Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ବିଜେପିର ବ୍ଲକ ଘେରାଓ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ବିଜେପିର ବ୍ଲକ ଘେରାଓ

81

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରାଷ୍ଟ୍ରୀୟ ସ୍ତରର ଏକ ଜନ କଲ୍ୟାଣକାରୀ ଯୋଜନା । ଏହି ଯୋଜନାରେ ଦେଶର ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍‌କା ଛାତ ପାଇଁ କେନ୍ଦ୍ର ସରକାରଙ୍କ ପରିକଳ୍ପନାକୁ ରାଜ୍ୟ ସରକାର ନିଜ ଯୋଜନା ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କେନ୍ଦ୍ର ସରକାର ଓଡ଼ିଶାକୁ ୨୯.୯୧ ଲକ୍ଷ ପକ୍‌କା ଘର ଦେଇସାରିଛନ୍ତି । ପୁଣି ୮.୧୭ଲକ୍ଷ ଘର ପାଇଁ ଅନୁଦାନ ମଞ୍ଜୁର ହୋଇ ସାରିଛି । କିନ୍ତୁ ରାଜ୍ୟ ସରକାର ଏହାର ଯଥାର୍ଥ କାର୍ଯ୍ୟକାରୀ ନକରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଯୋଜନାର ବାଟମାରଣା ହେଉଛି । ରାଜ୍ୟ ସରକାର ୨୦୧୯ରେ ଯେଉଁ ଜିଓ ଟ୍ୟାଗିଂ ଓ ଘର ସର୍ବେକ୍ଷଣ କରିଥିଲେ, ସେଥିରେ ବ୍ୟାପକ ତୃଟି ବିଚ୍ୟୁତି ପରିଲକ୍ଷିତ ହୋଇଛି । ବହୁ ଯୋଗ୍ୟ ହିତାଧିକାରୀ ଘର ପାଇ ପାରିନଥିବା ବେଳେ ଶାସକ ଦଳର ଅଯୋଗ୍ୟ ହିତାଧିକାରୀ ଘର ହାତେଇବାରେ ସମର୍ଥ ହୋଇଥିଲେ । ଏହାକୁ ନେଇ ଚ୍ୟାଲେଞ୍ଜ ହେବା ପରେ ସରକାର ବାଧ୍ୟ ହୋଇ ପୁଣି ଥରେ ସର୍ବେକ୍ଷଣ କରାଇଥିଲେ ଏବଂ ପୁଣି ଥରେ ଆବେଦନ ପାଇଁ ଦରଖାସ୍ତ ଆହ୍ୱାନ କରିଥିଲେ । ମାତ୍ର ଆବେଦନ ପତ୍ର ଗୁଡିକ ଏପର୍ଯ୍ୟନ୍ତ ଉକ୍ତ ଆବେଦନପତ୍ର ଖୋଲା ଯାଇନାହିଁ । ବରଂ ପୁରୁଣା ତୃଟିପୂର୍ଣ୍ଣ ତାଲିକାନୁଯାୟୀ କାର୍ଯ୍ୟାଦେଶ ଦେବା ଆରମ୍ଭ ହୋଇଛି । ଯାହାକୁ ବିଜେପି ତୀବ୍ର ବିରୋଧ କରିଛି । ଆଜି ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦିପ ନାୟକଙ୍କ ନେତୃତ୍ୱରେ ବିଜପେି ଜିଲ୍ଲା ସଭାପତି ହେମନ୍ତ ପାଢୀ, ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା,ଶଶୀକାନ୍ତ ବିଶ୍ୱାଳ, ମଣ୍ଡଳସଭାପତି (ଦେବରକୁଣ୍ଡ) ପ୍ରଭାକର ସାମଲ, ଭାଗିରଥୀ ମହାକୁଡ, ରାଜକିଶୋର ଦାସ, ରଣଜିତ ପାଣିଗ୍ରାହୀ, ଶଶାଙ୍କ ଦାଶ, ମାନସ ସାମଲ, ପ୍ରହଲ୍ଲାଦ ପଣ୍ଡା, ନାରାୟଣ ପଣ୍ଡା ପ୍ରମୁଖ ଏହି ଦୁର୍ନୀତିର ନିରପେକ୍ଷ ତଦନ୍ତ, ଗୃହ ସର୍ବେକ୍ଷଣ, ଆହୁତ ଆବେଦନପତ୍ରର ଯାଞ୍ଚ କରାଇବାକୁ ଦାବି କରିଛନ୍ତି । ଏଥି ସହ ଏହି ଦୁର୍ନୀତିରେ ସମ୍ପୃକ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରି ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.