Home ଜିଲ୍ଲା ପରିକ୍ରମା ଶବନେବା ପାଇଁ ମିଳିଲା ନାହିଁ ମହାପ୍ରୟାଣ ଗାଡି,ଖଟିଆରେ ୩୦ କିଲୋମିଟର କାନ୍ଧେଇ ଘରକୁ ନେଲେ ମୃତଶରୀର

ଶବନେବା ପାଇଁ ମିଳିଲା ନାହିଁ ମହାପ୍ରୟାଣ ଗାଡି,ଖଟିଆରେ ୩୦ କିଲୋମିଟର କାନ୍ଧେଇ ଘରକୁ ନେଲେ ମୃତଶରୀର

125

ମାଲକାନଗିରି,୩୧ା୧୦(ଓଡିଆ ପୁଅ )  ପୁଣି ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟବିଭାଗରେ ଲାଗିଛି କଳଙ୍କ,ଶବ ପାଇଁ ମିଳିଲା ନାହିଁ ମହାପ୍ରୟାଣ ଗାଡି ଟଙ୍କା ଅଭାବରୁ ଗରବି ଆଦିବାସୀ ପରିବାର ଖଟିଆରେ ୩୦କିଲୋମିଟର ରାସ୍ତା କାନ୍ଧେଇ ଘରକୁ ନେଲେ ଶବ । ଏମିତି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାସ୍ଥ ଟେମୁରୁପାଲି ଗ୍ରାମରେ । ସେହି ଗ୍ରାମର ମୁଦେ କାଲମାରୀ (୩୨) ନାମକ ଜଣେ ଆଦିବାସୀ ମହିଳା ଗତ କିଛି ଦିନହେଲା ସେ ଜ୍ୱରେରେ ପିଡିତ ହୋଇ ତାଙ୍କ ଦେହ ହାତଗୋଡ ସବୁ ଫୁଲି ଯାଇଥିଲା । ଅର୍ଥ ଅଭାବରୁ ସେ ଚିକିତ୍ସିତ ହୋଇ ନପାରି ଘରେ ପଡିରହିଥିଲେ, ଗାଁର କିଛି ଯୁବକ ତାଙ୍କପରିବା ଲୋକେ ବହୁକଷ୍ଟରେ ଟଙ୍କା ପଇସା ଯୋଗାଡ କରି ଏକ ଗାଡିରେ ତାଙ୍କୁ ଗତ କାଲି ମାଥିଲି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେଠାରେ ହସପିଟାଲ କର୍ମଚାରୀ ଓ ଡାକ୍ତରମାନେ ସେ ମହିଳା ଏଠାରେ ଭଲ ହୋଇପାରିବେ ନାହିଁ କହି ଫେରାଇଦେଇ ଥିଲେ । ଡାକ୍ତର ମନାକରିଦେବାରୁ ପରିବାର ଲୋକେ ସେ ମହିଳାଙ୍କୁ ଡାକ୍ତରଖାନା ଠାରୁ ୪କିଲୋମିଟର ଦୂର ଗୁରୁଗୁଡା ଗ୍ରାମର ଏକ ଗୁଣିଆଙ୍କ ଘରକୁ ନେଇ ଝଡାଫୁଙ୍କା କରିଥିଲେ , ସେଠାରେ ଗୁଣିଗାରେଡି କରିବାପରେ ସେ ମହିଳା ଙ୍କର ଗତକାଲି ରାତ୍ରରେ ମୃତ୍ୟୁ ହୋଇ ଯାଇଥିଲା । ମୃତ ଶରୀର ଗାଁକୁ ନେବା ପାଇଁ ମହାପ୍ରୟାଣଗାଡିକୁ ଫୋନ କରିବାରୁ ଗାଡି ଆସିନଥିଲା । ସେମାନେ ଅତ୍ୟନ୍ତ ଗରିବ ଆଦିବାସୀ ପରିବାର ହୋଇଥିବାରୁ ଟଙ୍କା ନଥିବାରୁ ବାଧ୍ୟହୋଇ ପରିବାର ଲୋକେ ଆଜି ସକାଳେ ଏକ ଖଟିଆରେ ଶବକୁ ରଖି କାନ୍ଧେଇ ଦୀର୍ଘ୩୦କିଲୋମିଟର ଦୂର ଟେମୁରପାଲି ଗ୍ରାମକୁ ବୋହିନେଇ ଯାଉଥିବାର ଦୃଶ୍ୟ ସୋସିଆଲ ମେଡିଆରେ ଭାଇରାଲ ହୋଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.