Home ଜିଲ୍ଲା ପରିକ୍ରମା ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ରଜ ଉତ୍ସବ

ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ରଜ ଉତ୍ସବ

26

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ରଜ ଉତ୍ସବ ମଞ୍ଚର ସ୍ଥାୟୀ ସଭାପତି ନିରାକାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ସମ୍ପାଦକ ଉମ।।କନ୍ତ ନାୟକ ପ୍ରାକ୍ ସୂଚନା ଦେବା ସହିତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ରଜ ପର୍ବ ହେଉଛି ଉତ୍କଳୀୟ କୃଷକ ପର୍ବ। ଯାହାକୁ ପୁରପଲ୍ଲୀର ସାଧାରଣ ମଣିଷ ଏହାକୁ ବେଶ୍ ଯାକଜମକରେ ପାଳନ କରିଥାଆନ୍ତି। ଗାଁର ଝିମାନେ ପୁଚି ଖେଳିବା ଠାରୁ ଆରମ୍ଭ କରି ଯୁବ ଗୋଷ୍ଠୀର ତାସ୍ ଖେଳ ବେଶ୍ ଆନନ୍ଦଦାୟକ ହୋଇଥାଏ ବୋଲି ବକ୍ତାମାନେ କହିଥିଲେ। ସଭାରେ ପୂର୍ବତନ ସମ୍ପାଦକ ଗଗନ ବିହାରୀ ରାଉତ, କାର୍ଯ୍ୟକାରୀ ସମ୍ପାଦକ ବାବୁଲାଲ ଦାସ, ଶରତ ଚନ୍ଦ୍ର ମହାନ୍ତି, କୁଳମଣି ବେହେରା, ପବନ ଶର୍ମା, ଜନତା ସେବା କେନ୍ଦ୍ରର ସଭାପତି ବିଶ୍ୱନାଥ ଅଗରୱାଲ, ରମାକାନ୍ତ ବିନ୍ଧାଣୀ, ଅଗଣି ଜେନା, ଗିରିଧାରୀ ନାଥ, ସମାଜସେବୀ ସୁବ୍ରତ ଦାସ, ସୁଶାନ୍ତ ଚୌଧୁରୀ, ପ୍ରମୋଦ ଛତାର, ଅନ୍ନପୂର୍ଣ୍ଣା ସାହୁ, ଅନନ୍ତ ନାୟକ ସହ ଅନ୍ୟାନ୍ୟ ସଦସ୍ୟଗଣ ରଜପର୍ବକୁ ପାରମ୍ପରିକ ଭାବେ ବଜାୟ ରଖିବାକୁ ମତ ରଖିଥିଲେ। ଶେଷରେ ପୂର୍ବତନ କାଉନସିଲର ଏସ. ମନ୍ମଥ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.