Home ଜିଲ୍ଲା ପରିକ୍ରମା ‘ଜାଗା ମିଶନ’ ଯୋଜନାରେ ଭୂମିହୀନଙ୍କୁ ଭୂମି ପ୍ରମାଣ ପତ୍ର ପଟ୍ଟା ବଂଟନ

‘ଜାଗା ମିଶନ’ ଯୋଜନାରେ ଭୂମିହୀନଙ୍କୁ ଭୂମି ପ୍ରମାଣ ପତ୍ର ପଟ୍ଟା ବଂଟନ

88

ନୟାଗଡ଼, ୯-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌରାଚଂଳର ଭୂମୀହୀନମାନଙ୍କୁ ସରକାରଙ୍କ ‘ଜାଗା ମିଶନ’ ଯୋଜନାରେ ଭୂମି ପ୍ରମାଣ ପତ୍ର ସ୍ୱରୁପ ପଟ୍ଟା ବଂଟନ କରାଯାଇଛି। ନୟାଗଡ଼ର ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପଟ୍ଟା ବଂଟନ କରିଛନ୍ତି। ଭୂମିହୀନମାନଙ୍କୁ ଜାଗା ମିଶନ ଯୋଜନାରେ ଭୂମି ପ୍ରମାଣ ପତ୍ର ଯୋଗାଇ ଦେବାରେ ଓଡ଼ିଶା ବହୁ ଆଗରେ ବୋଲି ମୁଖ୍ୟଅତିଥି ମନ୍ତ୍ରୀ ଡଃ ସାହୁ କହିଥିଲେ। ଅନ୍ୟତମ ଅତିଥିଭାବେ ଜିଲାପାଳ ଡଃ ପୋମା ଟୁଡୁ, ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇଥିଲେ। ନୟାଗଡ଼ ପୌରାଚଂଳ ପକ୍ଷରୁ ଆୟୋଜିତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ମନ୍ତ୍ରୀ ଡଃ ସାହୁ ପୌରାଚଂଳର ୨୩୦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଂଟନ କରିଥିଲେ। ଜାଗା ମିଶନ କନସଲାଂଟ ଶିରୋମଣି ଧିରେନ୍ଦ୍ର କୁମାର ନାୟକ, ଗୋଷ୍ଠୀ ସଂଗଠିକା ପୁଷ୍ପାଞ୍ଜଳୀ ମହା୍‌ନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ମ୍ୟୁନିସିପାଲିଟି ଇଂଜିନିୟର ବାଇଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ ୨୦୧୭ ମସିହାରେ ୪୧୬ ଭୂମିହୀନଙ୍କୁ ପଟ୍ଟା ବଂଟନ କରାଯାଇଥିଲା। ସେହିପରି ଭାବରେ ଓଡ଼ଗାଁ ଏନଏସି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତୀ ଡଃ ସାହୁ ଯୋଗଦେଇ ୧୦୬ଜଣ ଭୂମିହୀନଙ୍କୁ ପଟ୍ଟା ଓ ୭୦ ଜଣଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ବାଂଟିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.