Home ଜିଲ୍ଲା ପରିକ୍ରମା ପୁଲିସ ଏନକାଉଟଂର ର ତଦନ୍ତ କରିବାକୁ ଯାଇଥିବା ମାଓବାଦୀଙ୍କ ତଦନ୍ତକାରି ଟିମକୁ ବିରୋଧ କଲେ ସ୍ୱାଭିମାନ...

ପୁଲିସ ଏନକାଉଟଂର ର ତଦନ୍ତ କରିବାକୁ ଯାଇଥିବା ମାଓବାଦୀଙ୍କ ତଦନ୍ତକାରି ଟିମକୁ ବିରୋଧ କଲେ ସ୍ୱାଭିମାନ ଅଚଂଳବାସୀ

97

ମାଲକାନଗିରି,୧୬ା୧୨ (ଓଡିଆ ପୁଅ )ଗତ ଅକ୍ଟୋବର ମାସ୧୨ତାରିଖରେ ମାଲକାନଗିରି ଜିଲ୍ଲାପୁଲିସ ଆନ୍ଦ୍ରଗ୍ରେହାଉଣ୍ଡର ମିଳିତ ଚଢାଉରେ ପୁଲିସ ଗୁଳିରେ ବିଛିନ୍ନାଚଂଳ ର ମାଓନେତ୍ରୀ ମୀନାଙ୍କ ମୃତ୍ୟୁ ଘଟିଥିଲା । ଶବ ବ୍ୟବଛେଦ ପରେ ମୀନାଙ୍କ ମୃତ ଶରୀର ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାର ତନିମାସ ପରେ ମୀନା ମୃତ୍ୟୁର ତଦନ୍ତ କରିବା ପାଇଁ ମାଓବାଦୀ ମାନଙ୍କ ପକ୍ଷରୁ ଆନ୍ଦ୍ରପ୍ରଦେଶ ର ଏପିସିଏଲସିର ଅଧ୍ୟକ୍ଷ ଚିଲୁକୁଲା ଚନ୍ଦ୍ରସେଖର ଙ୍କ ନେତୃତ୍ୱରେ ଏକ ତଦନ୍ତ କାରି ଦଳ ଶନିବାର ଦିନ ଚିତ୍ରକୋଣ୍ଡା ଠାରେ ପହଁଚି ଜଳ ଭଣ୍ଡାରରେ ଲଚଂ ଯୋଗେ ଅଣ୍ଡ୍ରାପାଲି ଗ୍ରାମକୁ ଯାଇଥିଲେ । ସେମାନେ ଗାଁରେ ପହଁଚି ପୁଲିସ କିପରି ମାଓକ୍ୟାମ୍ପ ଉପରେ ଚଢାକରି ଏନ କାଉଟଂରରେ ମାଓନେତ୍ରୀ ଙ୍କୁ ମାରିଲେ ସେ ସଂପର୍କରେ ପଚରା ଉଚରା ଆରମ୍ଭ କରିବା ବେଳକୁ ହଟାତ ଗ୍ରାମର କିଛି ଯୁବକ ହାତରେ ପ୍ଲାକାର୍ଡ ଧରି ସୋଭାଯାତ୍ରା କରି ସେଠାରେ ପହଁଚି ତୁରନ୍ତ ଗ୍ରାମ ଛାଡ ବୋଲି ସେହି ତଦନ୍ତକାରି ଦଳଙ୍କୁ ଘୋଉଡାଇ ଦେଇଥିଲେ । ଏହି ଯୁବକ ମାନେ ଆନ୍ଦ୍ରରୁ ଆସିଥିବା ତଦନ୍ତ କାରି ଦଳଙ୍କୁ ଓଲଟି ନାନା ପ୍ରକାର ପ୍ରଶ୍ନପଚାରି ହଡବଡ କରିପକାଇଥିଲେ । ମାଓବାଦୀ ମାନେ ଯେତେବେଳେ ନିରିହ ଆଦିବାସୀଙ୍କୁ ମାଡମାରି ଗାଁରୁ ବିତାଡିତ କରିବାସହିତ ହତ୍ୟାକରୁ ଥିବା ବେଳେ ଆପଣ ମାନଙ୍କ ତଦନ୍ତକରି ଦଳ କେଉଁଠି ଥିଲା,କେବଳ ମାଓବାଦୀଙ୍କର ଜୀବନ ଅଛି, ନିରିହ ଆଦିବାସୀ ଗ୍ରାମବାସୀ ମାନଙ୍କ କଣ ଜୀବନର ମାନେ କିଛିନାହିଁ ,ତୁରନ୍ତ ଗାଁ ଛାଡି ପଳାଅ ବୋଲି କହି ସେମାନଙ୍କୁ ଗାଁରୁ ବିଦାକରି ଦେଇଥିଲେ ।ଏହି ତଦନ୍ତକାରି ଦଳ ଭୟରେ ଗାଁ ଛାଡି ପଳାଇଥିବାର ଜଣାପଡିଛି । ଅନେକ ବର୍ଷପରେ ସ୍ୱାଭିମାନ ଅଚଂଳରେ ମାଓବାଦୀ ବିରୋଧିର ସ୍ୱର ଉଠିବା ଦେଖି  ଅନ୍ୟାନ ଗ୍ରାମବାସୀ ମାନେ ଖୁସି ହୋଇ ଅଣ୍ଡ୍ରାପାଲି ଗ୍ରାମର ଯୁବକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏ ସଂପର୍କରେ ମାଲକାନଗିରି ଏସପି ଜଗମୋହନ ମୀନା କହିଛନ୍ତି କେତେ ଦିନ ମାଓବାଦୀଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ ଚୁପରହିବେ ନିରିହ ଗ୍ରାମବାସୀ ମାନେ , ସେମାନେ ଏବେ ସ୍ୱର ଉତୋଳନ କରିବା ଆରମ୍ଭ କରିଛନ୍ତି,ଏହା ସ୍ୱାଗତ ଯୋଗ୍ୟ କାର୍ଯ୍ୟ,ପୁଲିସ କାହାର ଶତ୍ରୁନୁହନ୍ତି । ଯିଏ ଗଣତନ୍ତ୍ରକୁ ବିରୋଧ କରି ନିରିହ ଲୋକଙ୍କୁ ବନ୍ଧୁକମୁନ ଦେଖାଇ ହିଂସା ସୃଷ୍ଟିକରୁଛନ୍ତି,ସେମାନଙ୍କୁ କେବେ କ୍ଷମା ଦେବାକଥା ନୁହଁ,ତୁରନ୍ତ ବନ୍ଧୁକ ଓ ହିସାଂ ପ୍ରତ୍ୟାହାର କରି ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରି ଯୋଜନାର ସୁଫଳ ଉଠାନ୍ତୁ ବୋଲି ଏସପି ଶ୍ରୀ ମୀନା ମାଓବାଦୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.