Home ଜିଲ୍ଲା ପରିକ୍ରମା ରୋଟାରୀ କ୍ଲବ୍ ମିଡ୍‌ଟାଉନ୍ ଭଦ୍ରକର ସମ୍ବର୍ଦ୍ଧନା ସମାରୋହ

ରୋଟାରୀ କ୍ଲବ୍ ମିଡ୍‌ଟାଉନ୍ ଭଦ୍ରକର ସମ୍ବର୍ଦ୍ଧନା ସମାରୋହ

37

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବାରେ ରୋଟାରୀ ମିଡ୍ ଟାଉନ କ୍ଲବ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉପଯୁକ୍ତ ଭାବେ ଚୟନ କରି ସମ୍ବର୍ଦ୍ଧନା ପ୍ରଦାନ କରିବାରେ ରୋଟାରୀ କ୍ଲବ୍ ମିଡ୍ ଟାଉନ୍ ଭଦ୍ରକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଭଦ୍ରକର ଚରମ୍ପାସ୍ଥିତ ଆଇ.ଟି.ଆଇ. ଚରମ୍ପା ପରିସରରେ ଏହି କ୍ଲବ୍ ଆନୁକୂଲ୍ୟରେ ଉକ୍ତ ସମ୍ବର୍ଦ୍ଧନା ସଭା କୋଭିଡ ନିୟମ ପାଳନ ପୂର୍ବକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କ୍ଲବ୍‌ର ପ୍ରେସିଡେଣ୍ଟ୍ ଅମିତ୍ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ୪୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ପୂର୍ବକ ‘ନେସନ୍ ବିଲ୍‌ଡର ଆୱାର୍ଡ’ ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବରେ ସଭାପତି ଶିଶିର ମିଶ୍ର, ପୂର୍ବତନ ପ୍ରେସିଡେଣ୍ଟ ରତନଲାଲ ଗୁପ୍ତା, ସେକ୍ରେଟାରୀ ସନାତନ ଜେନା, ମୁଖ୍ୟ ଅତିଥି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ମଧୁସୁଦନ ଦାସ, ସମ୍ମାନିତ ଅତିଥି ଶିଳ୍ପୋଦ୍ୟୋଗୀ ଓ ସାହିତ୍ୟିକ ଇଂ ଅଭୟ ସୂତାର ଯୋଗ ଦେଇ ରୋଟାରୀ କ୍ଲବ୍‌ର ଭୂମିକା ତଥା ସେବା ମନୋଭାବ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଅତିଥିମାନଙ୍କୁ ମଞ୍ଚ ଆବାହନ ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଅମିତ୍ କୁମାର ମଲ୍ଲିକ ସ୍ୱାଗତ ଭାଷଣ, ସମ୍ବର୍ଦ୍ଧନା କିମିଟି ମୁଖ୍ୟ ଅତିସ୍ କୁମାର ବେହେରା ଅତିଥି ପରିଚୟ ପ୍ରଦାନ ଏବଂ ପବିତ୍ର ମୋହନ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । ଚୈତାଳି ଖିଲାର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କ୍ଲବ୍‌ର କର୍ମକର୍ତ୍ତାମାନେ କୋଭିଡ ନିୟମ ପାଳନ ପୂର୍ବକ ଉକ୍ତ ଉତ୍ସବକୁ ସଠିକ୍ ଭାବେ ରୂପାୟନ କରିବାରେ ସହାୟତା କରିଥିଲେ । ଏଥିପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉତ୍ସାହିତ ହେବା ସହ ସେମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିଲା । ସେମାନେ କ୍ଲବ୍‌ର ଏତାଦୃଶ କାର୍ଯ୍ୟକ୍ରମ ପାଇଁ ରୋଟାରୀ କ୍ଲବ୍ ମିଟ୍ ଟାଉନ୍ ଭଦ୍ରକକୁ ଭୂୟସୀ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.