ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାସ୍ତରୀୟ ଭକ୍ତକବି ମଧୁସୂଦନରାଓଙ୍କ ୧୬୫ ତମ ଜୟନ୍ତୀ ଓ ବର୍ଣ୍ଣବୋଧ ଦିବସ ପାଳିତ

ମାଲକାନଗିରି, ୨୯ା୧ (ଓଡିଆ ପୁଅ ) ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଓଡିଶା ସାହିତ୍ୟ ଏକାଡେମୀ ମାଲକାନଗିରି ଜିଲ୍ଲାଶାଖା ପକ୍ଷରୁ ସ୍ଥାନିୟ ସରସ୍ୱତୀ ଶିଶୁମନ୍ଦିର ପରିସରରେ ସାହିତ୍ୟ ଏକେଡାମୀ ସଦସ୍ୟ ରତ୍ନାକରଦାଶ ଙ୍କ ଅଧ୍ୟକ୍ଷତାରେ ଭକ୍ତକବି ମଧୁସୂଦନରାଓ ଙ୍କ ୧୬୫ତମ ଜୟନ୍ତି ଓ ବର୍ଣ୍ଣବୋଧ ଦିବସ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଦାୟକ ମାନସ ମାଡକାମି, ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି, ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତକୌର, ମୁଖ୍ୟବକ୍ତାଭାବେ ଶିକ୍ଷାବିତ ପ୍ରକାଶଚନ୍ଦ୍ର ପଟନାୟକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପ୍ରେମେନ୍ଦ୍ର କୁମାର ପରିଛା, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋରଜଂନ ଦାଶ, ସହକାରି ଆଚାର୍ଯ୍ୟ ଲକ୍ଷମିଧର ମହାନ୍ତି, ସବ ର୍କୁମାର ବିଷୋୟୀ ଯୋଗଦେଇ ଭକ୍ତକବି ମଧୁସୂଦନ ରାଓଙ୍କ ବହୁମୁଖି ପ୍ରତିଭା, ଭକ୍ତିଭରା ପ୍ରାର୍ଥନା ଓ ଜିବନୀ ର ବିଭିନ୍ନଦିଗ ସଂପର୍କରେ କହିଥିଲେ, ଓଡିଆଭାଷା ସଂସ୍କୃତି ବର୍ତମାନ ପରିସ୍ଥିତିରେ ଦିନକୁ ଦିନ ଅଧଗତିଆଡକୁ ଯାଉଛି, ଆଗାମି ଯୁବପିଢି ହିଁ ଭାଷାସଂସ୍କୃତିକୁ ଉଦ୍ଜିବିତକରି ରଖିବେ, ଯାହାର ମା,  ମାତୃଭାଷା ଓ ମାତୃଭୂମୀ ପ୍ରତି ଦରଦନାହିଁ ସେ ମଣିଷପଣିଆରେ ଗଣତି ନୁହଁ ବୋଲି ବକ୍ତବ୍ୟ ପ୍ରଦାନକରିଥିଲେ।

ସଭାପ୍ରାରମ୍ଭରେ ଶଂଙ୍ଖ ହୁଳହୁଳୀ ନାଦରେ ଭକ୍ତକବି ଙ୍କ ଫଟୋଚିତ୍ରରେ ଅତିଥି ମାନେ ମାଲ୍ୟାର୍ପଣ ସହ ପ୍ରଦୀପପ୍ରଜ୍ୱଳନ କରିଥିଲେ। ସରସ୍ୱତୀ ଶିଶୁମନ୍ଦିରର ଛାତ୍ରୀ ଶୁଭଶ୍ରୀ ଦାଶ ଓ ପ୍ରୀୟଦର୍ଶୀକା ସାହୁ ଭଜନ, ଦେଶାତ୍ମକ ବୋଧ ସଂଗୀତ ଗାନସହ ଭକ୍ତକବୀ ମଧୂସୁଦନଙ୍କ ବହୁମୁଖି ପ୍ରତିଭା ସଂପର୍କରେ କରିଥିଲେ। ସରସ୍ବତୀ ବିଦ୍ୟାମନ୍ଦିରର ସଭାପତି ତଥା କବି ସାହିତ୍ୟିକ ଶିକ୍ଷାବିତ ଅନଙ୍ଗକୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ଅତିଥିମାନଙ୍କର ପରିଚୟପ୍ରଦାନକରି ସଭାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେବା ସହ ମଧୁସୂଧନ ରାଓ ଙ୍କ ଜୟନ୍ତି କୁ ବଣ୍ଣ ର୍ବୋଧଦିବସ ଭାବେ ପାଳନ କାରଯାଉ ବୋଲି କହିଥିଲେ। ଶେଷରେ ଗୁରୁ ମା ମଜୁଂଳା କୁମାରୀ ଧନ୍ୟବାଦ ଅର୍ପଣକରିଥିଲେ। ଓଡିଆ ଭାଷାରେ କଥା ହେବା, ଦସ୍ତଖତ କରିବା ସହିତ ବିଭିନ୍ନସରକାରି ଓ ବେସରକାରି ଅନୁଷ୍ଠାନ, ଦୋକାନବଜାର, ଯାତ୍ରୀବାହି ବସ ମାନଙ୍କରେ ଓଡିଆ ଭାଷାରେ ନାମଫଳକ ଲଗାଇବାସହ ସରକାରି ଓ ବେସରକାରି ଚିଠି, ନିମନ୍ତେଣ ପତ୍ର ଗୁଡିକୁ ଓଡିଆ ଭାଷାରେ କରିବା ପାଇଁ ସାହିତ୍ୟ ଏକାଡେମୀର ସଦସ୍ୟ ଶ୍ରୀ ଦାଶ ପ୍ରସ୍ତାବ ଦେବାପରେ ଅନୁଷ୍ଟିତ ସଭାରେ ସମସ୍ତେ ଏହାକୁ କାର୍ଯ୍ୟକାରି କରିବା ନିମନ୍ତେ ସପଥ ନେଇଥିଲେ। ଏହି ଉତ୍ସବରେ ଶତାଧିକ ଛାତ୍ର, ଛାତ୍ରୀ, ଗୁରୁଜୀ, ଗୁରୁମା, ବୁଦ୍ଧିଜିବି, ଅବିଭାବକ ମାନେ ଯୋଗଦେଇ ମଧୁସୂଧନଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top