Home ଜିଲ୍ଲା ପରିକ୍ରମା ପୂର୍ବ ଭାରତର ସବୁଜ ବିପ୍ଳବ ଯୋଜନା (ବିଜିଆର୍‌ଇଆଇ) ଅନ୍ତର୍ଗତ ଧାଡ଼ିରୁଆ ଧାନ ଚାଷ ନିମନ୍ତେ ବିହନ...

ପୂର୍ବ ଭାରତର ସବୁଜ ବିପ୍ଳବ ଯୋଜନା (ବିଜିଆର୍‌ଇଆଇ) ଅନ୍ତର୍ଗତ ଧାଡ଼ିରୁଆ ଧାନ ଚାଷ ନିମନ୍ତେ ବିହନ ବଣ୍ଟନ କାର୍ଯ୍ୟକ୍ରମ

44

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଭଦ୍ରକ ଏବଂ ଆଦାନୀ ଫାଉଣ୍ଡେସନ, ଆଦାନୀ ଧାମରା ପୋର୍ଟର ମିଳିତ ସହାୟତାରେ, ପୂର୍ବ ଭାରତର ସବୁଜ ବିପ୍ଳବ ଯୋଜନା (ବିଜିଆର୍‌ଇଆଇ) ଅନ୍ତର୍ଗତ ଧାଡ଼ିରୁଆ ଧାନ ଚାଷ ନିମନ୍ତେ ବିହନ ବଣ୍ଟନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ କରଣପଲ୍ଲୀ ଓ କରଞ୍ଜମାଳ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ରଞ୍ଜନ କୁମାର ସାହୁ, ଚାନ୍ଦବାଲି ବ୍ଲକ କୃଷି ଅଧିକାରୀ ବୈରାଗୀ ଚରଣ ସେଠୀ ତଥା କରଣପଲ୍ଲୀ ସରପଞ୍ଚ ବାବୁଲି ସେଠୀ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ରମେଶ ଚନ୍ଦ୍ର ନାୟକ, ସୁଦର୍ଶନ ମଲ୍ଲିକ ତଥା ଗୋବିନ୍ଦ କୃଷକ ସଂଘ, ମା’ ବନଦୁର୍ଗା କୃଷକ ସଂଘ ଏବଂ ମା’ ଶୀତଳା କୃଷକ ସଂଘର ସଦସ୍ୟ ପ୍ରମୁଖ ଉପସ୍ଥିତି ରହି ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଧାମରା ପୋର୍ଟ ପାଶ୍ୱର୍ବର୍ତ୍ତୀ କରଣପଲ୍ଲୀ ଓ କରଞ୍ଜମାଳର ୫୦୦ ଏକର ଜମିରେ କାର୍ଯ୍ୟକାରୀ କରାଯିବ ଏବଂ ଏହି କାର୍ଯ୍ୟକ୍ରମରୁ ପ୍ରାୟତଃ ୩୫୦ ରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ଏହି ଯୋଜନା ଅନ୍ତର୍ଗତ ଚାଷୀମାନଙ୍କୁ ଉନ୍ନତ କିସମର ପ୍ରାମାଣିକ ଧାନ ବିହନ ଯଥା ସିଆର୍ ୧୦୦୯ ସବ ୧ ଏବଂ କଳାଚମ୍ପା ଯେଗାଇ ଦିଆଯିବ । ବିହନ ରୋପଣ ପରେ ବିଭିନ୍ନ ଅଣୁଶାର, ଘାସମରା ଓ କୀଟନାଶକ ଔଷଧ ସହିତ ଚାଷୀମାନଙ୍କ ନାମ କୃଷି ବିଭାଗରେ ପଞ୍ଜିକରଣ କରାଯିବା ସହ ଏକର ପିଛା ଧାର୍ଯ୍ୟ ଆର୍ଥିକ ସହାୟତା ରାଶି ଦିଆଯିବ ବୋଲି ବ୍ଲକ କୃଷି ଅଧିକାରୀ ସୂଚନା ଦେଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ଏହି ସରକାରୀ କାର୍ଯ୍ୟକ୍ରମ ଧାମରା ଅଞ୍ଚଳରେ ପ୍ରଥମଥର ପାଇଁ ପରିଚାଳିତ ହେଉଅଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଦାନୀ ଧାମରା ପୋର୍ଟ, ଜିଲା କୃଷି ବିଭାଗ ଓ ସ୍ଥାନୀୟ କୃଷକ ସଂଘ ମିଳିତ ଭାବେ ପ୍ରୟାସ କରିବେ । ଚାଷୀମାନଙ୍କୁ ସମୟ ବ୍ୟବଧାନରେ ପରାମର୍ଶ, ବୈଷୟିକ କୌଶଳ ତାଲିମ ଶିବିର ମାଧ୍ୟମରେ ଯୋଗାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.