Home ଜିଲ୍ଲା ପରିକ୍ରମା ଧାମନଗରରେ ଧରାହେଲା ବେଆଇନ୍ ଗୋ-ଚାଲାଣ ପିକ୍‌ଅପ୍‌, ୬ ଟି ଗୋରୁ ଉଦ୍ଧାର

ଧାମନଗରରେ ଧରାହେଲା ବେଆଇନ୍ ଗୋ-ଚାଲାଣ ପିକ୍‌ଅପ୍‌, ୬ ଟି ଗୋରୁ ଉଦ୍ଧାର

95

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ଭଳି ମହାମାରୀ ସମୟରେ ବି ଦିନ ଦ୍ୱିପ୍ରହରରେ ଜିଲା ପୁଲିସ୍ ପ୍ରଶାସନ ଆଖିରେ ଧୂଳିଦେଇ ବେଧଡକ ଭାବେ ବେଆଇନ୍ ଗୋ-ଚାଲାଣ ଚାଲିଛି । କେତେବେଳେ ରାଜରାସ୍ତାରେ ଚଲାଇ ଚଲାଇ ତ କେତେବେଳେ ପୁଲିସ୍ ଆଖିରେ ଧୂଳି ଫିଙ୍ଗି ଟ୍ରଲର ମଧ୍ୟରେ ଖୁନ୍ଦାଖୁନ୍ଦି କରି ଏହି ଗୋରୁମାନଙ୍କର ବେଆଇନ୍ ଚୋରା କାରବାର ଚାଲିଛି ଭଦ୍ରକରେ । ବିଶେଷକରି ଆମ ରାଜ୍ୟରେ ଯେଉଁ ଗୋ-ଚାଲାଣ ରାକେଟ୍ ସକ୍ରୀୟ ହୋଇଉଠିଛି, ତା ପଛରେ କେତେକ ଅସାଧୁ ପୁଲିସ୍ କର୍ମଚାରୀ ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଅଭୟ ହାତ ରହିବା ସହ ବେକାରୀ ଯୁବକଙ୍କ ସହଯୋଗ ରହିଛି । ଏମାନଙ୍କର ମଧୁଚନ୍ଦ୍ରିକାରେ ଦୀର୍ଘବର୍ଷ ଧରି ଏକାଧିକ ରାକେଟ୍ ରାଜ୍ୟରେ ସକ୍ରୀୟ ହୋଇଉଠିଥିବାବେଳେ ଭଦ୍ରକ ଜିଲାର ୧୬ ନଂ ଜାତୀୟ ରାଜପଥକୁ ମୁଖ୍ୟତଃ ଟାର୍ଗେଟ୍ ରଖିଛନ୍ତି ଏହି ଗୋ-ମାଫିଆମାନେ । ତେବେ ଆଜି ଏହିଭଳି ୬ଟି ଗୋରୁକୁ ଯାଜପୁର ଜିଲାରୁ ଏକ ପିକ୍‌ଅପ ଭ୍ୟାନରେ ଧାମନଗର ଦେଇ ଚୋରା ଚାଲାଣ ହେଉଥିବାବେଳେ ଆନନ୍ଦପୁର ଠାରେ କେତେକ ଯୁବକ ଓଡି-୨୨ପି-୮୯୯୨ ନମ୍ବରର ପିକ୍‌ଅପ୍ ଭ୍ୟାନ୍‌ଟିକୁ ଅଟକ ରଖି ୬ ଗୋଟି ଗୋରୁକୁ ଅତ୍ୟନ୍ତ ନିର୍ମମ ଭାବେ ବାନ୍ଧି ସ୍ଥାନାନ୍ତର କରୁଥିବା ଦୁଇଜଣଙ୍କୁ ଅଟକ ରଖି ଧାମନଗର ଥାନାକୁ ଖବର ଦେଇଥିଲେ । ଫଳରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ୪ ଗୋଟି ଗୋରୁକୁ ଜବତ କରିଥିଲେ । ସବୁଠାରୁ ବଡ କଥା ହେଲା ସଂପୃକ୍ତ ଗୋରୁ ବେପାରୀ ଉକ୍ତ ଗୋରୁ ଗାଡିର କୋଭିଡ୍‌-୧୯ ଅତ୍ୟାବଶ୍ୟକୀୟ ସାମଗ୍ରୀର ଷ୍ଟିକର ମାରି ଏଭଳି ଗୋ-ଚାଲାଣ କରୁଥିଲେ । ଉତ୍ୟକ୍ତ ଲୋକେ ଗାଡିର କାଚକୁ ଭାଙ୍ଗି ଚୁରମାର କରିଦେଇଥିଲେ । ସ୍ଥାନୀୟ ଯୁବକଙ୍କ ପକ୍ଷରୁ ସେମାନଙ୍କୁ କାନଧରି ଉଠବସ କରୁଥିବାର ଦେଖାଯାଇଥିଲା । ପୁଲିସ୍ ଉକ୍ତ ସ୍ଥାନରେ ପହଞ୍ôଚ କେଶ୍ ନଂ ୧୨୩/୨୦ ମୂଳେ ଏକ ମାମଲା ରୁଜୁ କରି ଧାମନଗର ଅଂଚଳର ମୁନସିପାଟଣା ଗ୍ରାମର ଗୋରୁ ବେପାରୀ ମିର୍ ସମସୁଦ୍ଦିନ୍‌ଙ୍କ ପୁତ୍ର ମିର୍ ଇସୁବ ଓ ଗାଡି ଡ୍ରାଇଭର ବହୁଦରଡା ଗ୍ରାମର ସେକ୍ ନାଲୁଙ୍କୁ ପୁଅ ଜହୁର କାଦରିଙ୍କୁ ଗିରଫ କରିଛି । ତେବେ ଗାଡିରେ ମିଛ ଷ୍ଟିକର ମାରି ଏଭଳି ବେଆଇନ୍ ଗୋ ଚାଲାଣ କରାଯାଉଥିବାରୁ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ରତିକାନ୍ତ ଗିରି ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.