Home ଜିଲ୍ଲା ପରିକ୍ରମା ମାଲକାନଗିରି ଦୁର୍ଗାଗୁଡି ସାହିର ଦୁର୍ଗାମନ୍ଦିରରେ ନବରାତ୍ର ପାଇଁ ମାଦୁର୍ଗାଙ୍କ ବ୍ରହ୍ମଚାରିଣୀ ରୁପ ।

ମାଲକାନଗିରି ଦୁର୍ଗାଗୁଡି ସାହିର ଦୁର୍ଗାମନ୍ଦିରରେ ନବରାତ୍ର ପାଇଁ ମାଦୁର୍ଗାଙ୍କ ବ୍ରହ୍ମଚାରିଣୀ ରୁପ ।

304

ମାଲକାନଗିରି,୧୮ା୧୦(ଓଡିଆ ପୁଅ )ମାଲାକନଗିରି ଜିଲ୍ଲାସଦର ମହକୁମାସ୍ଥ ଦୁର୍ଗାଗୁଡିସାହିରେ ଥିବା ବହୁପୁରାତନ ଦୁର୍ଗାମନ୍ଦିରରେ ନବରାତ୍ର ପୁଜା ଆରମ୍ଭ ହୋଇ ଯାଇଛି । ନବରାତ୍ର ପାଇଁ ଆଜି ଦ୍ୱିତୀୟ ଦିବସରେ ମା ଦୁର୍ଗାଙ୍କୁ ବ୍ରହ୍ମଚାରୀଣୀ ରୂପରେ ପୁଜାରୀ ସଜାଇଥିଲେ । ଗତ କାଲି ନବରାତ୍ର ର ପ୍ରଥମଦିବସରେ ମା ଦୁର୍ଗା ଶୈଳପୁତ୍ରୀ ରୂପଧାରଣ କରିଥିଲେ ।ଆଜି ଦ୍ୱିତୀୟ ଦବିସରେ ସୁସ୍ଥଜୀବନପାଇଁ ମା ଦୁର୍ଗାଙ୍କ ବ୍ରହ୍ମଚାରିଣୀ, ଆସନ୍ତା କାଲି ତୃତୀୟ ଦିବସରେ ପାପ କ୍ଷୟ ନିମନ୍ତେ ଚନ୍ଦ୍ରଘଟାଂ,ଚତୁର୍ଥ ଦିବସରେ ଧନ,ଐଷର୍ଯ୍ୟ ପ୍ରାପ୍ତିପାଇଁ କୁଷ୍ମାଣ୍ଡା,ପଚଂମ ଦିବସରେ ଗୃହସ୍ତ ସୁଖ ଶାନ୍ତି ନିମନ୍ତେ ସ୍କନ୍ଦମାତ, ଷଷ୍ଟଦିବସରେ କର୍ମ କ୍ଷେତ୍ରରେ ଶତୃଦମନ ନିମନ୍ତେ କାତ୍ୟାୟନୀ,ସପ୍ତମଦିବସରେ ଅକାଳମୃତ୍ୟୁରୁ ରକ୍ଷାପାଇଁ କାଳରାତ୍ରୀ, ଅଷ୍ଟମଦିବସରେ କନ୍ୟାମାନଙ୍କ ଶ୍ରେଷ୍ଟପତି ପ୍ରାପ୍ତି ନିମନ୍ତେ ମହା ଗୌରୀ,ନବମ ଦିବସରେ ଆଧ୍ୟାତ୍ମିକ ଦିଗରେ ପୁୂଣ୍ଣ ର୍ତା ପ୍ରାପ୍ତି ନିମନ୍ତେ ମା ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ଭେଷରେ ଭୁଷିତ କରା ଯାଇ ମା ନବରାତ୍ର ପୁଜାପାଇବେ ବୋଲି ମୁଖ୍ୟପୌରହିତ ବିନାୟକ ସତପଥୀ ଓ ମନ୍ଦିର ପୁଜକ ପୁର୍ଶୁରାମପୁଜାରୀ ସୁଚନାଦେଇଛନ୍ତି । କୋଭିଡ ନିୟମପାଳନ କରି ମନ୍ଦିର ପରିଚାଳନା କମଟିର ମହେଶ୍ୱରଦାଶ, ରୁନାପାଢି, ମାଧବନାୟକ, କରୁଣାପରିଡା, ପ୍ରଫୁଲଦଳାଇ,ପ୍ରଦୀପରାଜୁ,ସୁବାଷଗୌଡ,ପ୍ରଦୀପ ମହାରଣା,ଶରତସ୍ୱାଇଁ,ବାବୁଲି କୋଡେ ପ୍ରମୁଖ ନବରାତ୍ର ପୁଜା ନିମନ୍ତେ ସମସ୍ଥପ୍ରକାର ବ୍ୟବସ୍ଥା କରି ମନ୍ଦିର ସାଜସଜା ଆକର୍ଷଣ ଆଲୋକ ମାଳାରେ ମନ୍ଦିର ପରିସର ସଜିତ କରିସାରିଛନ୍ତି । କୋଭିଡ କଟକଣା ମଧ୍ୟରେ ଦୁର୍ଗାପୁଜା ଯେପରି ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହେବ ସେନେଇ ଦୁର୍ଗାଗୁଡି ସାହି ପୂଜାକମିଟିରର ସଭ୍ୟ ମାନେ ଗୁରୁତ୍ୱଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.