Home ଜିଲ୍ଲା ପରିକ୍ରମା ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ରଜ ଉତ୍ସବ

ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ରଜ ଉତ୍ସବ

68

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ବିଏସ୍ ସାମାଜିକ ସଂଗଠନର ମିଳିତ ଉଦ୍ୟମରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରଜ ଉତ୍ସବ ପାଳିତ ହୋଇଯାଇଛି। ସଭା ପ୍ରାରମ୍ଭରେ ଆମ ସଂସ୍କୃତି ଓ ପରମ୍ପରାକୁ ବଂଚାଇ ରଖିବା ପାଇଁ କୁନି କୁନି ପିଲାମାନଙ୍କ ମଧ୍ୟରେ ପୁଚି, କବାଡି, ସ୍କିପିଙ୍ଗ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ବିମ୍ବାଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ କାର୍ଯ୍ୟକାରୀ ସଭାପତି ଭାଗୀରଥି ନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ବାସ୍ତୁବିତ୍ ଭାଗୀରଥି ନନ୍ଦର୍ଶମା ଯୋଗଦେଇ ଗାଁର ପରମ୍ପରାକୁ ବଂଚାଇ ରଖିବା କ୍ଷେତ୍ରରେ ଏହି ତିନି ଅନୁଷ୍ଠାନର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ମୁଖ୍ୟବକ୍ତା ଭାବେ ଜଗନ୍ନାଥ ପ୍ରଚାର କମିଟିର ଉପଦେଷ୍ଟା ଶରତ ଚନ୍ଦ୍ର ସାହୁ ଯୋଗଦେଇଥିଲେ। ଏହି ଅବସରରେ କବି ନାରାୟଣ ଚନ୍ଦ୍ର ପ୍ରଧାନଙ୍କ ‘କାଳିଆ କରୁଣା’ ର ଲୋକାର୍ପଣ କରାଯାଇଥିଲା। ସ୍ତମ୍ଭକାର ଦୁର୍ଯ୍ୟୋଧନ ମଲ୍ଲିକ ପୁସ୍ତକର ସମୀକ୍ଷା କରିଥିଲେ। ଅନ୍ୟତମ ଅତିଥି ମୁନି ବିନୋଦ ବିହାରୀ ବାରିକ ରଜର ମହତ୍ୱ ବିଷୟରେ ଆଲୋଚନା କରିଥିଲେ। ଶେଷରେ ପିଲାମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ଯୋଗୀ ଦଶରଥ ପଣ୍ଡା, କୃଷ୍ଣଚନ୍ଦ୍ର ସେନାପତି, ଅଟଳ ବାରିକ, ଅଞ୍ଜନ କୁମାର ଲେଙ୍କା, ରାଧାଶ୍ୟାମ ନାୟକ, ସୁଜାତା ମହାପାତ୍ର, ବିମ୍ବାଧର ଜେନା, ଦେବଦତ୍ତ ମଲ୍ଲିକ, ନିତ୍ୟାନନ୍ଦ ନାୟକ, ପୁଷ୍ପଲତା ନାୟକ, ଦେବାଶିଷ ନାୟକ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିବାବେଳେ ବିଏସ୍ ସାମାଜିକ ସଂଗଠନର ସଭାପତି ସାଇପଦ୍ମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.