Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଯୁବସମାବେଶ,ହକି ବିଶ୍ୱକପ କୁ ନାଚଗୀତରେ ବିଦାୟ ଜଣାଇଲେ ଯୁବଗୋଷ୍ଟି

ଜିଲ୍ଲାସ୍ତରୀୟ ଯୁବସମାବେଶ,ହକି ବିଶ୍ୱକପ କୁ ନାଚଗୀତରେ ବିଦାୟ ଜଣାଇଲେ ଯୁବଗୋଷ୍ଟି

129

ମାଲକାନଗିରି,୧୬ା୧୨ (ଓଡିଆ ପୁଅ ) ଜିଲ୍ଲାସ୍ତରୀୟ ଯୁବସମାବେଶ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମହାଆଡମ୍ବର ସହକାରେ ପାଳିତ  ହୋଇଯାଇଛି । ଆଜି ଡିଏନକେ ଖେଳ ପଡିଆ ଠାରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲାବିଜୁ ଯୁବବାହିନୀ ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ସମାବେଶ ଅବସରରେ ଜିଲ୍ଲା ସ୍ତରୀୟ ଭଲିବଲପ୍ରତି ଯୋଗୀତାର ଆୟୋଜନକରା ଯାଇଥିଲା । ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଯୋଗଦେଇ ପ୍ରତିଯୋଗୀତା କୁ ଉଦଘାଟନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ଜିଲ୍ଲାକ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢେଇ,ଓଡିଶା ସାହତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ, ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଠଂ ନାଇଡୁ,ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଯୁବଗୋଷ୍ଠିଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ଭଲିବଲମ୍ୟାଚରେ ମାଲକାନଗିରି ବ୍ଲକ ଏକାଦଶ ଓ ମାଥିଲି ବ୍ଲକ ଏକାଦଶ ଟିମ ମଧ୍ୟରେ ଖେଳ ହୋଇଥିଲା, ଏଥିରେ ମାଲକାନଗିରି ବିଜୟ ହାସଲକରିଥିଲେ ।

ଅପରାହ୍ନରେ ଯୁବଉତ୍ସବ ପେଣ୍ଡେଲ ରେ ବିଭିନ୍ନ ଅଚଂଳରୁ ଆସିଥିବା ବିଜୁ ଯୁବବାହିନୀ , ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାଂସ୍କୃତି କାର୍ଯ୍ୟାକ୍ରମ ପରିବେଷଣ କରିଥିଲେ, ଏହି ଅବସରେ ପଡିଆରେ ସବ ର୍ଶିକ୍ଷା ଅଭି ଯାନ,ଜଳପରିମଳ ବିଭାଗ, ମତ୍ସବିଭାଗ,ଡିଆରଡିଏ ସଂସ୍ଥା,ବିଭିନ୍ନ ବିଭାଗ ,ଏସଏଚଜି ଗୃପ ଓ ବିଭିନ୍ନ ସଂସ୍ଥାପକ୍ଷରୁ ଉନ୍ନୟନ ଷ୍ଟଲ ଖୋଲା ଯାଇଥିଲା ।ସଂନ୍ଧ୍ୟାରେ ବିଭିନ୍ନ କ୍ରୀଡାରେ କୃତିତ୍ୱ ହାସଲକରିଥିବା କ୍ରୀଡାବିତ,୩ଟି ବେଷ୍ଟ ବିଜୁ ଯୁବବାହିନୀ,୫ଜଣ ମୁ ହିରୋ ଙ୍କୁ ସମ୍ମାନିତ କରିବାସହ ପୁରସ୍କାର  ପ୍ରଦାନ କରାଯାଇଥିଲା । ଜିଲ୍ଲା ବିଜୁ ଯୁବବାହିନୀର ସଂଯୋଜକ ବିନାଶ କୁମାର ମିଶ୍ର, ସୋମେଶ ବାଘ ଜିଲ୍ଲା ଓ ପୌରପରିଷଦ, ବ୍ଲକ ବିଜୁ ଯୁବବାହିନୀର ଯୁବକ ଯୁବତୀ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାତ୍ରରେ  ବିରାଟ ଡିଜିଟାଲ ଏଲଇଡି ପରଦାରେ ସିଧାସଳଖ ଭାବେ ହକି ବିଶ୍ୱ କପ ଖେଳ ର ପ୍ରସାରଣ ଦର୍ଶକ ମାନେ ଉପ ଭୋଗକରିଥିଲେ । ନାଚଗୀତ ମାଧ୍ୟମରେ ହକି ବିଶ୍ୱ କପ କ୍ରୀଡା କୁ ମାଲକାନଗିରି ଜିଲ୍ଲାର ଯୁବ ଗୋଷ୍ଟି ଶେଷରେ ବିଦାୟ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.