Home ଜିଲ୍ଲା ପରିକ୍ରମା ଭିଜିଲାନ୍ସ ବିଭାଗ ଦ୍ୱାରା ଫାଇଲ ଜବତ୍ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ସରପଂଚ

ଭିଜିଲାନ୍ସ ବିଭାଗ ଦ୍ୱାରା ଫାଇଲ ଜବତ୍ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ସରପଂଚ

333

କୋଲାବିରା, ୨୪।୧୨(ଓଡ଼ିଆ ପୁଅ/ନିଶିତ କୁମାର ବହିଦାର) କୋଲାବିରା ବ୍ଲକ ଅନ୍ତର୍ଗତ ରଘୁନାଥପାଲି ଗ୍ରାମପଂଚାୟତ କାର୍ଯ୍ୟାଳୟରୁ ସରପଂଚଙ୍କ ଅନୁପସ୍ଥିତିରେ ଭିଜିଲାନ୍ସ ବିଭାଗର ଅଧିକାରୀ ପଂଚାୟତର କେତେକ ଫାଇଲ ନେଇଯାଇଛନ୍ତି। ଫାଇଲ ନେବାର ୬ ମାସ ବିତିଯାଇଥିଲେ ସୁଦ୍ଧା ଫାଇଲ ଫେରସ୍ତ କରାଯାଉନାହିଁ କି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାଫଳରେ ଉକ୍ତ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନେ ପାଉଣା ପାଇପାରୁନାହାଁନ୍ତି। ତାଛଡା ଉକ୍ତ କାର୍ଯ୍ୟ ଗୁଡିକରେ କୈାଣସି ପ୍ରକାର ଅନିୟମିତତା ହୋଇନାହିଁ ଏବଂ କାର୍ଯ୍ୟ ସରପଂଚଙ୍କ ତଦାରଖରେ ଉତମଭାବରେ ସମ୍ମାଦିତ ହୋଇଛି। ତେବେ ଗ୍ରାମର ବିଛି ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରରୋଚନାରେ ଭିଜିଲାନ୍ସ ବିଭାଗର ଅଧିକାରି ଫାଇଲ ଗୁଡିକ ନେଇ ଯାଇଛନ୍ତି। ଏଥେôଯାଗୁଁ ପଂଚୟାତ ଅଧିନରେ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସରପଂଚ ଶ୍ରୀମତୀ ନନ୍ଦିତା ସରାଫ ଅଭିଯୋଗ କରିଛନ୍ତି। ଶୁକ୍ରବାର କୋଲାବିରା ଠାରେ ସହିଦ କରୁଣାକରଙ୍କ ଆତ୍ମୋତ୍ସର୍ଗ ଦିବସ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ଅବସରରେ ରଘୁନାଥପାଲି ସରପଂଚ ନନ୍ଦିତା ସରାଫ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।ସୁଚିତ ଯେ ଗତ ଜୁଲାଇ ମାସ ୧୯ ତାରିଖ ଝାରସୁଗୁଡା ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ରଘୁନାଥପାଲି ପଂଚାୟତକୁ ଆସି ସରପଂଚଙ୍କ ଅନୁପସ୍ଥିତିରେ ନିର୍ବାହୀ ଅଧିକାରୀଙ୍କ ଠାରୁ ୪ଲକ୍ଷ ବିନିମୟରେ ନିର୍ମାଣଧିନ ଗ୍ରାମପଂଚାୟତର କୋଠା, ୩ ଲକ୍ଷ ଅର୍ଥ ବିନିମୟରେ ବନ୍ଧଳି ପୋଖରୀର ପଙ୍କୋଦ୍ଧାର କାର୍ଯ୍ୟ, ୧.୫ଲକ୍ଷ ଟଙ୍କାର ବନ୍ଧଳିର ପାହାଚ ନିର୍ମାଣ ସଂପୁର୍ଣ୍ଣରୁପେ ସରିଯାଇଥିବା ସତ୍ୱେ ଫାଇଲଗୁଡିକ ନେଇ ଚାଳିଯାଇଛନ୍ତି। ଉକ୍ତ କାର୍ଯ୍ୟର ଫାଇନାଲ ମେଜରମେଂଟ ସରିସାରିଥିବାରୁ ଶ୍ରମିକ ମାନଙ୍କ ପାଇଣା ପାଇବା ଉପରେ ଏହାର ପ୍ରଭାବ ପଡିଛି। ସେ କହିଛନ୍ତି ଯେ ସରପଂଚ ଭାବରେ ପ୍ରତ୍ୟେକ କାର୍ଯ୍ୟର ବ୍ୟକ୍ତଗତ ଭାବରେ ତଦାରଖ କରିଥାନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ସମ୍ବର୍ଦ୍ଧିର୍ତ ହୋଇସାରିଛନ୍ତି। ଏହାକୁ ନେଇ ରଜନୈତିକ ଆକୋ୍ରଶରୁ କେହି ଭିଜିଲାନ୍ସ ପାଖରେ ଚୁଗଲି କରିଥିବା ସେ ଆଶଂକା ପ୍ରକାଶ କରୁଛନ୍ତି। ତେବେ କାର୍ଯ୍ୟରେ କୈାଣସି ଅନିୟମିତତା ନଥିବା ସତ୍ୱେ କାର୍ଯ୍ୟାଳୟରୁ ବିଭିନ୍ନ ଫାଇଲ ନେଇଯିବା ନ୍ୟାୟ ସଂଗତ ନୁହେଁ ବୋଲି ସେ ଲିଖିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଜଣେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.