Home ଜିଲ୍ଲା ପରିକ୍ରମା ତୈଳ ଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ଗଣଧାରଣା

ତୈଳ ଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ଗଣଧାରଣା

45

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାର ଲଗାତର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରି ଚାଲିଛନ୍ତି । ଆନ୍ତର୍ଜାତିକ ତୈଳ ଦରରେ ହ୍ରାସ ଘଟୁଥିବା ବେଳେ କେନ୍ଦ୍ର ସରକାର ଦେଶରେ ତୈଳଦର କମାଇବା ପରିବେର୍ତ୍ତ ବୃଦ୍ଧି କରିଚାଲିଛନ୍ତି । ୨୦୧୪ ମସିହାରେ ଦେଶରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସରକାର ଥିବା ବେଳେ ପେଟ୍ରୋଲ ୭୨ଟଙ୍କା ଓ ଡିଜେଲ ୬୩ ଟଙ୍କାରେ ବିକ୍ରି ହେଉଥିଲା । ସେତେବେଳେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ଉପରେ ୯ଟଙ୍କା ୪୮ ପଇସା ଓ ଡିଜେଲ ଲିଟର ପିଛା ୩.୫୬ କେନ୍ଦ୍ର୍ରୀୟ ଶୁଳ୍କ କର ଆଦାୟ କରୁଥିଲେ । ଯାହା ଗତ ୭ ବର୍ଷରେ ପେଟ୍ରୋଲ ଉପରେ ୩୦୦ ପ୍ରତିଶତ ଓ ଡିଜେଲ ଉପରେ ୮୦୦ ପ୍ରତିଶତ କର ଆଦାୟ କରାଯାଉଛି । ଏବେ ଏକ ଲିଟର ପେଟ୍ରୋଲ ଉପରେ ୩୨ଟଙ୍କା ୯୦ ପଇସା, ଡିଜେଲ ଉପରେ ୩୧ଟଙ୍କା ୮୦ ପଇସା କେନ୍ଦ୍ରୀୟ ଶୁଳ୍କ ଆଦାୟ କରାଯାଉଥିବା ବେଳେ ରାଜ୍ୟ ସରକାର ପେଟ୍ରୋଲ ଉପରେ ୨୩.୪୦ ଓ ଡିଜେଲ ଉପରେ ୨୦.୮୦ ପଇସା କର ନେଉଛନ୍ତି । ସେହିଭଳି ରନ୍ଧନ ଗ୍ୟାସ ୧୪.୨ କେଜିର ମୂଲ୍ୟ ୨୦୧୪ ମସିହାରେ କଂଗ୍ରେସ ସରକାର ସମୟରେ ୪୧୪ ଟଙ୍କା ଥିବା ବେଳେ ଏବେ ଏହା ୮୬୧ ଟଙ୍କାରେ ପହଞ୍ଚିଛି । ଯାହାର ପ୍ରଭାବ ସିଧା ସଳଖ ସାଧାରଣ ଲୋକଙ୍କ ଉପରେ ପଡୁଛି । ତେଲର ଦରବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ଘଟୁଛି । ରନ୍ଧନ ଗ୍ୟାସ ସିଧାସଲଖ ପରିବାରର ବୋଝ ହେଉଛି । ଡିଜେଲ ଦରବୃଦ୍ଧିରେ ପରିବହନ ବାଧାପ୍ରାପ୍ତ ହେଉଛି । ଏବେ କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ଜୀବନଜୀବିକା ଦୁର୍ବିସହ ହୋଇ ପଡ଼ିଥିବା ବେଳେ କେନ୍ଦ୍ର ସରକାରଙ୍କ ତୈଳବୃଦ୍ଧି ବୋଝ ଉପରେ ଲଳିତା ବିଡ଼ା । ସାଧାରଣ ଲୋକ ଏବେ ଅତିଷ୍ଠ ହୋଇ ପଡ଼ିଲେଣି । କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିବା ସହ ପ୍ରତିବାଦ କରିଛି । ଆଜି ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ସୁବ୍ରତ ଦାସ, ଅବଦୁଲ ମୁକିତ ଖାଁ, ଗୋଲକ ମହାପାତ୍ର, ପୀତବାସ ଧଳ, ସେକ୍ ସମ୍‌ଦାନୀ, ଗୋଲାମ ମଇରୁଦ୍ଦିନ, ସେକ୍ ପାପା, ସେକ୍ ଅବଦୁଲ ସଲାମ, ବିଜୟ ବାରିକ, ଅନନ୍ତ ପଣ୍ଡା, ଗୟାଧର ସେଠୀ, କାଳନ୍ଦୀ ଜେନା, ଶଶିକାନ୍ତ ବେହେରା, ଅମୂଲ୍ୟ ଦାସ, ସେକ୍ ସିରାଜୁଦ୍ଦିନ, ସେକ୍ ଜୁଲଫୁକାର, ବରେନ୍ଦ୍ର ମହାପାତ୍ର, ସେକ୍ ଇଲିୟାସ ଅଲୀ ଖାଁ, ହେମନ୍ତ ମହାପାତ୍ର, ଶଶିକାନ୍ତ ଜେନା ପ୍ରମୁଖ ଡିଆଇବି ଅଫିସ୍ ସମ୍ମୁଖରେ ଗଣଧାରଣାରେ ବସି ପ୍ରତିବାଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.