Home କଳାହାଣ୍ଡି କଳାହାଣ୍ଡି ହାଇକୋର୍ଟ ସ୍ଥାୟୀ ବେଂଚ ଦାବୀରେ କଳାହାଣ୍ଡି ବନ୍ଦ

କଳାହାଣ୍ଡି ହାଇକୋର୍ଟ ସ୍ଥାୟୀ ବେଂଚ ଦାବୀରେ କଳାହାଣ୍ଡି ବନ୍ଦ

544

କଳାହାଣ୍ଡି – ୨୪/୧୨/୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଭୌଗୋଲିକ ଦୃଷ୍ଟି କୋଣରୁ କଳାହାଣ୍ଡି ଜିଲ୍ଲା ଓଡିଶାର ଦକ୍ଷିଣ- ପଶ୍ଚିମାଂଚଳର କେନ୍ଦ୍ର ସ୍ଥଳ ଏବଂ ଅନ୍ୟାନ୍ୟ ଭିତିଭୂମି ଥିବା ହେତୁ ଦୀର୍ଘ ଦିନ ହେବ କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ତାପନ ଦାବୀ ହୋଇଆସୁଥିବା ବେଳେ ଗତ ୨୪ ତାରିଖ ସୋମବାର ଦିନ ସମଗ୍ର କଳାହାଣ୍ଡି ବନ୍ଦ ପାଳନ କରାଯାଇଥିଲା । ଏହି ବନ୍ଦକୁ ସମର୍ଥନ କରି ଜିଲ୍ଲା ସାରା ପ୍ରାୟ ସମସ୍ତ ସରକାରୀ ଅଫିସ,କୋର୍ଟ କଚେରୀ , ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ସ୍କୁଲ କଲେଜ ଇତ୍ୟାଦି ପ୍ରାୟତଃ ବନ୍ଦ ରହିଥିଲା । ଭବାନୀପାଟଣା ଠାରେ ଜିଲ୍ଲା ଓକିଲ ସଂଘ ତରଫରୁ ଏହି ବନ୍ଦକୁ ସଫଳ କରିବାକୁ ଜନସାଧାରଣଙ୍କ ସଗେଯ୍ଧଜ୍ଞ ଲୋଡା ଯାଇଥିବା ବେଳେ ଧର୍ମଗଡ. ଜୁନାଗଡ. ଉ-ରାମପୁର, ଜୟପାଟଣା, କୋକସରା ଆଦି ବିଭିନ୍ନ ସ୍ଥାନରେ ମଧ୍ୟ ଓକିଲ ସଂଘ ତରଫରୁ ଏହି ବନ୍ଦକୁ ସମର୍ଥନ କରି ପିକେଟିଂ କରାଯାଇଥିଲା । ପ୍ରାୟତଃ ଗାଡି ମଟର ଇତ୍ୟାଦି ଚଳାଚଳ ବନ୍ଦ ଥିବା ବେଳେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଂଚଳର ଜନସାଧାରଣ ମଧ୍ୟ ଏହି ଦାବୀକୁ ସମର୍ଥନ କରିଥିବା ଦେଖା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.