Home ଜିଲ୍ଲା ପରିକ୍ରମା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଭଦ୍ରକରେ ସଫଳ

କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଭଦ୍ରକରେ ସଫଳ

24

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭଦ୍ରକରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଏକ ପ୍ରକାର ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହୋଇଛି । ତେବେ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ କେତେକ କାର୍ ଓ ମାଜିଷ୍ଟ୍ରେଟ୍ ଡ୍ୟୁଟିରେ ଥିବା ଉପଜିଲାପାଳଙ୍କ ଗାଡିକୁ ଅଟକାଇବା ନେଇ କିଛି ସମୟ ଧରି କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିବାବେଳେ ଦଳର ବରିଷ୍ଠ କର୍ମକର୍ତ୍ତା ଓ ଉପସ୍ଥିତ ପୁଲିସ୍‌ଙ୍କ ହସ୍ତକ୍ଷେପରେ ତାହା ଶାନ୍ତ ପଡିଥିଲା । ଏହି ବନ୍ଦ ପ୍ରଭାବରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ସ୍କୁଲ କଲେଜ ବନ୍ଦ ରହିଥିଲା । ପ୍ରାୟ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିବାବେଳେ କାଁ ଭାଁ ଖୋଲିଥିବା ଦୋକାନ ଗୁଡିକୁ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀ ମହାନ୍ତି, ବ୍ଲକ୍ କଂଗ୍ରେସ ସଭାପତି ତଥା ଆଇନ୍‌ଜୀବୀ ପ୍ରଫୁଲ୍ଲ ସାମଲ, ଟାଉନ୍ କଂଗ୍ରେସ ସଭାପତି ଅବଦୁଲ ମୁକିତ୍ ଖାଁ ଓ ଯୁବ କଂଗ୍ରେସ ନେତା ପ୍ରକାଶଜ୍ୟୋତି ମହାକୁଡ ପ୍ରମୁଖ ଏକ ସାଇକେଲ୍ ରାଲିରେ ସହର ପରିକ୍ରମା କରି ସେଗୁଡିକୁ ପିକେଟିଂ ମାଧ୍ୟମରେ ବନ୍ଦ କରାଇଥିଲେ । ଏହି ବନ୍ଦ କାଳରେ ସିପିଆଇଏମ୍ ପକ୍ଷରୁ ଜିଲା ସଭାପତି ତଥା ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ରାଧା ଦାସ, ଗିରିଧାରୀ ନାଥ, ପ୍ରଫୁଲ୍ଲ ପାଢୀ ପ୍ରମୁଖ କଂଗ୍ରେସର ଏହି ବନ୍ଦକୁ ସମର୍ଥନ କରି ସେମାନଙ୍କ ପ୍ରତିବାଦ ସଭାରେ ଅଂଶଗ୍ରହଣ କରିଥିଲେ ।

କଜେରୀ ବଜାରର ପୁରୁଣା ଜିଲାପାଳଙ୍କ ଚାବି ପଡିଥିବା କାର୍ଯ୍ୟାଳୟ ସମ୍ମୁଖରେ ଜିଲା କଂଗ୍ରେସ ସଭାପତି ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତାମାନେ କେନ୍ଦ୍ର ସରକାରଙ୍କ ଏଭଳି ତୈଳ ଦର ବୃଦ୍ଧିକୁ ତୀବ୍ର ନିନ୍ଦା କରିଥିବାବେଳେ ନିର୍ବାଚନ ମଣ୍ଡଳୀୟ ନେତା ଶ୍ରୀ ମହାନ୍ତି ଏହା ପ୍ରତ୍ୟାହୃତ ନହେଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ତେବେ ଆଜିର ଏହି ବନ୍ଦ କାଳରେ ୧୬ନଂ ଜାତୀୟ ରାଜପଥ ସଂପୂର୍ଣ୍ଣ ଶୂନଶାନ ହୋଇପଡିଥିବାବେଳେ ସହରରେ ଏହା ଏକ ପ୍ରକାର ସଫଳ ହୋଇଛି । ପ୍ରାତଃ ୬ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ବନ୍ଦରେ ଅନ୍ୟମାନଙ୍କ ମଧ୍ୟରେ ଦିଲିପ ନାୟକ, ରଜନୀକାନ୍ତ ଚାନ୍ଦ, ରାଜକିଶୋର ସ୍ୱାଇଁ, ସେକ୍ ସମଦାନୀ, ସେକ୍ କାଲାମ, ପ୍ରଦ୍ୟୁମ୍ନ ଦାସ, ନିଶିକାନ୍ତ ନାୟକ, ଅନନ୍ତ ପଣ୍ଡା, ପୀତବାସ ଧଳ, ରାଜନ ଲାହା, ସେକ୍ ଜୁଲଫୁକାର ଅଲୀ, ଅସରଫ ଅଲ୍ଲୀ ଖାଁ, ସେକ୍ ଏକ୍ରାମ, ସେକ୍ ଗୋଲାମ ମଇଉଦ୍ଦିନ୍‌, ସେକ୍ ପାପା, ବିଜୟ ବାରିକ, ରାଜକିଶୋର ପଣ୍ଡା, ସେକ୍ ଜଫିରୁଦ୍ଦିନ, ସେକ୍ ଇଲିୟାସ, ସେକ୍ ଜିକୁ, ସେକ୍ ଲାଲୁ, ଚିଦ୍ଦାନନ୍ଦ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.