Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ବ୍ୟାଙ୍କ ଧର୍ମଘଟ,୩୦ଟି ବ୍ୟାଙ୍କରେ ତାଲା,ଗ୍ରାହକ ହନ୍ତଶନ୍ତ

ମାଲକାନଗିରି ଜିଲ୍ଲାରେ ବ୍ୟାଙ୍କ ଧର୍ମଘଟ,୩୦ଟି ବ୍ୟାଙ୍କରେ ତାଲା,ଗ୍ରାହକ ହନ୍ତଶନ୍ତ

10

ମାଲକାନଗିରି,୧୫ା୩ (ଓଡିଆ ପୁଅ ) ରାଷ୍ଟ୍ରୀୟ ଓ ଅନ୍ୟାନ ବ୍ୟାଙ୍କ ଗୁଡିକୁ ଘରୋଇକରଣ ନିତି କୁ ବିରୋଧ ସହ ବ୍ୟାଙ୍କିଙ୍ଗ ଶିଳ୍ପର ପ୍ରଚଳିତ ବିଭିନ୍ନ ଜନସ୍ୱର୍ଥ ବିରୋଧୀ ଓ ଅଫିସର କର୍ମଚାରୀ ମାରଣ ନୀତିକୁ ବିରୋଧ କରି ମାଲକାନଗିରି ଜିଲ୍ଲାର ସାତଟି ବ୍ଲକ ରେ ଥିବା ୩୦ ଟିରୁ ଉର୍ଦ୍ଦ ଜାତୀୟସ୍ତରୀୟ ବ୍ୟାଙ୍କ ଅଫିସର ଓ କର୍ମଚାରୀ ମାନେ ୧୫ ଓ ୧୬ତାରିଖ ଦୁଇଦିନିଆ ଧର୍ମଘଟ କରିଛନ୍ତି । ଯାହା ଫଳରେକି ଜିଲ୍ଲାସଦର ମହକୁମାରେ ଥିବା ୧୪ଟି ବ୍ୟାଙ୍କ ସହ ଜିଲ୍ଲାର ୩୦ଟି ବ୍ୟାଙ୍କ ଗୁଡିକରେ ତାଲା ପଡି ଯାଇଛି । ବିଶେଷ କରି ଜିଲ୍ଲାସଦର ମହକୁମା ଠାରେ ଥିବା ଏସବିଆଇ ମୁଖ୍ୟଶାଖାରେ ଶାଖାପରିଚାଳକ,ଅନ୍ୟାନ ଅଧିକାରୀ ଓ କର୍ମଚାରୀ ମାନେ ବ୍ୟାଙ୍କ ରେ ତାଲାପକାଇ ବ୍ୟାଙ୍କ ଆଗରେ ଧାରଣାରେ ବସିଥିଲେ । ଜିଲ୍ଲାରେ ହଟାତ ସବୁ ବ୍ୟାଙ୍କ ବନ୍ଦ ହୋଇ ଯାଇଥିବାରୁ ଗ୍ରାହକ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ଏହି ସବୁ ବ୍ୟାଙ୍କ ବନ୍ଦହେବା ସଂପର୍କରେ ଆଗରୁ ଜାଣିପାରିନଥିବା ଲୋକମାନେ ଅଯଥାରେ ଖର୍ଚାନ୍ତ ହୋଇ ବ୍ୟଙ୍କ କାମରେ ଦୁରଦୁରାନ୍ତ ଗ୍ରାମଗୁଡିକ ରୁ ଆସି ନିରାଶ ହୋଇ ଫେରି ଯାଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.