକ୍ଷତିର ଆକଳନ ପାଇଁ ଆଜି ୫ଜଣିଆ କେନ୍ଦ୍ରୀୟ ଟିମ ଧାମରାରେ ପହଂଚିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ କେନ୍ଦ୍ର ମତ୍ସ୍ୟ ବିଭାଗର ସୁରଜ କୁମାର ରଥ,କେନ୍ଦ୍ର କୃଷି ବିଭାଗର ସୋମନାଥ ଅକସିମଣି, କେନ୍ଦ୍ର ପରିବହନ ବିଭାଗର ବି ଏନ ସହାୟ, ରାଜ୍ୟ ଡ୍ରେନେଜ ବିଭାଗର ମୁଖ୍ୟଯନ୍ତ୍ରୀ ଅସୀମ ମହାନ୍ତି ପ୍ରମୁଖ ଆସି ଦିନ ୧୨ଟାରେ ଧାମରା ବନ୍ଦର ପରିସରରେ ପହଂଚିଥିଲେ । ଭଦ୍ରକ ଜିଲ୍ଲାପାଳ ଞାନରଞନ ଦାସ,ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ସେମାନଙ୍କୁ ସ୍ୱାଗତ ସମ୍ଭର୍ନ୍ଧନା କରି ପାଛୋଟି ନେଇଥିଲେ । ଧାମରା ବନ୍ଦର ପରିସର ମଧ୍ୟରେ ଥିବା କନିକା ଅତିଥି ଭବନରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିିତ ହୋଇଥିଲା ।ଏହି ବୈଠକରେ ଧାମରା ଅଂଚଳର କ୍ଷୟକ୍ଷତି ବିଷୟରେ ଆକଳନ କରାଯିବା ସହ କେଉଁ ପରିସ୍ଥିତିରେ ବାତ୍ୟାର ୬ଘଂଟା ପରେ ବିଦ୍ୟୁତ ସରବରାହ ହୋଇଥିଲା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।ଆଜିର ଏହି ବୈଠକରେ ଆର ଏଣ୍ଡ ବି, ଆର ଡ୍ୱୁଲଏସଏସ,ସ୍ୱାସ୍ଥ୍ୟ ବିଭାଗ,ରାଜସ୍ୱ ବିଭାଗର ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ବିଡିଓ ବିଜୟ ନାୟକ ଏବଂ ବିଦ୍ୟୁତ ବିଭାଗର ଅଧୀକ୍ଷଣଯନ୍ତ୍ରୀ ସୁରେଶଚନ୍ଦ୍ର ସାହୁ, କାର୍ଯ୍ୟନିର୍ବାହୀଯନ୍ତ୍ରୀ ଦେବାଶିଷ ଜେନା, ଉପଖଣ୍ଡ ଅଧିକାରୀ ଅଶୋକ ମଲିକ,ବିପ୍ରେଶ ସାହୁ ଏବଂ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମଧୁସୁଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଏହି ୫ଜଣିଆ କେନ୍ଦ୍ରୀୟ ଟିମ ଦୋସିଙ୍ଗା ପଂଚାୟତର ଦୋସିଙ୍ଗା,ସାବିତ୍ରୀ ସରାଇ,କାଳିନାଳୀ ,ଜାଗୁଳା ପଂଚାୟତର ଜୟଦୁର୍ଗା ପାଟଣା ଅଂଚଳ ବୁଲି ଦେଖିଥିଲେ । କାଳନାଳୀ ଠାରେ ଧାମରା ମଣ୍ଡଳର ବିଜେପି ସଭାପତି ଦେବେନ୍ଦ୍ର ନାୟକ ୧୩ଦଫା ଦାବୀ ନେଇ ଏକ ଦାବୀପତ୍ର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କୁ ପ୍ରଦାନ କରିଥିଲେ ।ଏହି ୫ଜଣିଆ କେନ୍ଦ୍ରୀୟଟିମକୁ ଜାଗୁଳା ପଂଚାୟତର ଖୋଳାନାଳୀ ଠାରେ ସ୍ୱାଗତ ସମ୍ଭର୍ନ୍ଧନା ସହିତ ଦାବିପତ୍ର ପ୍ରଦାନ କରିବା ପାଇଁ ଚାନ୍ଦବାଲି ବ୍ଲକ ଶାସକ ଦଳର ବହୁ ରାଜନୈତିକ ନେତୃବୃନ୍ଦ ଅପେକ୍ଷା କରିଥିଲେ ମଧ୍ୟ କରୋନା ଭୟରେ କେନ୍ଦ୍ରୀୟଟିମ ଏ ବିଷୟରେ ଅବଗତ ଥାଇ ମଧ୍ୟ ସେମାନଙ୍କ ପାଖକୁ ନଯାଇ ବାଟ ଭାଙ୍ଗି ଚାଲିଯାଇଥିଲେ ।ତେବେ ଏହି ଟିମ ଅମ୍ଫାନ କ୍ଷତିଗ୍ରସ୍ଥ ଲୋକଙ୍କ ପାଖରେ ରେ ନ ପହଂଚି ଫେରି ଯାଇ ଧାମରା ବନ୍ଦର ମଧ୍ୟରେ ମଧ୍ୟାହ୍ନ ଭୋଜନ ସାରି ଧାମରାରୁ ପ୍ରତ୍ୟାବର୍ତନ କରିଥିଲେ । ତେବେ ପ୍ରକୃତ କ୍ଷତିଗ୍ରସ୍ଥ ଅଂଚଳକୁ କେନ୍ଦ୍ରୀ ଟିମ ନଯିବା, ଗତକାଲି ଠାରୁ ଜିଲ୍ଲାପାଳ ମହୋଦୟ ଆସି ଧାମରା ବନ୍ଦରରେ ବିଳାସମୟ ରାତ୍ରି ଯାପନ କରିବା କଥାକୁ ଅଂଚଳବାସୀ ସହଜରେ ଗ୍ରହଣ କରିପାରି ନଥିଲେ । ଏହି କେନ୍ଦ୍ରୀୟଟିମ ଙ୍କ ଧାମରାଗସ୍ଥକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲେ ମଧ୍ୟ ଅମ୍ଫାନ ସମୟରେ ପ୍ରକୃତ କ୍ଷତିଗ୍ରସ୍ଥ ଲୋକଙ୍କ ପାଖରେ ୫ଜଣିଆ କେନ୍ଦ୍ରୀୟ ଟିମ ପହଂଚିପାରି ନଥିଲେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.