Home ଜିଲ୍ଲା ପରିକ୍ରମା ଅତିରିକ୍ତ ଜିଲ୍ଲାପାଳ ଙ୍କ କୋଠରୀରେ ତାଲା,ଏଡିଏମ ନିଜ ଚାମ୍ବରକୁ ଯାଇ ନପାରି ଫେରିଗଲେ

ଅତିରିକ୍ତ ଜିଲ୍ଲାପାଳ ଙ୍କ କୋଠରୀରେ ତାଲା,ଏଡିଏମ ନିଜ ଚାମ୍ବରକୁ ଯାଇ ନପାରି ଫେରିଗଲେ

686

ମାଲକାନଗିରି,୨୪ା୧୨ (ଓଡିଆ ପୁଅ )  ଆଜି ମାଲାକନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଅତିରିକ୍ତ ଜିଲ୍ଲାପାଳଙ୍କ କୋଠରୀ ପଡିଛି ତାଲା,ସେ ବହୁସମୟ ଧରି ବାହାରେ ଛିଡାହେବା ପରେ ମଧ୍ୟ କେହି ତାଲା ଖୋଲି ନଥିବାରୁ ନିଜ ବସାକୁ ଫେରି ଯାଇଥିଲେ । ରିଲଭ ହୋଇ ଯାଇଥିବା ଅତିରିକ୍ତ ଜିଲ୍ଲାପାଳ ପୁଣି ଫେରିଛନ୍ତି ମାଲକାନଗିରି । ସେ ଶନିବାର ଦିନ ନିଜ କାର୍ଯ୍ୟରେ ଯୋଗଦେବା ପରେ ସେ ନିଜ କାର୍ଯ୍ୟାଳୟକୁ ସୋମବାର ଦିନ ଯାଇଥିଲେ । ସେ କାର୍ଯ୍ୟାଳୟ ରେ ପହଁଚିଲା ବେଳକୁ ତାଙ୍କ କୋଠରୀରେ ଚାବି ପଡିଥିଲା, ସେ ନାଜିରଙ୍କୁ ଚାବି ଖୋଲିବା ପାଇଁ ଫୋନକରିଥିଲେ ମଧ୍ୟ ନାଜିରଙ୍କ ଫୋନ ନ ଲାଗିବାରୁ ସେ ବହୁସମୟ ଧରି ନିଜ କୋଠରୀ ସମ୍ମୁଖରେ ଛିଡା ହୋଇ ଫେରି ଯାଇଥିବାର ଦେଖିବାକୁ ମିଳିଛି । ଜଣେ ଅତିରିକ୍ତ ଜିଲ୍ଲାପାଳ ଅନେକ ସମୟ ଧରି ନିଜ ଚାମ୍ବର ଆଗରେ ଫାଇଲ ଧିର ଛିଡାହେବା ଦୃଶ୍ୟ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ଓ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିବା ସାଧାରଣ ଲୋକ ମାନେ ଦେଖି ଚକିତ ହୋଇ ଯାଇଥିଲେ । ଏ ସଂପର୍କରେ ଆମେ ଅତିରିକ୍ତ ଜିଲ୍ଲାପାଳ ଅଯ୍ୟୋଧାକାନ୍ତ ସତପଥୀଙ୍କୁ ପଚାରିବାରୁ  ସେ କହିଛନ୍ତି । ଗତ ୭ତାରିଖରେ ରାଜ୍ୟସରକାର ଙ୍କ ପକ୍ଷରୁ ତାଙ୍କର ବଦଳି ରାୟଗଡା ଜିଲ୍ଲାକୁ ହୋଇଥିବାର ସେ ଜାଣି ପାରି ରିଲିଭ ହେବା ପାଇଁ ୯ତାରିଖରେ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ । ଜିଲ୍ଲାପାଳ କାର୍ଯ୍ୟବ୍ୟସ୍ତତା ହେତୁ ତାଙ୍କ ନିକଟରେ ରିଲିଭ ନହୋଇ ସେଲଫ ରିଲଫ ହୋଇ ଅତିରିକ୍ତ ଜିଲ୍ଲାପାଳ ୧୦ତାରିଖରେ ରାୟଗଡା ଅଭିମୁଖେ ଯାତ୍ରା କରିଥିଲେ । ସେ ଅଧାବଟରେ ପହଁଚିଲା ପରେ ସରକାରଙ୍କ ଜିଏ ଏଣ୍ଡ୍ ପିଜି ବିଭାଗ ପକ୍ଷରୁ  ସେହି ବଦଳି ଅର୍ଡର ସ୍ଥଗିତ ହୋଇଗଲା ବୋଲି ପୁଣି ଖବର ଆସିଥିଲା । ଏହି ଖବର ପାଇ ସେ ଭୁବନେଶ୍ୱର ଯାଇ  କଣ କରିବିି ବୋଲି ପଚାରିବାରୁ  ସେମାନେ କହିଥିଲେ ଅର୍ଡର ସ୍ଥଗିତ ମାନେ ପୁବ ର୍ରୁ ଥିବା ସ୍ଥାନରେ ପୁଣି କାର୍ଯ୍ୟରେ ଯୋଗ ଦେଇପାରିବେ । ବିଭାଗୀୟ ଅଧିକାରୀ ଙ୍କ ନିଦେ୍ର୍ଦଶ କ୍ରମେ ପୁଣି ମାଲକାନଗିରି ଆସି ଶନିବାର ଦିନ ଜଏନ କରି ଫିଲ୍ଡ ଡିୟୁଟିରେ ପଳାଇଥିଲି ,ସୋମବାର ସକାଳେ ପରିବର୍ତନ ସ୍ୱେଚ୍ଛାସେବି ଅନୁଷ୍ଟାନର ଶିଶୁ ଗୃହ ତଦାରଖ କରି ଫେରିବା ବେଳକୁ ଦିନ ୪ଟା ହୋଇଗଲା , ଗାଡିଟିଏ ପାଇଁ ଅଫିସକୁ ଫୋନକରିବା ପରେ ମଧ୍ୟ କେହି ଗାଡି ନ ପଠାଇବାରୁ  ନିଜେ ଗାଡି ଯୋଗାଡ କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସିଥିଲେ । ଚାମ୍ବର କୁ ଯିବାପାଇଁ ଚାହିଁବାରୁ ସେଠାରେ ତାଙ୍କ ନାମ ଫଳକ କଡା ଯାଇଥିଲା ଓ ଏଡିଏମ କୋଠରୀରେ ତାଲାପଡିଥିଲା । ତାଲା ଖୋଲବୋଲି କର୍ମଚାରି ମାନଙ୍କୁ କହିବାରୁ କେହି ଗୁରୁତ୍ୱ ଦେଇନଥିଲେ । ନାଜିର ଅଫିସରଙ୍କୁ ଫୋନକରିବା ପରେ ଚାବିପାଠାଉଛି କହି ସେ ଫୋନ ସୁଇଚ ଅଫ କରିଦେଇଥିଲେ । ବହୁ ସମୟ ଧରି ଫାଇଲ ଧରି ଚାମ୍ବର ଆଗରେ ଛିଡା ହୋଇ କେହି ଚାବି ନ ଖୋଲିବାରୁ , ଜିଲ୍ଲାପାଳ ଦାଇତ୍ୱରେ ଥିବା ପିଡି ଡିଆରଡିଏ ଙ୍କୁ ଜଣାଇବା ପରେ ସେ ମେସେଜ ଦେଇଥିଲେ ଜିଲ୍ଲାପାଳଙ୍କ ସହିତ କଥା ହୁଅନ୍ତୁ । ଜିଲ୍ଲାପାଳ ଛୁଟିରେ ଥିବାରୁ ମୁ ତାଙ୍କ ସହିତ କିଛି କଥା  ନହୋଇ ଫେରିଆସିଥିଲି । ଜିଲ୍ଲାପାଳଙ୍କ ଫେରିବା ପର୍ଯ୍ୟନ୍ତ ମୁ  ମାଲକାନଗିରିରେ ଅପେକ୍ଷା କରି ରହିବି ଜିଲ୍ଲାପାଳ ଯାହା ନିସ୍ପତି ନେବେ ସେଥିରେ ମୁ ରାଜି ଅଛି ବୋଲି ଶ୍ରୀ ସତପଥୀ କହିଛନ୍ତି । ଅପର ପକ୍ଷରେ ଏ ସଂପର୍କରେ ଜିଲ୍ଲାପାଳ ଦାଇତ୍ୱରେ ଥିବା ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକ ଲିଙ୍ଗରାଜ ପଣ୍ଡା ଙ୍କୁ ପଚାରିବାରୁ  ସେ କହିଛନ୍ତି । ପୁବ ର୍ରୁ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସତପଥୀ ଙ୍କ ର ରାୟଗଡା ବଦଳି ହୋଇଥିବାରୁ ସେ ରିଲିଭ ହୋଇ ପଳାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ସ୍ଥାନରେ ଅନ୍ୟଜଣେ ଏଡିଏମ ଙ୍କୁ ନିଯୁକ୍ତି ଦିଆଯାଇଛି । ନିର୍ବାଚନ କମିଶନଙ୍କ ଠାରୁ କ୍ଲିଅରେନ୍ସ ମିଳି ନଥିବାରୁ ସେହି ଅର୍ଡର ସ୍ଥଗିତ ହୋଇଯାଇ ଥିବାରୁ ନୂତନ ଭାବେ ନିଯୁକ୍ତିପାଇଥିବା ଏଡିଏମ ଏଠାରେ ଜଏନ କରି ନାହାଁନ୍ତି । ଶ୍ରୀ ସତପଥୀ ମାଲକାନଗିରି ରେ ଜଏନ କରିବେ କି ନାହିଁ ସେ କଥା ରାଜ୍ୟସରକାର ଓ ଜିଲ୍ଲାପାଳ ନିସ୍ପତି ନେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ମାଲକାନଗିରି ଜିଲ୍ଲାରେ ବୁହଦିନ ହେଲା ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପ୍ରଶାସନ ମଧ୍ୟରେ ଲାଗିରହିଛି ବାଦ ବିବାଦ । ଏହି ବିବାଦର ସମାଧାନ ହେବା ପରିବର୍ତେ ଦିନକୁ ଦିନ ବିବାଦ ତିବ୍ରତର ହେବାକୁ ଲାଗିଛି । ଗତ କିଛି ମାସତଳେ ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଅଯୋଧ୍ୟାକାନ୍ତ ସତପଥୀ କାର୍ଯ୍ୟରେ ଯୋଗଦେଇଥିଲେ । ତାଙ୍କୁ ଗାଡି, ବାସଗୃହ, ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆ ଯାଇ ନଥିବାରୁ ସେ ଦୀର୍ଘ ଦିନ ଧରି ଛୁଟିରେ ପଳାଇଥିଲେ । ତାଙ୍କ ଛୁଟି ସମୟରେ ରାଜ୍ୟସରକାରଙ୍କ ପକ୍ଷରୁ ଓଏଏସ ସ୍ତରରେ ବଦଳି ତାଲିକାରେ ଶ୍ରୀ ସତପଥୀଙ୍କୁ ରାୟଗଡା ଜିଲ୍ଲାକୁ ବଦଳି ହେବାରୁ ସେ ନିଜେ ସ୍ୱତପ୍ରଭୁତ ରିଲିଭ ହୋଇ ମାଲକାନଗିରି ରୁ ପଳାଇଥିଲେ । ତାଙ୍କର ରିଲିଭ ପରେ ପିଡି ଡିଆରଡିଏ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ଦାଇତ୍ୱ ଦିଆ ଯାଇଥିଲା । ଆଗକୁ ନିର୍ବାଚନ ଥିବାରୁ ସେ ବଦଳି ଆଦେଶକୁ ରାଜ୍ୟସରକାର ସ୍ଥଗିତ ରଖି ଦେଇ ଥିବାରୁ ରିଲିଭ ହୋଇ ପଳାଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସତପଥୀ ପୁଣି ମାଲକାନଗିରି କୁ ଫେରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.