Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆନ୍ତଃ ଗ୍ରାମପଞ୍ଚାୟତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ଟିଏନ୍‌ବି ଚାନ୍ଦବାଲି ଚାମ୍ପିମନ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆନ୍ତଃ ଗ୍ରାମପଞ୍ଚାୟତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ଟିଏନ୍‌ବି ଚାନ୍ଦବାଲି ଚାମ୍ପିମନ

23

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କ୍ରୀଡ଼ା କ୍ଷେତ୍ରରେ ଯୁବକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଦାନୀ ଧାମରା ପୋର୍ଟର ସିଏସ୍‌ଆର ଶାଖା ଆଦାନୀ ଫାଉଣ୍ଡେସନ, ଏହାର କୋର୍ ଓ ରେଳ କରିଡର ଅଞ୍ଚଳରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଆସୁଅଛି । ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନ ପକ୍ଷରୁ ୟୁଥ୍ କ୍ଲବ୍‌ଗୁଡିକୁ ନେଇ ସାମନ୍ତରାୟପୁରଠାରେ ଆନ୍ତଃ ଗ୍ରାମପଞ୍ଚାୟତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଜିଲା କ୍ରୀଡ଼ା ଅଧିକାରୀ ମନୋଜ କୁମାର ଦାସ, ଆଇପିଇ ରାଜେନ୍ଦ୍ର କୁମାର ବିଶ୍ୱାଳ ଏବଂ ରାଜନଗର ସରପଞ୍ଚ ସନାତନ ବାରିକ ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିସହ ସ୍ଥାନୀୟ ଅଞ୍ଚଳର ମୁକ୍ତିକାନ୍ତ ନାୟକ, ସୁଦର୍ଶନ ବିଶ୍ୱାଳ ଏବଂ ପ୍ରଶାନ୍ତ ବିଶ୍ୱାଳ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟକୁ ଜିଲା କ୍ରୀଡ଼ା କାର୍ଯ୍ୟାଳୟରୁ ଆସିଥିବା ଟିମ୍ ପରିଚାଳନା କରିଥିଲେ । ଫାଇନାଲ ମ୍ୟାଚରେ ଏରଡା କ୍ଲବକୁ ୧-୩ ପଏଣ୍ଟରେ ପରାସ୍ତ କରି ଟିଏନ୍‌ବି ଚାନ୍ଦବାଲି ଚାମ୍ପିଅନ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.