Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳିତ

80

ନୟାଗଡ଼, ୧ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ.ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡ୍‌ସ ଦିବସ ପରି ମାରାତ୍ମକ ରୋଗର ଭୟାବହତା ଓ ଏହାର କାରଣ ଏବଂ ନିରାକରଣ ଉପରେ ସଚେତନତା କରାଇଥିଲେ। ଅନ୍ୟତମ ଅତିଥିଭାବେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶକ୍ତି ପ୍ରସାଦ ମିଶ୍ର, ଡ.ସୁବ୍ରତ ଦାସ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ‘ଆସନ୍ତୁ ସମସ୍ତେ ଏଡ୍‌ସ ଦୁରେଇ ଦେବା’ଉପରେ ସ୍ଲୋଗାନ ଦେଇ ଏଡ୍‌ସ ବିଲୋପ ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଦାମୋଦର ସାହୁ, କାଉନସିଲର ଦେବାଶିଷ ସିଂ ପ୍ରମୁଖ ଯୋଗଦେଇଥିଲେ। ଏଡ୍‌ସ ଉପରେ ମହାବିଦ୍ୟାଳୟ ସ୍ତରରେ କରାଯାଇଥିବା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.