Home ଜିଲ୍ଲା ପରିକ୍ରମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

66

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ମଣିନାଥପୁର ଖେଳ ପଡିଆରେ ଗୋପବନ୍ଧୁ ୟୁଥ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୋଣାର୍କ କ୍ରିକେଟ ଟିମ ଚାମ୍ପିଅନ ହୋଇଛି । ସୋମବାର ଉଦଯାପିତ ମ୍ୟାଚରେ ଯାଜପୁର କୋଣାର୍କ କ୍ରିକେଟ ଟିମ ଓ ବାଣପୁର କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଠ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ବାଣପୁର ଟିମ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ୭.୪ ଓଭରରେ ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୩୪ ରନ ସ୍କୋର କରିଥିଲା । ୩୫ ରନର ବିଜୟ ଲକ୍ଷ୍ୟ ନେଇ କୋଣାର୍କ ଟିମ ୬.୨ ଓଭରରେ ଆଠ ଉଇକେଟ ହରାଇ ୩୭ ରନ କରି ଚାମ୍ପିଅନ ହୋଇଥିଲା । ତିନି ଦିନ ଧରି ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଷୋହଳ ଦଳ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟ ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅବସରପ୍ରାପ୍ତ କ୍ରୀଡାଶିକ୍ଷକ ଶରତ ଦାସ, ଶିକ୍ଷକ ଦୁଃଖିଶ୍ୟାମ ଦାସ, ଷୋଳମପୁର ଶିଶୁମନ୍ଦିର ସମ୍ପାଦକ ବିଶ୍ୱମ୍ଭର ରାଉତ, ଉପେନ୍ଦ୍ର ଦାସ, ଲମ୍ବୋଦର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନରସପ ଦଳକୁ ନଗଦ ଅର୍ଥ ସହ ଟ୍ରଫି ପ୍ରଦାନ କରିଥିଲେ । ଶ୍ରେଷ୍ଠ ବୋଲର ନିରଞ୍ଜନ ବାରିକ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଘି.କୁମାର, ମ୍ୟାନ ଅଫ ଦି ମ୍ୟାଚ ବବୁଲ ଓ ମ୍ୟାନ ଅଫ ଦି ସିରିଜ ଭାବେ ହିପ ଜୁଲଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଆମ୍ପାୟାର ଭାବେ ବିଜୟ ସେଠୀ, ନିରଞ୍ଜନ ବାରିକ, ବିଶ୍ୱମ୍ଭର ସାହୁ ଓ ଦିଲ୍ଲିପ ଶତପଥି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । କ୍ଲବର ସଭାପତି ଗଜେନ୍ଦ୍ର ଦାସ, ସମ୍ପାଦକ ସୁରଥ ଦାସ, ସଭ୍ୟ ନିରୁଆ, କୁନୁ, ଦୀପକ, ଚିଲ, ଶଙ୍କର, ଅଜୁ, ନିମା, ବାବୁନା, ବବୁଲ, ଗୁଣ୍ଠ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.