Home ଜିଲ୍ଲା ପରିକ୍ରମା ଭଦ୍ରକ ହାଇସ୍କୁଲ ପୁରାତନ ଛାତ୍ର ସଙ୍ଗଠନ ୭୪ ଡ଼୍ରିମ୍ସର ବାର୍ଷିକ ଉତ୍ସବ

ଭଦ୍ରକ ହାଇସ୍କୁଲ ପୁରାତନ ଛାତ୍ର ସଙ୍ଗଠନ ୭୪ ଡ଼୍ରିମ୍ସର ବାର୍ଷିକ ଉତ୍ସବ

22

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ଉତ୍ସବ ଅବସର ରେ ଭଦ୍ରକ ହାଇସ୍କୁଲର ପୁରାତନ ଛାତ୍ର ସଙ୍ଗଠନ ୭୪ ଡ଼୍ରିମ୍ସ ତାର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ହାଇସ୍କୁଲ ସଭାଗୃହରେ ପୂର୍ବତନ ମନ୍ତ୍ରୀ ତଥା ସଙ୍ଗଠନର ସଭାପତି ମନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଭଦ୍ରକ ହାଇସ୍କୁଲର ୧୯୫୮ ମସିହା ମାଟ୍ରିକ ବ୍ୟାଚର ଛାତ୍ର ତଥା ସୁନାମଧନ୍ୟ ଇଂ. ଅଖିଳ ଚନ୍ଦ୍ର ପାଢ଼ୀ ଯୋଗ ଦେଇଥିବା ବେଳେ ଭଦ୍ରକ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚକ୍ରଧର ମଲ୍ଲିକ ଅନ୍ୟତମ ଅତିଥି ଭାବରେ ମଂଚାସିନ ହୋଇଥିଲେ। ମୁଖ୍ୟଅତିଥି ନିଜର ପୁରୁଣା ଅନୁଭୂତି ତଥା ୭୪ ଡ଼୍ରିମ୍ସର କାର୍ଯ୍ୟାବଳୀ ଉପରେ ବକ୍ତବ୍ୟ ରଖିଥିଲେ। ପରିସରରେ ଥିବା ଗାନ୍ଧିଜୀ, ସୁବାଷ ଚନ୍ଦ୍ର ବୋଷ ଏବଂ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ମୁଖ୍ୟଅତିଥି ପ୍ରଦୀପ ପ୍ରଜ୍ୱଳନ କରିବା ପରେ ବୃନ୍ଦାବନ କଳାକେନ୍ଦ୍ରର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଶଣ କରିଥିଲେ।

ଉକ୍ତ ଉତ୍ସବରେ ନିମନ୍ତ୍ରୀତ ଅତିଥି ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଡ଼ାକ୍ତର ଦୁର୍ଯ୍ୟେଧନ ଦାସ, ଡ଼ାକ୍ତର ପ୍ରଭାସ ମହାନ୍ତି ଓ ଶିକ୍ଷକ ସମରେନ୍ଦ୍ରନାଥ ମିଶ୍ରଙ୍କ ସମେତ ପୁରତାନ ଛାତ୍ର ସଙ୍ଗଠନର ସଦସ୍ୟ ଯାତ୍ରା କଳାକାର ଲୋକନାଥ ଲେଙ୍କା, ଇନ୍ଦ୍ରମଣି ପଣ୍ଡା ତଥା ବିଜୟ ମହାନ୍ତି ପ୍ରମୁଖ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ଲେଙ୍କା ଯାତ୍ରା ସଂଳାପ ଶୁଣାଇ ଉପସ୍ଥିତ ଶ୍ରୋତାଙ୍କୁ ବିମୋହିତ କରିଥିଲେ। ସଂଙ୍ଗଠନର ସଂଯୋଜକ ସୌରେଶ ଚନ୍ଦ୍ର ମହାନ୍ତି ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ସମାଜସେବୀ କିଶୋର ଚନ୍ଦ୍ର ମହାପାତ୍ର ଏବଂ ନିର୍ଦ୍ଦେଶକ ପ୍ରଦୀପ ମିଶ୍ର ମୁଖ୍ୟଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଅଧିବକ୍ତା ସରୋଜ ତପନ ଦାସ ମାନପତ୍ର ପାଠ କରିଥିଲେ। ଚିତ୍ରକଳା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୂରସ୍କୃତ କରାଯାଇଥିଲା। ଦିବସବ୍ୟାପି ଉତ୍ସବରେ ବହୁ ସଦସ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସଙ୍ଗଠନର ସଦସ୍ୟ ବିନଦା ପ୍ରସନ୍ନ ଦାସ, କଳ୍ପତରୁ ସାହୁ, ଶଙ୍କର୍ଷଣ ମହାନ୍ତି, ଗଜେନ୍ଦ୍ର ପଣ୍ଡା, ଯୋଗେଶ ମହାପାତ୍ର, ରାଜକିଶୋର ପଣ୍ଡା, ହେମନ୍ତ ପଣ୍ଡା, ବାଦଲ ବଳ, ବିନୟ ଭୂଷଣ ନାୟକ, ରବି ମିଶ୍ର, ସୁଶାନ୍ତ ଜେନା, ସନ୍ତୋଷ କୁମାର ବେହେରା, ଚିତ୍ରକର ସୁଶାନ୍ତ ନାୟକ ଓ ଚିତଶିଳ୍ପୀ ବିଭୂତି ସାହୁ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.