Home Top News ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ – ୪.୧ ତୀବ୍ରତା ରେକର୍ଡ

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ – ୪.୧ ତୀବ୍ରତା ରେକର୍ଡ

32

ନୂଆଦିଲ୍ଲୀ ୧୫ ଫେବୃଆରୀ (ଓଡିଆ ପୁଅ) ସୋମବାର ସନ୍ଧ୍ୟା ୭.୨୩ ସମୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ମାପ କରାଯାଇଥିବା ଜଣାପଡ଼ିଛି। ଏହାର କେନ୍ଦ୍ର ଦକ୍ଷିଣ-ଦକ୍ଷିଣ ପୂର୍ବ ପୋର୍ଟବ୍ଲେୟାରେ ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ଆସିନାହିଁ।

ଏହାପୂର୍ବରୁ ଶୁକ୍ରବାର ଦିନ ଉତ୍ତର-ଭାରତର ଅନେକ ରାଜ୍ୟ ଦିଲ୍ଲୀ-ଏନସିଆର, ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ଏବଂ ପଞ୍ଜାବ ସମେତ ଶୁକ୍ରବାର ରାତିରେ ଭୂକମ୍ପର କମ୍ପନ ଅନୁଭବ କରିଥିଲେ। ୟୁପି ଏବଂ ଉତ୍ତରାଖଣ୍ଡର ଅନେକ ସହରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ତାଜିକିସ୍ତାନରେ ଭୂକମ୍ପର କେନ୍ଦ୍ର ୭୪ କିଲୋମିଟର ତଳେ ଥିଲା। ରିକ୍ଟର-ସ୍କେଲରେ ଭୂକମ୍ପ ୬.୩ ମପାଯାଇଥିଲା। କାଶ୍ମୀର ଉପତ୍ୟକା ଠାରୁ କାଶ୍ମୀର ବିଭାଗର ଅଧିକାଂଶ ଜିଲ୍ଲାରେ ଲୋକମାନେ ଭୂମିକମ୍ପ ଅନୁଭବ କରି ଘରୁ ବାହାରକୁ ଆସିଯାଇଥିଲେ।

ଜାତୀୟ ଭୂକମ୍ପ କେନ୍ଦ୍ର ପ୍ରଥମେ ଆଫଗାନିସ୍ତାନ ଏବଂ ଅମୃତସରର କେନ୍ଦ୍ରକୁ ଚିହ୍ନଟ କରିଥିଲା, କିନ୍ତୁ ଅନୁସନ୍ଧାନ ପରେ ତାଜିକିସ୍ତାନରେ ଏହି ଭୂମିକମ୍ପର କେନ୍ଦ୍ର ଦେଖିବାକୁ ମିଳିଥିଲା। ରାତି ୧୦.୩୧ ରେ ଘଟିଥିବା ଭୂକମ୍ପର କମ୍ପନ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା। କମ୍ପନ ଏତେ ଭୟଙ୍କର ଥିଲା ଯେ ଲୋକମାନେ ଦିଲ୍ଲୀ ଏନସିଆରରେ ନିଜ ଘରୁ ବାହାରକୁ ଆସିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.